• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନେ ସେ ନୌସେନାରେ ଥିଲେ ଏବେ ଅନ୍ୟଙ୍କୁ ପ୍ରସ୍ତୁତ କରାଉଛନ୍ତି । ଅବସର ନେବା ପରେ ଗାଁର ଛୋଟ ଛୋଟ ପିଲାଙ୍କୁ ତାଲିମ ଦେଉଛନ୍ତି । ଖେଳକୁଦରେ ସ୍କୁଲ ପିଲାଙ୍କ ଭବିଷ୍ୟତ ଗଢ଼ିବା ସହ ସେନାରେ ସାମିଲ ହେବାକୁ ପ୍ରୋତ୍ସାହିତ କରୁଛନ୍ତି ଯାଜପୁର ବରୀ ଅଞ୍ଚଳର ତରୁଣ କୁମାର ଦାସ । ଗାଁର ପ୍ରାକୃତିକ ପରିବେଶକୁ ବ୍ୟବହାର କରି ଗଢ଼ି ତୋଲିଛନ୍ତି ଏକ ଟ୍ରେନିଂ କ୍ୟାମ୍ପ । ଅବସର ହେବା ପରେ ଅନ୍ୟ କୌଣସି କାମରେ ନଲାଗି ଅନ୍ୟକୁ ସେ ପ୍ରସ୍ତୁତ କରୁଛନ୍ତି । ସେଥିପାଇଁ ତ କୁହାଯାଏ...SOLDIER NEVER ON HOLIDAY ।

ଯାଜପୁର ବରୀ ବ୍ଲକ ଅଲିଆବାଦ୍ ଗାଁରେ ପିଲାଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, କ୍ଲାଇମିଂ, ସୁଇମିଂ ଟ୍ରେନିଂ ଦିଆଯାଇଛି । ଯାହା ସେନା ପାଇଁ ଦରକାର ସବୁ କିଛି ଏଠି ଶିଖା ଯାଉଛି । ଛୋଟ ଛୋଟ ପିଲାଙ୍କୁ ଫିଟନେସର ଏହି ଫଣ୍ଡା ଶିଖାଉଛନ୍ତି ଅବସରପ୍ରାପ୍ତ ନୌସେନା ଅଧିକାରୀ ତରୁଣ କୁମାର ଦାସ । ଶାରିରୀକ ଭାବେ ଫିଟ୍ ହେବା ସହ ଯେପରି ଖେଳକୁଦରେ ଅଭ୍ୟସ୍ତ କରିବାକୁ ତୁରଣ ଟ୍ରେନିଂ ଦେଉଛନ୍ତି । ପ୍ରତିଦିନ ସକାଳେ ଗାଁ ପଡ଼ିଆକୁ ପିଲାମାନେ ଆସନ୍ତି, ଆଉ ତୁରଣ ଲାଗି ଯାଆନ୍ତି ସେମାନଙ୍କୁ ଶିଖାଇବାରେ । ଏଠୁ ଟ୍ରେନିଂ ନେଇ ଅନେକ ପିଲାଏ ଏବେ ଜିଲ୍ଲାସ୍ତରୀୟ କ୍ରିଡ଼ା ପ୍ରତିଯୋଗିତାରେ ଭାଗ ବି ନେଇ ପୁରସ୍କୃତ ହୋଇଛନ୍ତି ।

ଅଲିଆବାଦ୍ ଗାଁର ପଡ଼ିଆ, ପୋଖରୀ ଓ ଏହାର ଚାରିପାଖରେ ଟ୍ରେନିଂ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି । ଦୌଡ଼ଠୁ ଆରମ୍ଭ କରି ସାଇକେଲିଂ ଯାଏଁ ପିଲାଙ୍କୁ ଯେପରି ଉଚ୍ଚସ୍ତରୀୟ ଟ୍ରେନିଂ ଦିଆଯିବ । ସେଥିପାଇଁ ତରୁଣ ସମସ୍ତ ଆୟୋଜନ କରିଛନ୍ତି । ଛୋଟ ବେଳୁ କ୍ରୀଡ଼ାକୁ କିପରି ପିଲାଏ ନିଜ ଭବିଷ୍ୟତ କରିବେ, ତାସହ ଆଗାମୀ ଦିନରେ ସେନାରେ ସାମିଲ ହେବାକୁ ଏଠି ଦିଆଯାଉଛି ପ୍ରୋତ୍ସାହନ । ଏସମସ୍ତ ଟ୍ରେନିଂ ମାଗଣାରେ ଚାଲୁଛି । ନିଜ ପେନସନ୍ ଟଙ୍କା ଓ କିଛି ବନ୍ଧୁଙ୍କ ସହାୟତାରେ ଏହି ଟ୍ରେନିଂ କ୍ୟାମ୍ପ ଚଲାଇଛନ୍ତି ତରୁଣ ।