• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଣିଷର ବ୍ୟସ୍ତବହୁଳ ଜୀବନରେ ବର୍ତ୍ତମାନ ନିଜ ପାଇଁ ସମୟ ଅଭାବ ହେଉଛି । ଠିକ୍‌ ସମୟରେ ଖାଇବା, ଶୋଇବା ଓ ଅନ୍ୟାନ୍ୟ କର୍ମ ନକରିବା ଯୋଗୁ ଅନେକ ଅସୁବିଧାରେ ପଡ଼ୁଛି ମଣିଷ । ବିଶେଷକରି ଆଜି କାଲି ପେଟ ଗ୍ୟାସ ହେବା ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ତାହାସହ ମଧୁମେହ, ଥାଇରଏଡ୍‌ ଓ ହାର୍ଟ ଆଟାକ୍‌ ପରି ସମସ୍ୟା ସବୁବେଳେ ଦେଖାଦେଉଛି । ତେବେ ଆସନ୍ତୁ ଜାଣିବା ଏହି ସବୁଥିରୁ କିପରି ଆପଣ ଦୂରେଇ ରହିପାରିବେ ।

ଦେଶରେ ବର୍ତ୍ତମାନ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଦିଲ୍ଲୀରେ ବିଶେଜ୍ଞମାନେ ଏକ ଆଲୋଚନା କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ହୃଦରୋଗ ବିଶେଷଜ୍ଞ ମାନେ ଦିଲ୍ଲୀରେ ଆୟୋଜିତ ହୋଇଥିବା ‘କାର୍ଡିଓଲୋଜି ସୁମା ୨୦୨୩’ରେ ଯୋଗଦେଇ ସେମାନେ ସେମାନଙ୍କ ମତ ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ ! ଟିକିଏ ଭୁଲ୍‌ ନେଇପାରେ ଜୀବନ...

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହୃଦଘାତକୁ ନେଇ ଗବେଷଣା ଜାରି ରହିଛି । ବର୍ତ୍ତମାନ ଏଥିପାଇଁ ଅନେକ ଔଷଧ ବଜାରରେ ଉପଲବ୍ଧ ହେଲାଣି । ଯାହାଦ୍ୱାରା ହୃଦଘାତକୁ ରୋକାଯାଇପାରିବ । ତାହାଛଡ଼ା AIIMSର ଧଡ଼କନ୍‌ ଆପ୍‌ ଦ୍ୱାରା ସୂଚନା ଜଣାଯାଇପାରିବ । ହୃଦଘାତକୁ ନେଇ AIIMSର ବିଶେଷଜ୍ଞମାନେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସୁସ୍ଥ ରହିବାକୁ ହେଲେ ବ୍ୟାୟାମ କରିବା ଜରୁରୀ । ଯଦି ଆପଣ ଚାଲନ୍ତି ତାହା ମଧ୍ୟ ଦେହ ପାଇଁ ଭଲ ।

ପେଟର ଗ୍ୟାସକୁ ସାଧାରଣ ଭାବେ ଗ୍ରହଣ କରନ୍ତୁ ନାହିଁ: 

ଯଦି ଆପଣଙ୍କର ବାରମ୍ବାର ଗ୍ୟାସ ଜନିତ ସମସ୍ୟା ହେଉଥାଏ ତାହେଲେ କେବେ ବି ଏହାକୁ ସାଧାରଣରେ ନିଆନ୍ତୁ ନାହିଁ । କାରଣ ରିପୋର୍ଟ ଅନୁଯାୟୀ ପ୍ରତି ୧୦ଜଣ ଗ୍ୟାସ ରୋଗୀଙ୍କ ମଧ୍ୟରୁ ୨ଜଣଙ୍କୁ ହୃଦଘାତ ହେଉଥିବା ଜଣାପଡ଼ିଛି । ଗ୍ୟାସ ସମସ୍ୟା ସବୁବେଳେ ରହୁଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।

ଧୂମପାନ କରୁଥିବା ବ୍ୟକ୍ତି ହୃଦଘାତର ଶିକାର ହୋଇପାରନ୍ତି:

ଦିଲ୍ଲୀ AIIMSର କାର୍ଡିଓଲୋଜି ବିଭାଗର ପ୍ରଫେସର ଡାକ୍ତର ସନ୍ଦୀପ ସେଠ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅଳ୍ପ ବୟସରେ ହୃଦଘାତ ହେଉଥିବା ଦେଖାଯାଇଛି । ବିଶେଷକରି ଧୂମପାନ କରୁଥିବା ବ୍ୟକ୍ତି ହୃଦଘାତର ଶିକାର ହେଉଛନ୍ତି । ଯଦି ଇସିଜି କିମ୍ବା ରକ୍ତ ପରୀକ୍ଷା କରାଯାଏ ତେବେ ଏହା ଜଣାପଡ଼ିଥାଏ । ଏଥିପାଇଁ ସଚେତନ ଆବଶ୍ୟକ ବୋଲି ଡାକ୍ତର ସନ୍ଦିପ କହିଛନ୍ତି ।