Advertisment

ଥାଇରଏଡ୍‌ ସମସ୍ୟା ଅଛି କି? ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଥାଇରଏଡ୍ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ । କିନ୍ତୁ ଆପଣ ଜାଣନ୍ତି କି ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ୍।ତେବେ ଚାଲନ୍ତୁ ଜାଣିବା ଥାଇରଏଡ୍ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ୍ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Foods To Avoid During Thyroid

Foods to Avoid for Thyroid

ଥାଇରଏଡ୍ ବର୍ତ୍ତମାନ ଏକ ସାଧାରଣ ବ୍ୟାଧି ପାଲଟିଯାଇଛି । ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ଅନେକ ଏହି ରୋଗରେ ପୀଡିତ । ଥାଇରଏଡ୍‌ ଗ୍ରନ୍ଥି ଅଧିକ ଆକ୍ଟିଭ୍‌ ହେଲେ ଶରୀରରେ ମେଟାବୋଲିଜିମ୍‌ର ମାତ୍ରା ବଢ଼ିଥାଏ। ଏଥିଯୋଗୁ ଶରୀରର ଓଜନ ବୃଦ୍ଧି ହୋଇଥାଏ।
Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କର ରହିଛି କି ଗ୍ୟାସ ସମସ୍ୟା ? ହୋଇପାରେ ହୃଦଘାତ !

ବିଶେଷଜ୍ଞଙ୍କ ମତରେ ଥାଇରଏଡ୍‌କୁ ‘ସାଇଲେଣ୍ଟ କିଲର୍‌’ ବୋଲି ମଧ୍ୟ କୁହାଯାଇଥାଏ।  କାରଣ ଏପରି କିଛି ଖାଦ୍ୟ ରହିଛି,ଯାହା ଏହି ସମସ୍ୟାକୁ ବଢ଼ାଇ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ଏହି କ୍ରମରେ ଥାଇରଏଡ୍ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ୍ ।

ମାଂସ :

  • ମାଂସରେ ବହୁଳ ପରିମାଣରେ ଫ୍ୟାଟ୍ ଏବଂ କୋଲେଷ୍ଟ୍ରଲ ରହିଥାଏ। ଯାହା ଥାଇରଏଡ ହର୍ମୋନକୁ ବୃଦ୍ଧି କରିଥାଏ। ତେଣୁ ଏହି ରୋଗୀମାନେ ମାଂସ ଖାଇବା ଅନୁଚିତ୍।
Advertisment

ଜଙ୍କ ଫୁଡ୍:

  • ସେହିପରି ଥାଇରଏଡ୍ ରୋଗୀ ଜଙ୍କ ଫୁଡ୍ ସେବନ କରିବା ମଧ୍ୟ ଅନୁଚିତ। ଏହାଦ୍ୱାରା ଖାଦ୍ୟରେ ଥିବା ସୋଡିୟମ୍ ଆପଣଙ୍କୁ ଅସୁବିଧାରେ ପକାଇଥାଏ। ଯେଉଁଥିପାଇଁ ବିଭିନ୍ନ ପ୍ରକାରର ଅସୁବିଧା ଦେଖାଦିଏ।

ମଦ:

  • ଥାଇରଏଡ୍ ରୋଗୀଙ୍କୁ ମଦ ସେବନ କରିବା ଠାରୁ ଦୂରରେ ରହିବା ଉଚିତ୍ । କାରଣ ଥାଇରଏଡ୍ ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ମଦ ଖରାପ ପ୍ରଭାବ ପକାଇଥାଏ। ଏଣୁ ହେଲ୍ଥ ଏକ୍ସପର୍ଟ ଏହି ରୋଗୀଙ୍କୁ ମଦ୍ୟପାନ ନକରିବାକୁ ପରାମର୍ଶ ଦେଇଥାନ୍ତି

କଫି ଏବଂ ଚା:

  • ଏହାଛଡ଼ା ରୋଗୀଙ୍କୁ କଫି ଏବଂ ଚା’ ଅଧିକ ସେବନ କରିବା ଅନୁଚିତ।
  •  

ସୋୟାବିନ:

  • ଥାଇରଏଡ ରୋଗୀଙ୍କୁ ସୋୟାବିନ୍ ଖାଇବାକୁ ମଧ୍ୟ ବାରଣ କରାଯାଇଛି।

ଫାଇବର ଯୁକ୍ତ ପନିପରିବା:

  • ଥାଇରଏଡ ରୋଗୀ ଫାଇବର ଥିବା ଖାଦ୍ୟ ଖାଇବା ଅନୁଚିତ୍ । ପାଳଙ୍ଗ,କୋବି, ବ୍ରୋକୋଲି ଇତ୍ୟାଦି ସେବନ କରିବା ଅନୁଚିତ।
Thyroid Health Tips
Advertisment
Advertisment