/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721365043.jpg)
Bangladesh Protest
ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଏବେ ଉଗ୍ର ରୂପ ନେଇଛି । ହିଂସାକାଣ୍ଡରେ ୩୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆନ୍ଦୋଳନକାରୀମାନେ ସରକାରଙ୍କ ଦ୍ବାରା ପରିଚାଳିତ ବିଟିଭିର ରିସେପସନ୍ ବିଲଡିଂରେ ନିଆଁ ଲଗାଇଦେଇଛନ୍ତି । ବାହାରେ ପାର୍କିଂ ହୋଇଥିବା ୧୨ରୁ ଅଧିକ ଗାଡ଼ି ମଧ୍ୟ ପୋଡ଼ି ଦେଇଛନ୍ତି ।
ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ବାଂଲାଦେଶରେ ପଡ଼ିଛି । ପୋଲିସ, ସୁରକ୍ଷାକର୍ମୀଙ୍କ ଆକ୍ସନ ପରେ ବିକ୍ଷୋଭକାରୀଙ୍କ ରିଆକ୍ସନ ବି ବଢିଛି । ଏପର୍ଯ୍ୟନ୍ତ ୩୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଅଧିକ ପଢ଼ନ୍ତୁ: ଅଣାୟତ ହେଉଛି ବାଂଲାଦେଶ! ସବୁଠି ଆନ୍ଦୋଳନ, ରାସ୍ତା ଉପରେ ଜନସାଧାରଣ...
ସେପଟେ ସ୍ଥିତି ଅଣାୟତ୍ତ ହେବା ପରେ ସାରା ଦେଶରେ ସ୍କୁଲ କଲେଜ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବାଂଲାଦେଶରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ୧୯୭୧ ଯୁଦ୍ଧର ସହିଦଙ୍କ ପରିବାର ସଦସ୍ୟଙ୍କ ପାଇଁ ରହିଥିବାରୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଏହି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କ ଦାବି ସହିଦଙ୍କ ନାତି, ଅଣନାତିଙ୍କୁ ବି ଏହି ସୁବିଧା ମିଳୁଥିବାରୁ ପ୍ରକୃତ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିରୁ ବଞ୍ଚିତ ରହୁଛନ୍ତି ।
ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଏବେ ଉଗ୍ର ରୂପ ନେଇଛି । ହିଂସାକାଣ୍ଡରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା। ଆନ୍ଦୋଳନକାରୀମାନେ ସରକାରଙ୍କ ଦ୍ବାରା ପରିଚାଳିତ ବିଟିଭିର ରିସେପସନ୍ ବିଲଡିଂରେ ନିଆଁ ଲଗାଇଦେଇଛନ୍ତି ।#Bangladesh#OTVpic.twitter.com/18KDpUwTH1
— ଓଟିଭି (@otvkhabar) July 19, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)