/odishatv-khabar/media/post_attachments/uploadimage/library/16_9/16_9_0/Guitar_1679592077.jpg)
Guitar
ସଂଗୀତ ଶୁଣିବାକୁ ସମସ୍ତେ ପସନ୍ଦ କରନ୍ତି । କାହାକୁ ଅବା ଗୀତ ଶୁଣିକୁ ପସନ୍ଦ ନଆସେ । ସଂଗୀତକୁ ଆହୁରି ମଧୁର କରିବାକୁ ହେଲେ କିଛି ବାଦ୍ୟଯନ୍ତ୍ରର ଆବଶ୍ୟକ ପଡ଼ିଥାଏ । ବିଶେଷକରି ଗାୟକ-ଗାୟିକାମାନଙ୍କ ପାଇଁ ଗିଟାର ବହୁତ ପସନ୍ଦ । ଜଣେ ସିଙ୍ଗରଙ୍କ ହାତରେ ଯଦି ଗୋଟିଏ ଗିଟାର ପଡ଼ିଯାଏ ତେବେ ସେମାନଙ୍କ ଜୀବନର ସବୁ ଖୁସି ମିଳିଗଲା ପରି ମନେହୁଏ ।
ତେବେ ଆମେ ଆଜି କହିବାକୁ ଯାଉଛୁ ଏମିତି ଏକ ଗିଟାରର କଥା । ଯାହା ଦୁନିଆର ସବୁଠାରୁ ଦାମୀ ବୋଲି କୁହାଯାଉଛି । ସୁନା ଓ ହୀରାରେ ତିଆରି କରାଯାଇଛି ଏହି ଗିଟାର । ଗୀତ ନୁହେଁ ବରଂ ଲୋକମାନେ ଏହି ଗିଟାରକୁ ଦେଖିବାକୁ ଭିଡ଼ ଜମାଇଥା’ନ୍ତି ।
ବିଭିନ୍ନ ସପିଂ ୱେବସାଟ୍ରେ ୪ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଗିଟାର ଉପଲବ୍ଧଥିବା ଆପର ଦେଖିଥିବେ । ତାଠାରୁ କିଛି ଦାମୀ ଗିଟାର ମଧ୍ୟ ବଜାରରେ ଉପଲବ୍ଧ ହେଉଛି । ହେଲେ ଆପର କେବେ ଚିନ୍ତା କରିଛନ୍ତି କି ଗୋଟିଏ ଗିଟାରର ଦାମ୍ ୧୬ କୋଟି ଟଙ୍କା । ଏହି ଗିଟାରରେ ୧୧, ୪୪୧ଟି ହୀରା ଲାଗିଥିବା ବେଳେ ୧.୬୩୭ କିଗ୍ରା ଧଳା ସୁନା ବ୍ୟବହାର କରାଯାଇଛି । ଯାହାକି ୧୮ କ୍ୟାରେକ୍ଟ ।
୨୦୧୫ ମାର୍ଚ୍ଚ ୧୬ ତାରିଖରେ ଏହାକୁ ନିର୍ମିତ କରାଯାଇଥିଲା । ଏହି ଗିଟାରକୁ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ କରାଯାଇଛି । ରିପୋର୍ଟ ଅନୁଯାୟୀ, ୬୮ ଜଣ କାରିଗର ଏହାକୁ ତିଆରି କରିବାକୁ ୭୦୦ ଦିନ ସମୟ ନେଇଥିଲେ । ଯାହାର ମୂଲ୍ୟ ୧୬ କୋଟି ଟଙ୍କା ବୋଲି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)