Advertisment

ବଲାଙ୍ଗିର ବଡ ଡାକ୍ତରଖାନାର ଗୁମର କଥା; ୭୫୦ ଶଯ୍ୟା ଭିତରୁ କାର୍ଯ୍ୟକ୍ଷମ ନୁହେଁ ଗୋଟିଏ ବି ବେଡ୍‌

ଆକାଶ ଛୁଆଁ ନୂଆ କୋଠାକୁ ଦେଖିଲେ ମନଖୁସି ହେଇଯିବ। ସବୁ ପ୍ରକାର ସିଭିଲ କାମ ସରିଯାଇଛି। କିନ୍ତୁ ୭୫୦ ଶଯ୍ୟା ଭିତରୁ ଗୋଟିଏ ବି ବେଡ କାର୍ଯ୍ୟକ୍ଷମ ନୁହେଁ।

author-image
Sujit kumar Swain
ଅଦ୍ୟତନ ହୋଇଛି
Medical Negligence In DHH Bolangir

DHH Bolangir

ଚାରିମାସ ତଳେ ୭୫୦ ଶଯ୍ୟା ବିଶିଷ୍ଟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଉଦଘାଟନ କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଇଁ ଉଦଘାଟନ ତ କରିଦେଲେ ହେଲେ ନୂଆ ହସପିଟାଲ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ। କେବଳ ଚାରୋଟି ବିଭାଗ, ମେଡିସିନ, ଚର୍ମ, ମାନସିକ ଓ ଦନ୍ତ ବିଭାଗର ଆଉଟ୍‌ଡୋର ଚାଲିଛି।

Advertisment

ଅନ୍ୟ ବିଭାଗ ଗୁଡିକ ଏବେବି ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଚାଲିଥିବା ବେଳେ, କୌଣସି ବିଭାଗର ଇନ୍‌ଡୋର ନୂଆ କୋଠାକୁ ଆସିନାହିଁ। ତେଣୁ କେଉଁ ବିଭାଗ କେଉଁଠି ଅଛି, ରୋଗୀଙ୍କ ପାଖରେ ସୂଚନା ନାହିଁ। ବଡ କୋଠା ଦେଖି, ଏଠି ରୋଗୀଙ୍କ ଭିଡ ଜମୁଛି। କିନ୍ତୁ ଅଧିକାଂଶ ବିଭାଗ ସାତ କିଲୋମିଟର ଦୂରରେ ଥିବାରୁ, ହଇରାଣ ହରକତ ହେଉଛନ୍ତି ରୋଗୀ।

ପଢନ୍ତୁ ଏହି ଖବର: ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର ! ନିଧଡ଼କ ଦେଖୁଛନ୍ତି ରୋଗୀ

ଆକାଶ ଛୁଆଁ ନୂଆ କୋଠାକୁ ଦେଖିଲେ ମନଖୁସି ହେଇଯିବ। ସବୁ ପ୍ରକାର ସିଭିଲ କାମ ସରିଯାଇଛି। କିନ୍ତୁ ୭୫୦ ଶଯ୍ୟା ଭିତରୁ ଗୋଟିଏ ବି ବେଡ କାର୍ଯ୍ୟକ୍ଷମ ନୁହେଁ। ଜିଲ୍ଳା ମୁଖ୍ୟ ଡାକ୍ତରଖାନାର ଅବସ୍ଥା ଭୟଙ୍କର । ଭୀମଭୋଇ ମେଡିକାଲ କଲେଜ ହସପିଟାଲ ଉପରେ ପାଞ୍ଚରୁ ସାତୋଟି ଜିଲ୍ଳାର ଲୋକେ ନିର୍ଭର କରନ୍ତି। ତେଣୁ ପ୍ରତିଦିନ ହଜାର ହଜାର ରୋଗୀ ଆସୁଥିବା ବେଳେ, ଇନ୍‌ଡୋରରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ବେଡ୍‌ ଟିଏ ନପାଇ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ଗୁରୁତର ରୋଗୀ। କିନ୍ତୁ ଚାରିମାସ ତଳୁ, ଉଦଘାଟନ ହୋଇଥିବା ବଡ ଡାକ୍ତରଖାନାର କୋଠା ଖାଁ ଖାଁ। 

Advertisment

କଲେଜ ଡିନଙ୍କ କହିବା ମୁତାବକ, ଡାକ୍ତରଖାନା ସିଫ୍ଟ ହେବା ପାଇ ଆହୁରି ୬ ମାସ ଲାଗିଯିବ। ଜିଲ୍ଳାର ବିଧାୟକ ମୁକେଶ ମହାଲିଙ୍ଗ ଏବେ ସ୍ବାସ୍ଥ୍ୟମନ୍ତ୍ରୀ। ତେଣୁ ପୂରା ଘଟଣାକୁ ସମୀକ୍ଷା କଲା ପରେ, ଖୁବ ଶୀଘ୍ର ସିଫ୍ଟିଂ ପ୍ରକିୟା ସରିବ । ରୋଗୀ ଯେମିତି ହଇରାଣ ନହେବେ, ସେଥିପାଇଁ ନିର୍ଦେଶ ଦେଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ଦେଖନ୍ତୁ ଭିଡିଓ | ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ

Medical Negligence
Advertisment
Advertisment