Advertisment

ସ୍ୱାଧୀନତା ଦିବସରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ! ହାଇ ଆଲର୍ଟରେ ସୁରକ୍ଷାକର୍ମୀ...

ସ୍ୱାଧୀନତା ଦିବସରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଓ ଜୈଶ-ଏ-ମହମ୍ମଦ ଭାରତରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pakistani Terrorist Groups Plan Attacks On August 15

Pak outfits plan terror strikes on August 15

ସ୍ୱାଧୀନତା ଦିବସ ଅର୍ଥାତ୍‌ ଅଗଷ୍ଟ ୧୫ରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା(LeT) ଓ ଜୈଶ-ଏ-ମହମ୍ମଦ(JeM) ଭାରତରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ସୁରକ୍ଷାକର୍ମୀ ଓ ସାଧାରଣ ସ୍ଥାନ ଯେପରିକି ରେଲ୍‌ୱେ ଷ୍ଟେସନ ଇତ୍ୟାଦି ରହିଛି। ଏନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ସୁରକ୍ଷାକର୍ମୀଙ୍କୁ ଏସମ୍ପର୍କରେ ଅବଗତ କରାଯିବା ସହ ହାଇ ଆଲର୍ଟ କରାଯାଇଛି।

Advertisment

ଆତଙ୍କବାଦୀ ସଂଗଠନର ପ୍ରଥମ ଟାର୍ଗେଟ୍‌ ଦିଲ୍ଲୀ ଥିବାବେଳେ ଆକ୍ରମଣ ଯୋଜନା ନେଇ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ପୁରା ଦିଲ୍ଲୀ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ବୈଦେଶିକ ସଂଗଠନ ବ୍ୟତୀତ ଗୁଇନ୍ଦା ସଂସ୍ଥା ମଧ୍ୟ ଦେଶରେ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ପାଇଛନ୍ତି। 

ଚଳିତ ବର୍ଷ ଫେବୃଆରୀରେ ଗୁଇନ୍ଦା ସଂସ୍ଥା ଦିଲ୍ଲୀ ଓ ଦିଲ୍ଲୀ ବାହାରେ ସର୍ବସାଧାରଣ ସ୍ଥାନରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଆକ୍ରମଣ ନେଇ ସୂଚନା ପାଇଥିଲା। ଅନ୍ୟ ଏକ ରିପୋର୍ଟ ଅନୁସାରେ, ପାକିସ୍ତାନରୁ ଅପରେଟ୍‌ ହେଉଥିବା ଏକ ଆତଙ୍କବାଦୀ ସଂଗଠନ ଯିଏକି ଲସ୍କର-ଇ-ତୋଏବା ସହ ଜଡ଼ିତ ଦିଲ୍ଲୀର କିଛି ସ୍ଥାନ ଯେପରିକି ପ୍ରମୁଖ ରାସ୍ତା, ରେଲ୍‌ୱେ ଷ୍ଟେସନ ଓ ଦିଲ୍ଲୀ ପୋଲିସ୍‌ ଅପିସ୍‌ ଏବଂ ଏନ୍‌ଆଇଏର ହେଡ୍‌କ୍ୱାର୍ଟର୍ସ ଉପରେ ଆକ୍ରମଣ ପାଇଁ ଯୋଜନା କରିଥିଲା। ମେ’ ମାସରେ ଏହି ଆକ୍ରମଣ ଯୋଜନା ହୋଇଥିଲା।

Advertisment
Independence Day
Advertisment
Advertisment