ବିଶ୍ୱ କିଡନୀ ଦିବସ ଅବସରରେ ଭୁବନେଶ୍ୱର କେୟାର ହସ୍ପିଟାଲ ପକ୍ଷରୁ ଏକ ୱାକାଥନ ଅନୁଷ୍ଟିତ ହୋଇଯାଇଛି । ଚଳିତ ବର୍ଷର ବାର୍ତ୍ତା ‘କିଡନୀ ହେଲଥ ଫର୍ ଅଲ'କୁ ନେଇ ଏହି ସଚେତନତା ରାଲି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଟିଭି ନେଟୱର୍କର ହେଡ୍ ଅଫ୍ ବିଜିନେସ୍ ଲିତିଶା ମଙ୍ଗତ ପଣ୍ଡା ଯୋଗଦେଇଥିଲେ । ବିଶ୍ୱରେ କିଡନୀ ଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ କିପରି ପ୍ରତିହତ କରିହେବ ସେନେଇ ବାର୍ତ୍ତା ଦିଆଯାଇଛି । କିଡନୀ ରୋଗକୁ ଚିହ୍ନିବା ଏବଂ କିଭଳି ଏହାର ଉପଚାର କରାଯାଇପାରିବ, ସେ ଦିଗରେ ଲୋକମାନଙ୍କୁ ସଚେତନ କରିବାକୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ କିଡ୍ନୀ ରୋଗରୁ ରକ୍ଷା ପାଇଁ ବିଭିନ୍ନ ଉପାୟ ସଂପର୍କରେ କୁହାଯାଇଥିଲା।
ଅଧିକ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଶିଖାଇଲେ ୟୁଥ୍ ଆଇକନ୍ ଲିତିଶା ମଙ୍ଗତ
Also Read
କିଡନୀ ରୋଗରୁ ରକ୍ଷା ପାଇବା ପାଇଁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ . . .
- କମ୍ ଲୁଣ ଖାଆନ୍ତୁ
- ମୋଟାପଣରୁ ବଞ୍ଚନ୍ତୁ
- ଏପରି କୌଣସି ଦେଶୀ ଔଷଧ ଗ୍ରହଣ କରନ୍ତୁ ନାହିଁ, ଯାହା ବିଷୟରେ ଜଣା ନାହିଁ
- ଅନାବଶ୍ୟକ ଭାବରେ ବ୍ରୁଫେନ୍ କିମ୍ବା ଫ୍ଲେକ୍ସନ୍ ପରି ପେନ୍ କିଲର୍ ବ୍ୟବହାର କରନ୍ତୁ ନାହିଁ
- NSAIDରୁ ଦୂରେଇ ରୁହନ୍ତୁ (ନନ୍-ଷ୍ଟେରଏଡାଲ୍ ଆଣ୍ଟି-ଇନ୍ଫ୍ଲାମେଟୋରୀ ଡ୍ରଗ୍ସ୍)। ଏହି କାରଣରୁ, କିଡ୍ନୀ ଅତି ଶୀଘ୍ର ନଷ୍ଟ ହୋଇଯାଏ
- ଯଦି ମଧୁମେହ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଏ, ତେବେ କିଡ୍ନୀ ପ୍ରତିରୋପଣ କିମ୍ବା ଡାୟଲିସିସ୍ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ
- ଏଥିପାଇଁ ଆମର ଜୀବନଶୈଳୀ ସନ୍ତୁଳିତ ଏବଂ ଗୁଣାତ୍ମକ ହେବା ଆବଶ୍ୟକ