/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747666200.jpg)
Ambulance Service Crisis in Odisha
ରୋଗଶଯ୍ୟାକୁ ଚାଲି ଯାଇଛି କି ୧୦୮ ଆମ୍ବୁଲାନ୍ସ ସେବା ? ଗୁରୁତର ରୋଗୀଙ୍କୁ ହସପିଟାଲ ନେଉଥିବା 108 ଆମ୍ବୁଲାନ୍ସ ଏବେ ନିଜେ କୋମାରେ କି ? ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ଏବେ ସମଗ୍ର ରାଜ୍ୟରେ ଦେଖାଦେଇଛି ୧୦୮ ଆମ୍ବୁଲାନ୍ସକୁ ନେଇ ଏଭଳି ସମସ୍ୟା। ଆମ୍ବୁଲାନସରେ କେଉଁଠି ଭେଣ୍ଟିଲେଟର କାମ କରୁନି, ତ ଆଉ କେଉଁଠି ଏସି ଅଚଳ। କେଉଁଠି ରୋଗୀଙ୍କ ପାଇଁ ଥିବା ସିଟ୍ ଚିରାଫଟା ତ ଆଉ କେଉଁ ଗାଡ଼ିର ଟାୟାର ଅବସ୍ଥା ନକହିଲେ ଭଲ।
ରୋଗୀଙ୍କୁ ନୂଆ ଜୀବନ ଦେଉଥିବା ୧୦୮ ଆମ୍ବୁଲାନ୍ସର ଭୟଙ୍କର ଅବସ୍ଥା...ଯାହା ଉପରେ ରୋଗୀ ଆଉ ସଂପର୍କୀୟ ଭରସା କରିବା କଥା...ତା ଉପରେ ଏତେ କ୍ଷୋଭ କାହିଁକି? ରାଜ୍ୟରେ ହସ୍ପିଟାଲକୁ ରୋଗୀଙ୍କୁ ତତ୍କାଳ ପହଞ୍ଚାଇ ଦେବାରେ ପ୍ରମୁଖ ଭୂମିକା ନେଇଥିବା ୧୦୮ ଆମ୍ବୁଲାନ୍ସ ସେବା କଣ ଏବେ କୋମାରେ କି ? ଏମିତି ପ୍ରଶ୍ନ ଏବେ ଅନେକଙ୍କ ମୁହଁରେ।... କଟକ ବଡ଼ ମେଡିକାଲକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଦୈନିକ ଆସିଥାଏ, ଶହ ଶହ ୧୦୮ ଆମ୍ବୁଲାନ୍ସ। ସେ ଭିତରୁ ଆମେ କିଛି ଆମ୍ବୁଲାନ୍ସର ଅବସ୍ଥା ଦେଖିବା ବେଳକୁ ସତ ଥିଲା ସାଧାରଣ ଲୋକଙ୍କ ଅଭିଯୋଗ। କାହାର ଭେଣ୍ଟିଲେଟର କାମ କରୁନି, ଆଉ କାହାର ଏସି ଅଚଳ। କେଉଁଠି ରୋଗୀ ଶୋଉଥିବା ସିଟ୍ ଫଟା ତ କେଉଁଠି ଅକାମୀ ସିରିଞ୍ଜ୍ ପମ୍ପ୍।
ଅଧିକ ପଢ଼ନ୍ତୁ: ଚିନ୍ତା ବଢାଇଲାଣି କରୋନା, ଚୀନ୍, ସିଙ୍ଗାପୁରରେ ଦ୍ରୁତ ସଂକ୍ରମଣ
ଆଉ କିଛି ଆମ୍ବୁଲାନ୍ସର ଟାୟାର, ସିଟ୍ ଏବଂ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥାକୁ ନିରେଖି ଦେଖିଲେ ଲାଗିବ ଏହା ରୋଗୀଙ୍କ ପ୍ରାଣ ବଞ୍ଚାଇବା ବଦଳରେ କେତେବେଳେ ବି ଘାତକ ସାଜିପାରେ। ୧୦୮ ଆମ୍ବୁଲାନ୍ସର ଦୁରବସ୍ଥା ଚିତ୍ର ସମାନ ଥିଲା କ୍ୟାପିଟାଲ୍ ହସ୍ପିଟାଲରେ। ଏଠି ବି ସେବାରେ ଲାଗିଥିବା ବହୁ ଗାଡ଼ିରେ କାମ କରୁନି ଏସି ଆଉ ଭେଣ୍ଟିଲେଟର। ରୋଗୀଙ୍କ ପାଇଁ ଅତି ଆବଶ୍ୟକ ଏସବୁ ସେବା ଅଚଳ ହେଲାଣି ଅନେକ ଦିନ ଆଗରୁ।
ଏପଟେ ଆମ୍ବୁଲାନ୍ସଗୁଡିକର ଏଭଳି ଅବସ୍ଥା ଦେଖି ଏଥିରେ ଆସିବାକୁ ରୋଗୀ ଓ ସମ୍ପର୍କୀୟ ବିରକ୍ତି ହେବା ପରେ ଆମ୍ବୁଲାନ୍ସ କର୍ମଚାରୀ, ଦାୟିତ୍ବରେ ଥିବା ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଜଣାଉଛନ୍ତି। ହେଲେ କର୍ମଚାରୀଙ୍କ ଅଭିଯୋଗ, ବାରମ୍ବାର ଅଭିଯୋଗ ପରେ ବି ଶୁଣୁନାହାନ୍ତି କର୍ତ୍ତୃପକ୍ଷ। କଟକରୁ ଭୁବନେଶ୍ବର, ଭଦ୍ରକରୁ ବଲାଙ୍ଗିର, ରାଜ୍ୟରେ ଯୁଆଡ଼େ ଆଖି ବୁଲାଇବେ, ସବୁ ସ୍ଥାନରେ ଅବସ୍ଥା ଏକାଭଳି। ଏବେ ୧୦୮ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ବରେ ଥିବା ଗ୍ରୀନ ହେଲଥ୍ ସଂସ୍ଥାର କହିବା କଥା, ଓଡ଼ିଶାର ୩୦ ଜିଲ୍ଲାରେ ସେବା ଯୋଗାଉଥିବା ଆମ୍ବୁଲାସନ୍ସର ସଂଖ୍ୟା ୧୩୦୦ରୁ ଅଧିକ। ସେ ଭିତରେ କିଛି ଗାଡ଼ି ଖରାପ ହେବା ସ୍ବାଭାବିକ କଥା। ଏପଟେ ରାଜ୍ୟର ପ୍ରମୁଖ ସହର ବ୍ୟତୀତ ଗ୍ରାମାଞ୍ଚଳରେ ଚାଲୁଥିବା ପୁରୁଣା ଗାଡ଼ିଗୁଡ଼ିକରେ ଏସି ସର୍ଭିସ ମରାମତି ସୁବିଧା ନଥିବାରୁ ମରାମତି ହୋଇପାରୁନଥିବା ସଫେଇ ଦେଇଛନ୍ତି ଦାୟିତ୍ବରେ ଥିବା କର୍ତ୍ତୃପକ୍ଷ।
ବିନା ମୂଲ୍ୟରେ ସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସ ଏବେ ଗରିବ ଓ ସାଧାରଣ ରୋଗୀଙ୍କ ପାଇଁ ଲାଇଫ୍ ଲାଇନ ପାଲିଟଥିବା ବେଳେ ଏହାର ଅସଜଡା ଭିତ୍ତିଭୂମିକୁ ସରକାର କେବେ ଗୁରୁତ୍ବ ଦେବେ, ତା ଉପରେ ସମସ୍ତଙ୍କ ନଜର।
Summer Menstrual Health Tips: ଗ୍ରୀଷ୍ମରେ ଋତୁସ୍ରାବ ସମୟରେ ସତେଜ ଓ ସୁସ୍ଥ ରହିବାର ଉପାୟ

Israel Gaza Strip Conflict: ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବୁ- ନେତନ୍ୟାହୁ

Indian Youtuber Jyoti Spying For Pak: କିଏ ଏହି ପାକିସ୍ତାନୀ ପ୍ରେମିକ ଦାନିଶ? କେମିତି ୟୁଟ୍ୟୁବରଙ୍କୁ ଫସାଇ ଆଦାୟ କରୁଥିଲେ ଭାରତୀୟ ସେନାର ଗୁପ୍ତ ତଥ୍ୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)