Advertisment

A bond of love: ମାଲିକର ମୃତ୍ୟୁକୁ ବିଶ୍ୱାସ କରିପାରୁନି ପୋଷା କୁକୁର; ବରଫ ଉପରେ ସେମିତି ବସିଛି

କୁକୁର ଓ ମଣିଷର ବନ୍ଧୁତା ବିଷୟରେ ଆପଣ ଅନେକ କାହାଣୀ ଶୁଣିଥିବେ। ଏହି ବିଷୟବସ୍ତୁ ଆଧାରରେ ଅନେକ ଫିଲ୍ମ ବି ନିର୍ମାଣ ହୋଇଛି। ତେବେ ରିୟଲରେ ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ କନ୍ଦାଇଦେବ। ମାଲିକର ମୃତ୍ୟୁ ପରେ ବି ବିଶ୍ୱସ୍ତ କୁକୁର ତାଙ୍କ ଫେରିବାର ବାଟକୁ ଚାହିଁ ରହିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Dog

Dog

କୁକୁର ଓ ମଣିଷର ବନ୍ଧୁତା ବିଷୟରେ ଆପଣ ଅନେକ କାହାଣୀ ଶୁଣିଥିବେ। ଏବି ବିଷୟବସ୍ତୁ ଆଧାରରେ ଅନେକ ଫିଲ୍ମ ବି ନିର୍ମାଣ ହୋଇଛି। ତେବେ ରିୟଲରେ ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ କନ୍ଦାଇଦେବ। ମାଲିକର ମୃତ୍ୟୁ ପରେ ବି ବିଶ୍ୱସ୍ତ କୁକୁର ତାଙ୍କ ଫେରିବାର ବାଟକୁ ଚାହିଁ ରହିଛି। ଥଣ୍ଡାକୁ ଖାତିର ନ କରି ବରଫର ଚାଦର ଉପରେ ବସି ସେ ମାଲିକ ଆସିବ ବୋଲି ଧରି ନେଇଛି। ହେଲେ ସେ ଜାଣିପାରୁନି ତା ମାଲିକ ଆଉ କେବେ ଫେରିବେନି। ଏହି କୁକୁରର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

Advertisment

କୁକୁରମାନଙ୍କୁ ସର୍ବଦା ମଣିଷର ସବୁଠାରୁ ବିଶ୍ୱସ୍ତ ସାଥୀ ଭାବରେ ବିବେଚନା କରାଯାଏ। ଯାହାର ଉଦାହରଣ ପାଲଟିଛି ଋଷର ଏକ ପୋଷା କୁକୁର ବେଲକା । ମାଲିକର ବିଶ୍ୱସ୍ତ ଓ ପ୍ରିୟର ସାଥୀ ଥିଲା ବେଲକା । ଉଭୟ ଉଭୟଙ୍କୁ ଖୁବ୍ ଭଲ ପାଉଥିଲେ। ହେଲେ ଦିନେ ତାର ମାଲିକ ବରଫ ପାଲଟିଯାଇଥିବା ନଦୀ କୂଳରେ ସାଇକେଲ୍ ଚଲାଉଥିଲେ। ହେଲେ ଏହି ସମୟର ଏକ ଦୁର୍ଘଟଣା ଘଟିଗଲା। ସାଇକେଲ୍ ଚଲାଇବା ବେଳେ ହଠାତ୍ ବରଫ ଖଣ୍ଡ ଭାଙ୍ଗିଯିବା ଫଳରେ ସେ ଥଣ୍ଡା ପାଣିରେ ପଡିଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ବ୍ୟକ୍ତି ମଧ୍ୟ ସେହି ପାଣିକୁ ଡେଇଁ ପଡିଥିଲେ।

କିନ୍ତୁ ପାଣିର ସ୍ରୋତ ପ୍ରଖର ଥିବାରୁ ଉଭୟ ଭାସିଯାଇଥିଲେ। ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ବହୁ ଖୋଜାଖୋଜି କରିବା ପରେ ଉଫା ନଦୀରୁ ସେହି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତ ବ୍ୟକ୍ତିଙ୍କ କୁକୁର ବେଲକା ମାଲିକଙ୍କୁ ଖୋଜି ଖୋଜି ସେହି ସ୍ଥାନରେ ପହଞ୍ଚିଥିଲା। ହେଲେ ସେ ଜାଣିନଥିଲା ଯେ ତାର ମାଲିକ ଆଉ ଏ ଦୁନିଆରେ ନାହାନ୍ତି। ୪ଦିନ ଧରି ବେଲକା ସେହି ବରଫ ନଦୀ କୂଳରେ ବସି ରହିଲା। ହେଲେ ମାଲିକ ଫେରିନଥିଲେ।

Advertisment

ଉକ୍ତ ବ୍ୟକ୍ତିଙ୍କ ପରିବାର ତାକୁ ଘରକୁ ନେବା ପରେ ମଧ୍ୟ ବେଲକା ପୁନର୍ବାର ସେହି ସ୍ଥାନକୁ ଫେରିଆସିଲା। ସେ ଭାବିନେଇଛି ଯେମିତି ତାର ମାଲିକ ଫେରିଆସିବେ ଓ ସେମାନେ ମିଶି ଘରକୁ ଫେରିବେ। ବେଲକାର ଏହି ବିଶ୍ୱସନୀୟତା ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିଲା, ​​ଯେତେବେଳେ ବ୍ରୁଟ୍ ଆମେରିକା ଏହି ଭିଡିଓ ସେୟାର କରିଥିଲା । ଏହା ଅନଲାଇନରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। 

ଅଧିକ ପଢ଼ନ୍ତୁ: Leopard Enters House In Rajasthan: ଭୟଙ୍କର ଲଢେଇ; ହାର୍‌ ମାନିଲା ବାଘ, ଜିତିଲା କୁକୁର, ଦେଖନ୍ତୁ ଭିଡ଼ିଓ...

ବେଲକାର କାହାଣୀ ଅନେକ ଲୋକଙ୍କୁ କୁକୁର ବିଶ୍ୱସ୍ତତାର ଅନ୍ୟ ଏକ ହୃଦୟସ୍ପର୍ଶୀ କାହାଣୀ ମନେ ପକାଇଥାଏ । ୨୦୨୦ରେ, ଚାଇନାର ଉହାନରେ ଜିଆଓ-ବାଓ ନାମକ ଏକ ସାତ ବର୍ଷର କୁକୁର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ତାର ମାଲିକ କରୋନାରେ ମୃତ୍ୟୁବରଣ କରିବା ପରେ, ଜିଆଓ-ବାଓ ଧୈର୍ଯ୍ୟର ସହିତ ଉହାନ ଟାଇକଙ୍ଗ ହସ୍ପିଟାଲରେ ତିନି ମାସରୁ ଅଧିକ ସମୟ ଅପେକ୍ଷା କରିଥିଲା। ତାକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ହସ୍ପିଟାଲ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ୱେ, ଜିଆଓ-ବାଓ ସେହି ସ୍ଥାନ ଛାଡିନଥିଲା। ହସ୍ପିଟାଲ୍ କର୍ମଚାରୀମାନେ ତାଙ୍କ ଯତ୍ନ ନେଉଥିଲେ। ତାର ଖାଦ୍ୟପେୟ କଥା ବୁଝିବା ସହ ଯତ୍ନ ନେଉଥିଲେ।

ଅଧିକ ପଢ଼ନ୍ତୁ: ହିଂସ୍ର 'ପିଟବୁଲ୍‌' ହେଲା ହିରୋ; ଅହିରାଜ ସହ ଲଢି ବଞ୍ଚାଇଲା ପିଲାଙ୍କ ଜୀବନ...ଦେଖନ୍ତୁ ଭିଡିଓ

Dog
Advertisment
Advertisment