Advertisment

Meghalaya Honeymoon Murder: ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରି ମାରିଦେଲା ସ୍ୱାମୀକୁ, ଶାଶୁ କହିଲେ ଏମିତି କଥା

ବାହାଘର ପରେ ଶାଶୁ ଘରେ ମାତ୍ର ୪ ଦିନ ରହିଲା । ତନ୍ତ୍ରମନ୍ତ୍ର କରି କବାଟ ପାଖରେ କ'ଣ ଟଙ୍ଗେଇଲା । ସ୍ୱାମୀକୁ ମାରି ଫେରାର୍ ହୋଇଗଲା । ତା ପରେ...

author-image
Tapan Kumar Swain
ଅଦ୍ୟତନ ହୋଇଛି
Meghalaya Honeymoon

Meghalaya Honeymoon

ହତ୍ୟାକାଣ୍ଡର ଶିକାର ହୋଇଥିବା ରାଜା ରଘୁବଂଶୀଙ୍କ ବାପା ପୁଣି ଏବେ ନୂଆ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ନବବିବାହିତ ବୋହୂ ସୋନମ୍ ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରୁଥିଲା । ନିଜ ସ୍ୱାମୀ ଉପରେ ଏହାର ପ୍ରୟୋଗ କରିଛି ବୋଲି କହିଛନ୍ତି । ହନିମୁନ୍ କରିବାକୁ ଇନ୍ଦୋରରୁ ମେଘାଳୟ ଯାଇଥିବା ବେଳେ ରାଜାଙ୍କୁ ହତ୍ୟା କରାଯାଇଥିଲା । ରାଜାଙ୍କ ପତ୍ନୀ ଓ ପତ୍ନୀର ପ୍ରେମିକ ଓ ଅନ୍ୟମାନେ ମିଶି ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ । ଗତ ମେ ମାସ ୨୩ ତାରିଖରୁ ରାଜାଙ୍କ ପତ୍ତା ମିଳିନଥିଲା ।

Advertisment

ଜୁନ୍ ୨ ତାରିଖରେ ଏକ ଜଳପ୍ରପାତ ନିକଟରୁ ଜଙ୍ଗଲରେ ଏକ ଖାତରୁ ମିଳିଥିଲା ତାଙ୍କ ମୃତଦେହ । ବାହାଘର ପରେ ପତ୍ନୀ ସୋନମର କଥାରେ ରଘୁବଂଶୀ ଘରଦୁଆର ମୁହଁରେ କିଛି ଜିନିଷ ଟାଙ୍ଗିଥିଲେ । ଏହା ଟାଙ୍ଗିଲେ ଘର ଦୁଷ୍ଟ ଶକ୍ତିର ନଜର ଲାଗିବନି ବୋଲି କହିଥିଲା ଅଭିଯୁକ୍ତ ସୋନମ୍ ।

ରାଜାଙ୍କୁ ହତ୍ୟା ପରେ ତାଙ୍କ ବାପା କହିଛନ୍ତି, ବୋହୂ ସୋନମ୍ ତନ୍ତ୍ରମନ୍ତ୍ରରେ ବିଶ୍ୱାସ କରୁଥିଲା । ସେ ମୋ ପୁଅ ଉପରେ ତାହା ବ୍ୟବହାର କରିଦେଲା । ଏବେ ଘର ଦୁଆର ମୁହଁରୁ ଏହି ଜିନିଷ କାଢିଦିଆଯାଇଛି । ଏହି ହତ୍ୟାକାଣ୍ଡରେ ଯେଉଁମାନେ ଦୋଷୀ ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯିବାକୁ ସେ ଦାବି କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ବିବାହ ପୂର୍ବରୁ ମା'କୁ ଧମକ ଦେଇଥିଲା ସୋନମ୍, ଯଦି ରାଜାଙ୍କୁ ବାହା ହୁଏ ତାହେଲେ....

ରାଜାଙ୍କ ମାଆ କହିଛନ୍ତି, ଝିଅ ଘରର କଥା ଅନୁସାରେ ଶୁଭ ଲଗ୍ନ ସ୍ଥିର ହୋଇଥିଲା । ବୋହୂ ଆମ ଘରେ ମାତ୍ର ୪ ଦିନ ରହିଥିଲା । ମେ ୧୧ ତାରିଖରେ ବିବାହ ହୋଇଥିଲା । ଯଦି କେବେ ସେ ଦେଖାହୁଏ ପଚାରିବି, ମୋ ପୁଅକୁ ତୁ କାହିଁକି ମାରିଲୁ କହ ?

ତେବେ ଏହି ତନ୍ତ୍ରମନ୍ତ୍ର କଥାକୁ ହେତୁବାଦୀମାନେ ବିଶ୍ୱାସ କରୁନାହାନ୍ତି । କିନ୍ତୁ ଏଭଳି ହତ୍ୟାକାଣ୍ଡକୁ ସବୁ ମହଲରୁ ନିନ୍ଦା କରାଯାଉଛି । 

ସେପଟେ ସୋନମର ଭାଇ ଗୋବିନ୍ଦ ରଘୁବଂଶୀ, ଭଉଣୀର ଏଭଳି କାଣ୍ଡ ପାଇଁ ଲଜ୍ଜିତ ଥିବା କଥା କହିଛନ୍ତି । ମେ ୨୫ ତାରିଖରୁ ଗୋବିନ୍ଦ ମେଘାଳୟ ଯାଇ ପୋଲିସ ତଦନ୍ତରେ ସହାୟତା କରିଛନ୍ତି । ତେବେ ହତ୍ୟାକାରୀ ରାଜ୍‌ ସହ ଉଉଣୀର ସମ୍ପର୍କ ଥିବା କଥା ଅସ୍ୱୀକାର କରିଛନ୍ତି । କିନ୍ତୁ ବ୍ୟବସାୟ ଆଳରେ ସୋନମ ଓ ରାଜ୍‌ ସହ ଗତ ୩ ବର୍ଷ ହେଲା ଫୋନରେ କଥାବାର୍ତ୍ତା ହୋଇଥିବା କଥା ସେ ମାନିଛନ୍ତି । ରାଜାର ହତ୍ୟାକାଣ୍ଡ ଘଟଣାରେ ସୋନମ ଯଦି ଥିବ ତେବେ ତାକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ଗୋବିନ୍ଦ ।   

ଅଧିକ ପଢ଼ନ୍ତୁ: ପ୍ରେମିକ ରାଜ୍ ପାଇଁ ସ୍ବାମୀ ରାଜାକୁ ହତ୍ୟା; ହରର ହନିମୁନ୍, ବେୱଫା ସୋନମ୍ ! 

Murder Meghalaya Indore Black Magic Honeymoon
Advertisment
Advertisment