Advertisment

HMPV vs Covid-19: ଚିନ୍ତା ବଢାଉଛି HMPV; କରୋନା ପରି ସାଂଘାତିକ ହେବନି ତ ?

କୋଭିଡ ପରି HMPV ଏତେ ମାରାତ୍ମକ ନୁହେଁ । କେବଳ ପରିସ୍କାର ପରିଚ୍ଛନ୍ନତା ଦ୍ୱାରା ଆପଣ ଏହା ଠାରୁ ଦୂରେଇ ରହିପାରିବେ । HPMV ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ନଥିବା ବେଳେ, ଏହାକୁ ପାରାସିଟାମଲ୍ କିମ୍ବା ଜ୍ୱର ଏବଂ ଥଣ୍ଡା ହ୍ରାସ କରୁଥିବା ଅନ୍ୟ କୌଣସି ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ।

ଅଦ୍ୟତନ ହୋଇଛି
HMPV vs Covid-19: Key Similarities and Differences in Symptoms.

HMPV vs Covid-19:

Advertisment

HMPVକୁ ନେଇ ବଢ଼ୁଛି ଭୟ । ଆମ ଦେଶରେ ବି ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚୀନରୁ ଜନ୍ମ ନେଇଥିବା ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ସ୍ତବ୍ଧ ହୋଇଥିବା ବେଳେ ପୁଣି HMPVକୁ ଜନ୍ମ ଦେଇଛି ଚାଇନା। ତେବେ HMPV କେତେ ମାରାତ୍ମକ? ଏବଂ ଏହା କରୋନାଠାରୁ କେତେ ଶକ୍ତିଶାଳୀ? ତା’ ସହ HMPV ଓ କରୋନାମଧ୍ୟରେ କ’ଣ ରହିଛି ପାର୍ଥକ୍ୟ ? ଆସନ୍ତୁ ଜାଣିବା।

Advertisment

ଅଧିକ ପଢ଼ନ୍ତୁ: HMPVରେ ଆକ୍ରାନ୍ତ ହେଉଛନ୍ତି ବୟସ୍କ ଓ ଶିଶୁ; ଜାଣନ୍ତୁ ଏହାର ଲକ୍ଷଣ...

କରୋନା ଓ HMPV ମଧ୍ୟରେ ପାର୍ଥକ୍ୟ କ’ଣ ?

୨୦୦୧ରେରେ ନେଦରଲ୍ୟାଣ୍ଡରେ ପ୍ରଥମେ ଚିହ୍ନଟ ହୋଇଥିଲା HMPV। ଏହି ଭୂତାଣୁ ଥଣ୍ଡା ଋତୁରେ ବେଶ୍‌ ସକ୍ରିୟ ହୋଇ ଉଠେ । ଚୀନର ରୋଗ ନିୟନ୍ତ୍ରଣ କେନ୍ଦ୍ର ବା CDC HMPVକୁ ମହାମାରୀ ରୂପ ନେବା ସମ୍ଭାବନା ନଥିବା କହିଛି । HMPV ଲକ୍ଷଣଗୁଡ଼ିକ ଥଣ୍ଡା କିମ୍ବା ଫ୍ଲୁ ଲକ୍ଷଣ ସହିତ ସମାନ । ଯେପରିକି ଜ୍ୱର, କାଶ, ନାକ ବନ୍ଦ ହେବା ଏବଂ ଥକ୍କାପଣ ଲାଗିବା । କିନ୍ତୁ କରୋନାର ଏହି ସବୁ ଲକ୍ଷଣ ଥିଲେ ମଧ୍ୟ HMPV ସଂପୂର୍ଣ୍ଣ ଭିନ୍ନ । କାରଣ କ୍ଲିନିକାଲ୍ ଏହା ପ୍ରମାଣିତ ହୋଇସାରିଛି ।

Advertisment

HMPVର ଲକ୍ଷଣ ସାଧାରଣତଃ ଥଣ୍ଡା ପରି ଜଣାପଡ଼ିଥାଏ । ହେଲେ କରୋନା କିଛି ସମୟରେ ବିନା ଲକ୍ଷଣରେ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଥାଏ । ବାସ୍ନା ଜଣିନପାରିବା, ସ୍ୱାଦ ହରାଇବା, ମାଂସପେଶୀରେ ଯନ୍ତ୍ରଣା, ଏବଂ ପାକସ୍ଥଳୀରେ ଯନ୍ତ୍ରଣା ଅନୁଭବ କରିବା ହେଉଛି କୋଭିଡ୍-୧୯ର ଲକ୍ଷଣ । ଏମିତିକି କରୋନାରେ ପୀଡ଼ିତ ସଂକଟାପନ୍ନ ରୋଗୀଙ୍କର କିଛି ଅଙ୍ଗ ଅଚଳ ହୋଇଥାଏ । କିନ୍ତୁ ଏପରି କିଛି ଲକ୍ଷଣ HMPV ପୀଡ଼ିତଙ୍କ ଠାରେ ଦେଖା ଦେଇନଥାଏ ।

କୋଭିଡ ପରି HMPV ଏତେ ମାରାତ୍ମକ ନୁହେଁ । କେବଳ ପରିଷ୍କାର ପରିଚ୍ଛନ୍ନତା ଦ୍ୱାରା ଆପଣ ଏହା ଠାରୁ ଦୂରେଇ ରହିପାରିବେ । HPMV ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ନଥିବା ବେଳେ, ଏହାକୁ ପାରାସିଟାମଲ୍ କିମ୍ବା ଜ୍ୱର ଏବଂ ଥଣ୍ଡା ହ୍ରାସ କରୁଥିବା ଅନ୍ୟ କୌଣସି ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ।

Advertisment

ତାଇୱାନର ରୋଗ ନିୟନ୍ତ୍ରଣ କେନ୍ଦ୍ର ଉଲ୍ଲେଖ କରିଛି ଯେ, HMPV ପିଲା, ବୟସ୍କ ଏବଂ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତିମାନଙ୍କ ପାଇଁ ଅଧିକ ବିପଦ । ଭାରତରେ ଅଧିକାରୀମାନେ ଏହାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି, HMPV ଯେକୌଣସି ଶ୍ୱାସକ୍ରିୟା ଭାଇରସ ପରି । ଏହାକୁ ନେଇ ଆତଙ୍କିତ ହେବାର ଆବଶ୍ୟକ ନାହିଁ ।

ଅଧିକ ପଢ଼ନ୍ତୁ: ଆସିନାହିଁ ଗାଇଡଲାଇନ୍, ଆଗରୁ ଏହି ଭାଇରସ୍ ନେଦରଲ୍ୟାଣ୍ଡରେ ଚିହ୍ନଟ ହୋଇଥିଲା

COVID-19 HMPV Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ