Advertisment

Diarrheal Outbreak: ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି କି ହଇଜା ସ୍ଥିତି ? ଆଜି ଦିନକରେ ୩ ଶହ ନୂଆ ରୋଗୀ ଚିହ୍ନଟ...

ଯାଜପୁର ଧର୍ମଶାଳା ପାଖର ଗାଁରେ ଯେଉଁଠୁ ଆରମ୍ଭ ହୋଇଥିଲା ଡାଇରିଆ। ଆଉ ସେଇଠି ସ୍ଥିତି ପରଖିବା ପାଇଁ ପହଞ୍ଚି ଥିଲେ ଆମ ଓଟିଭି ପ୍ରତିନିଧି ।

author-image
Sujit kumar Swain
undefined

Diarrheal Outbreak

ଯାଜପୁର ଜିଲ୍ଲାରେ ହଇଜାର ପ୍ରକୋପ, ଆଉ ପରେ ୫ ଜିଲ୍ଲାକୁ ଝାଡ଼ବାନ୍ତି ଡେଇଁବା ପରେ ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ। ଯେତିକି ନମୁନା ପରୀକ୍ଷା ହୋଇଥିଲା ତା ମଧ୍ୟରୁ ୧୦ ପ୍ରତିଶତରେ କଲେରା ଜୀବାଣୁ ଚିହ୍ନଟ ହୋଇଛି।  ଡାଇରିଆରେ ସଂପୂର୍ଣ୍ଣ ବ୍ରେକ୍ ଲାଗିନି, ହସପିଟାଲ୍ ଆସୁଥିବା ନୂଆ ରୋଗୀଙ୍କ ପାଖରେ ବି ଲକ୍ଷଣ ସାମନ୍ୟ ରହୁଛି। ଆଜି ମୁଖ୍ୟ ଶାସନ ସଚିବ ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ ବୈଠକ ନେଇଥିବା ବେଳେ ଆସନ୍ତାକାଲି ଗ୍ରାଉଣ୍ଡ ଭିଜିଟ୍ କରିଥିବା କେନ୍ଦ୍ରୀୟ ଟିମ୍ ସହ ରହିଛି ମିଟିଂ। ଏପଟେ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଛି ଓଟିଭି।

Advertisment

ଯାଜପୁର ଧର୍ମଶାଳା ପାଖର ଗାଁରେ ଯେଉଁଠୁ ଆରମ୍ଭ ହୋଇଥିଲା ଡାଇରିଆ। ଆଉ ସେଇଠି ସ୍ଥିତି ପରଖିବା ପାଇଁ ପହଞ୍ଚି ଥିଲେ ଆମ ଓଟିଭି ପ୍ରତିନିଧି । ଗାଁରେ ଏବେ ପ୍ରାୟ 50 ଲୋକ ଆକ୍ରାନ୍ତ ହେଲେଣି। ଆଶ୍ବସ୍ତିର କଥା ହେଲା ଯଦିଓ ରୋଗୀ ସଂଖ୍ୟା କମିଛି କିନ୍ତୁ ଠପ୍ ହେଇନି। କିନ୍ତୁ ବିଡ଼ମ୍ବନାର କଥା ହେଲା, ଯେଉଁ ଗୋଟିଏ ନଳକୂପ ରହିଛି, ତା ଉପରେ ଗାଁର 80 ପ୍ରତିଶତ ଲୋକ ନିର୍ଭର କରନ୍ତି। ଡାଇରିଆ ପରେ ବି ସ୍ଥିତିରେ କିନ୍ତୁ ପରିବର୍ତ୍ତନ ଆସିନାହିଁ। ନଳକୂପରେ ବ୍ଲିଚିଙ୍ଗ ପଡ଼ିଛି, ଆଉ ମୁହଁରେ ଗୋଟେ କପଡା ବାନ୍ଧି ଏବେ ସେଇ ନଳକୂପ ହିଁ ଗାଁର ଭରସାଯୋଗ୍ୟ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଏବେ ହଇଜା ହାହାକାର; ଜିଲ୍ଲା ପରେ ଜିଲ୍ଲା ମାଡ଼ି ଚାଲିଛି ଝାଡ଼ାବାନ୍ତି...

Advertisment

ଆଉ ସେମିତି କୋରେଇ ବ୍ଲକ ଧନେଶ୍ବର ଗାଁ। ଗାଁରେ 60 ରୁ 70 ଆକ୍ରାନ୍ତ। ଏଠି ବି ନୂଆ ରୋଗୀ ସଂଖ୍ୟା କମିଥିଲେ ବି ସଂପୂର୍ଣ୍ଣ ବନ୍ଦ ହୋଇନି। ଏଠାରେ ଲୋକେ ଦଶ, ବାହାଘର ଓ ମନ୍ଦିର ଭୋଜି ଖାଇବା ପରେ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ।

ଧର୍ମଶାଳା ଏବଂ କୋରେଇର CHCର ଧର୍ମଶାଳା ସିଏଚସିରେ 12ଟି ୱାର୍ଡରେ 43 ବେଡ୍, ସବୁ ଫୁଲ୍। କୋରେଇ ହସ୍ପିଟାଲରେ ବି ସମାନ ସ୍ଥିତି। ଗତ 10 ଦିନରେ ଆକ୍ରାନ୍ତଙ୍କ  ସଂଖ୍ୟା ୨ ହଜାର ଟପିଥିବା ବେଳେ ୧୮ଶହରୁ ଅଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେବି ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ 250ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। 10 ଜଣିଆ କେନ୍ଦ୍ରୀୟ ଦଳ ଯାଜପୁରରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କୋରେଇ ସିଏଚସି ପରିଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।

ଉଦବେଗର କଥା ହେଲା, ଯେତିକି ନମୁନା ପରୀକ୍ଷା ହୋଇଥିଲା ତା ମଧ୍ୟରୁ ୧୦ ପ୍ରତିଶତ ନମୁନାରେ ଭିବ୍ରିଓ କଲେରା ଜୀବାଣୁ ଚିହ୍ନଟ ହୋଇଛି। ଏପଟେ ଡାଇରିଆ ସ୍ଥିତିକୁ ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ନେଇଥିଲେ ମୁଖ୍ୟ ଶାସନ ସଚିବ। 5 ଜିଲ୍ଲା (ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଢେଙ୍କାନାଳ) ପ୍ରଭାବିତ ଥିଲେ ବି ସବୁ ଜିଲ୍ଲା ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଦିନ 10ଟା ସୁଦ୍ଧା 5 ଜିଲ୍ଲାରୁ ନୂଆ 300 କେଶ୍ ଚିହ୍ନଟ ହୋଇଛି। ଯେଉଁ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ତାଙ୍କୁ 24 ଘଣ୍ଟିଆ ନିରୀକ୍ଷଣରେ ରଖିବାକୁ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ବିଶୋଧନ ପ୍ରକିୟା ଜାରି ରହିବା ସହ ମାଇକ୍ ଜରିଆରେ ସଚେତନ କରାଯାଉଛି। ଆସନ୍ତା କାଲି କେନ୍ଦ୍ରୀୟ ଟିମ୍ ସହ ବୈଠକ ରହିଛି।

Diarrhoea Scare Diarrhoea Deaths In Odisha
Advertisment
Related Articles
Advertisment