• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସୁ ଆସୁ ଏଲନ୍‌ ମସ୍କଙ୍କ ଅତ୍ୟାଚାର ଆରମ୍ଭ । ତ୍ରାହି ତ୍ରାହି ଡାକିଲେଣି କର୍ମଚାରୀ । ଘରକୁ ଯାଇପାରୁ ନାହାନ୍ତି, ଟିକେ ସମୟ ମିଳିଲେ ଅଫିସ୍‌ରେ ହିଁ ନେଉଛନ୍ତି ପାୱାର ନ୍ୟାପ୍‌ । ସୋସିଆଲ ମିଡିଆ ଟ୍ୱିଟରର ମାଲିକାନା ନେବା ପରଠୁ ଏଲନ୍‌ ମସ୍କ ନିଜର ଦବ୍‌ଦବା ଜାହିର କରିବାରେ ଲାଗିଛନ୍ତି । ଅନେକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ସହ ଆଗକୁ ଆହୁରି ବାହାର କରିବେ ବୋଲି ଯୋଜନା କରିଛନ୍ତି । ତେବେ ଏହାରି ଭିତରେ ଟ୍ୱିଟର କର୍ମଚାରୀଙ୍କ ପ୍ରତି ସେ ଯେଉଁ ଭଳି କ୍ରୁରତା ସେ ଦେଖାଇଛନ୍ତି ତାହା ଯିଏ ବି ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି ।

ଟ୍ୱିଟରରୁ ମିଳିଥିବା ଖବର ଅନୁଯାୟୀ, ଟ୍ୱିଟରର ଜଣେ ମ୍ୟାନେଜର ଲେବୁଲର ମହିଳା କର୍ମଚାରୀ ଅଫିସ୍‌ରେ ହିଁ ଶୋଉଛନ୍ତି । ଯାହାର ଫଟୋ ମଧ୍ୟ ଭାଇରାଲ ହୋଇଛି । ନିଜ ଚ୍ୟାମ୍ବରରେ ତଳେ ଏକ ସ୍ଲିପିଂ ବ୍ୟାଗ୍‌ ପାରି ସେ ଶୋଇଛନ୍ତି । କାରଣ ଏଲନ୍‌ ମସ୍କ ଆସିବା ପରେ ଅଫିସ୍‌ରେ ଏତେ କାମ ବଢ଼ିଯାଇଛି ଯେ, ଘରକୁ ଯିବାକୁ ବି ତାଙ୍କୁ ସମୟ ହେଉନି । ଏହି ଫଟୋକୁ ଯିଏ ଟ୍ୱିଟ୍‌ କରିଛି, ସେ ମଧ୍ୟ ଜଣେ ଟ୍ୱିଟରର କର୍ମଚାରୀ ।

ଏହି ପୋଷ୍ଟକୁ ଦେଖି ଆଉ ଜଣେ କର୍ମଚାରୀ କହିଛନ୍ତି ଯେ, ‘ଯେତେବେଳେ କାମ ଅଧିକ ଥାଏ ଏବଂ ସମୟ କମ ଥାଏ । ଆଉ ଅଫିସ୍‌ ତରଫରୁ କୁହାଯାଇଥାଏ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାର । ତେଣୁ ମିଳିଥିବା ଡେଡ୍‌ଲାଇନ୍‌ ପୂର୍ବରୁ କାମ ସାରିବାକୁ ହେଲେ ଏମିତି ହଁ ସ୍ଥିତି ଆସେ ।’ ଅନ୍ୟ ଜଣେ କହିଛନ୍ତି, ଏହି ଫଟୋ ଦେଖିଲେ ଜଣାପଡ଼ୁଛି କର୍ମଚାରୀଙ୍କ ଡେଡିକେସନ୍‌ ଆଉ ସଂସ୍ଥାକୁ ଆଗକୁ ନେବା ପାଇଁ ସେମାନେ କେତେ ତତ୍ପର ।

ସୂଚନାଯୋଗ୍ୟ, ଏଲନ୍‌ ମସ୍କ ପ୍ରଥମେ ଟ୍ୱିଟର କଂପାନୀ ସିଇଓ ପରାଗ୍ ଅଗ୍ରଓ୍ୱାଲଙ୍କୁ ହଟାଇଥିଲେ ପରେ ନିଜେ ଦାୟିତ୍ୱ ନେଇଥିଲେ । ଏଥିସହିତ କଂପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସକୁ ବି ସେ ଭାଙ୍ଗି ଦେଇଛନ୍ତି । ଫଳରେ କଂପାନୀ ଉପରେ ନିଜର ନିରଙ୍କୁଶ ନିୟନ୍ତ୍ରଣ ସାବ୍ୟସ୍ତ କରିଛନ୍ତି ମସ୍କ । 

ଟ୍ୱିଟରର ମାଲିକାନା ନିଜ ହାତକୁ ନେବାପରେ ବର୍ତ୍ତମାନ କ୍ରମାଗତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ଓ ପରିଚାଳନା ଗତ ନିଷ୍ପତ୍ତି ନେଇଛନ୍ତି ଏଲନ୍ ମସ୍କ । ଅନେକ ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା କରାଯାଉଛି । ତେବେ ୟୁଜରଙ୍କ ତୁଳନାରେ ଟ୍ୱିଟରରେ କାମ କରୁଥିବା କର୍ମଚାରୀମାନେ ଅଧିକ ବିବ୍ରତ ହୋଇପଡ଼ିଛନ୍ତି । ଲାଗୁଛି ଯେପରି ଏଲନ୍‌ ମସ୍କ ଟ୍ୱିଟର୍‌ କିଣିବା ପରେ କର୍ମଚାରୀଙ୍କ ଦୁଃଖର ଦିନ ଆସିଯାଇଛି । ଅନେକ ଟ୍ୱିଟର ଇଞ୍ଜିନିୟରଙ୍କୁ ଦିନକୁ ୧୨ ଘଣ୍ଟା ଏବଂ ସପ୍ତାହରେ ୭ ଦିନ କାମ କରିବାକୁ କୁହାଯାଇଛି । ସେମାନଙ୍କୁ ଛୁଟି ବି ମିଳୁନି ।

CNBC ସୂତ୍ର ଅନୁସାରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଟ୍ୱିଟରର ମ୍ୟାନେଜର କର୍ମଚାରୀମାନଙ୍କୁ କହିଛନ୍ତି, ଡେଡଲାଇନ୍‌ ପୂରଣ କରିବାକୁ ବର୍ତ୍ତମାନ ଅଧିକ ପରିଶ୍ରମ କରିବାକୁ ପଡିବ । ଏଲନ୍‌ ମସ୍କଙ୍କ ସମୟସୀମା ପୂରଣ କରିବା ପାଇଁ କର୍ମଚାରୀମାନଙ୍କୁ ୧୨ ଘଣ୍ଟା ସିଫ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କୁ ସପ୍ତାହରେ ୭ ଦିନ କାମ କରିବାକୁ ନିର୍ଦ୍ଦେଶ ରହିଛି । ବର୍ତ୍ତମାନ କର୍ମଚାରୀମାନେ ଅତିରିକ୍ତ କାର୍ଯ୍ୟ ସମୟ, ବେତନ, ଚାକିରି ସୁରକ୍ଷା କଥା ଉଠାଇ ପାରିବେ ନାହଁ । ଏଥିପାଇଁ ଇଞ୍ଜିନିୟରମାନଙ୍କୁ ନଭେମ୍ବର କାମ ଆରମ୍ଭ କରିବାକୁ ସମୟ ଦିଆଯାଇଛି । ତେବେ ଡେଡଲାଇନ୍‌ ପୂରଣ ନକଲେ ସେମାନେ ଚାକିରି ହରାଇ ପାରନ୍ତି ବୋଲି ମଧ୍ୟ କୁହାଯାଉଛି ।

ସେହିପରି ଢାଞ୍ଚାଗତ ସଂସ୍କାର ଆଳରେ ଟ୍ୱିଟର ଖର୍ଟ୍ଟକାଟ କରିବା ଚକ୍କରରେ ମଧ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି । ଫଳରେ ପ୍ରାୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡିପାରେ । ତେବେ ଏନେଇ ଟ୍ୱିଟର୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ଏକ ସୂଚନା ମୁତାବକ, ଟ୍ୱିଟରରେ ଏବେ ପ୍ରାୟ ୭ ହଜାର ୫ଶହ କର୍ମଚାରୀ ଅଛନ୍ତି । ମାସାଧିକ କାଳ ଧରି ହଁ-ନାଁ ଓ ଟଣାଓଟରା ଭିତରେ ଶେଷରେ ଗତ ସପ୍ତାହରେ ଟ୍ୱିଟରକୁ କିଣିଛନ୍ତି ଶିଳ୍ପପତି ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ।

ବିଶ୍ୱବ୍ୟାପୀ ରାଜନେତା ଓ ଗଣମାଧ୍ୟମ ପ୍ରତିନିଧି ବ୍ୟବହାର କରୁଥିବା ଏହି ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହି ଆସିଛି । ଖାସ୍ କରି ବାକ୍ ସ୍ୱାଧୀନତା ପ୍ରସଙ୍ଗକୁ ନେଇ ବିବାଦରେ ରହିଛି ଟ୍ୱିଟର । ତେବେ ଟ୍ୱିଟରର ମାଲିକାନା ବଦଳିବା ପରେ ଦୀର୍ଘ ବର୍ଷ ଧରି ଚାଲିଥିବା ପ୍ରକ୍ରିୟାକୁ ବାଦ ଦେଇ ସେ ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରକୁ ମସ୍କ ଅଗ୍ରାଧିକାର ଦେଇଛନ୍ତି । ଏପରିକି ସେ ଟ୍ୱିଟ୍ କରି ଲେଖିଛନ୍ତି, ନୀଳ ପକ୍ଷୀକୁ ମୁକ୍ତ କରାଗଲା ।