• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରତ୍ୟେକ ଘରେ ଚା’କୁ ପ୍ରାୟ ସମସ୍ତେ ଖୋଜିଥା’ନ୍ତି । ପ୍ରତିଦିନ ସକାଳେ ଚା’ର ଆବଶ୍ୟକ ପଡ଼ିଥାଏ । ସକାଳର ସୁନେଲି ସୂର୍ଯ୍ୟ କିରଣ ସାଙ୍ଗକୁ ଗୋଟିଏ କପ୍‌ ଚା’ ହୋଇଗଲେ ଦିନଟି ଖୁସିରେ କଟିଯାଏ । କିଛି ଲୋକ ରେଷ୍ଟୁରାଣ୍ଟରେ ମଧ୍ୟ ଚା’ ପିଇବାକୁ ବେଶ୍‌ ପସନ୍ଦ କରିଥା’ନ୍ତି । କାରଣ ଚା’ର ସୁନ୍ଦର ସ୍ୱାଦ ଗେଷ୍ଟମାନଙ୍କୁ ଖୁବ୍‌ ଆକର୍ଷିତ କରିଥାଏ । ଖାଲି ସେତିକି ନୁହେଁ, ସୁନ୍ଦର ସୁନ୍ଦର ଚା’ ପାତ୍ର ବା (ଟି-ପଟ୍‌)ରେ ଗେଷ୍ଟମାନଙ୍କୁ ଚା’ ସର୍ଭ କରିଥା’ନ୍ତି ସର୍ଭିସ୍‌ ବୟ ।

ହେଲେ ହୋଟେଲ ହେଉ କି ରେଷ୍ଟୁରାଣ୍ଟରେ ଗେଷ୍ଟମାନଙ୍କୁ ସର୍ଭ କରାଯାଉଥିବା ଟି-ପଟ୍‌ର ଦାମ୍‌ କେତେ ହୋଇଥିବ ଆପଣ ଭାବୁଥିବେ ? ନିହାତି ୫ରୁ ୧୦ କିମ୍ବା ୨୦ ହଜାର ଟଙ୍କା ହୋଇଥିବ । ନଚେତ୍‌ ଆଉ କିଛି ଅଧିକ ଦାମ୍‌ ରହିଥିବ । ହେଲେ କେବେ ଗୋଟିଏ ଚା’ ପାତ୍ରର ଦାମ୍‌ ୨୪ କୋଟି ଟଙ୍କା ହୋଇଥିବ ଆପଣ ଜାଣିନଥିବେ ।

ଅଧିକ ପଢ଼ନ୍ତୁ: ବ୍ୟାଗ୍‌ ନା କୋହିନୂର ହୀରା; ଲୁଣର ଏକ ଦାନାଠୁ ବି ଛୋଟ; ଦାମ୍ ୫୧ ଲକ୍ଷ

ଏହି ଅସାଧାରଣ ଟି-ପଟ୍‌ର ନାଁ 'ଇଗୋଷ୍ଟ' ରଖାଯାଇଛି । ଏହାକୁ N. Sethia Foundation (UK) ଏବଂ Newby Teas of London, ମିଳିତ ଭାବେ ତିଆରି କରିଛନ୍ତି। 'ଇଗୋଷ୍ଟ'ର ମୂଲ୍ୟ ୩,୦୦୦,୦୦୦ ଡଲାର ରହିଥିବା କୁହାଯାଇଛି । ଯାହାର ଭାରତୀୟ ମୂଲ୍ୟ ୨୪ କୋଟି ଟଙ୍କା । ୨୦୧୬ରେ ଏହି ଟି-ପଟ୍‌ ସବୁଠାରୁ ମୂଲ୍ୟବାନ ହୋଇଥିବାରୁ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା ।

ଗିନିଜ୍‌ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ଏହି ଚା’ ପାତ୍ରର ହ୍ୟାଣ୍ଡେଲ ହାତୀ ଦାନ୍ତରେ ନିର୍ମିତ କରାଯାଇଛି । ସମ୍ପୂର୍ଣ୍ଣ ପାତ୍ରରେ ୧୮ କେଜି ସୁନା ବ୍ୟବହାର କରାଯାଇଥିବାବେଳେ କିଛି ରୁପା ମଧ୍ୟ ଏଥିରେ ବ୍ୟବହାର ହୋଇଛି । ତାହା ସହିତ ୧୬୫୮ଟି ହୀରା ଏଥିରେ ବ୍ୟବହାର କରାଯାଇଛି ।

ଗିନିଜ୍‌ ୱାର୍ଲ୍ଡର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଏହାକୁ ପୁଣି ଥରେ ସେୟାର କରାଯାଇଥିଲା । ଅଗଷ୍ଟ ୯ ତାରିଖରେ ଟି-ପଟ୍‌ର ଫଟୋ ପୋଷ୍ଟ କରାଯାଇଛି । ଯାହାକୁ ଅନେକ ଦର୍ଶକ ପସନ୍ଦ କରିବା ସହ ଲାଇକ୍‌ ମଧ୍ୟ କରିଛନ୍ତି । କିଛି ଦର୍ଶକ ନିଜର ମତାମତ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ଦୁନିଆର ସବୁଠୁ ଦାମୀ ଗିଟାର ! ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ