Advertisment

ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ ! ଟିକିଏ ଭୁଲ୍‌ ନେଇପାରେ ଜୀବନ...

କୌଣସି ଭାଇରାଲ୍‌ ଫିଭର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ମେଡିସିନ୍‌ ନଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏହାସହ IMA ମଧ୍ୟ ଏନେଇ ସତର୍କ କରାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Avoid antibiotics for seasonal cold and cough, says ima

Avoid antibiotics for seasonal cold and cough, says ima

ସାରା ଦେଶରେ ପାଣିପାଗରେ ପରିବର୍ତ୍ତନ ହେଉଛି। ଫଳରେ ଜ୍ୱର, କାଶ ଓ ଥଣ୍ଡା ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରୁଛନ୍ତି। ଏନେଇ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌(IMA) ଆଡଭାଇଜରି ଜାରି କରି ଆଣ୍ଟିବାୟୋଟିକ୍ ମେଡିସିନ୍‌ ସେବନ ଠାରୁ ନିଜକୁ ଦୂରେଇ ରଖିବା ଲାଗି ପରାମର୍ଶ ଦେଇଛି। 

Advertisment

କୌଣସି ଭାଇରାଲ୍‌ ଫିଭର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ମେଡିସିନ୍‌ ନଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏହାସହ IMA ମଧ୍ୟ ଏନେଇ ସତର୍କ କରାଇଛି। ବର୍ତ୍ତମାନ ସମୟରେ ଅନେକ ଲୋକେ ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଗଳା ଦରଜ, ଝାଡାବାନ୍ତି, କଫ, ଜ୍ୱର, ଦେହ ଦରଜ ଭଳି ଲକ୍ଷଣମାନ ଦେଖା ଦେଉଛି । ଏହା ୫ରୁ ୭ ଦିନ ପର୍ଯ୍ୟନ୍ତ ରହୁଛି।

ହେଲେ ଜ୍ୱର ୩ ଦିନ ମଧ୍ୟରେ ଭଲ ହେଉଥିବା ବେଳେ କାଶ କିନ୍ତୁ ୩ ସପ୍ତାହ ପର୍ଯ୍ୟନ୍ତ ଲାଗି ରହୁଛି। H3N2 ଇନଫ୍ଲୁଏଞ୍ଜା ଏବଂ ଅନ୍ୟ ଭୂତାଣୁ ସଂକ୍ରମଣ ଯୋଗୁ ଏହା ହେଉଛି। ସାଧାରଣତଃ ଏଭଳି ସଂକ୍ରମଣ ଅକ୍ଟୋବରରୁ ଫେବୃଆରୀ ମାସ ମଧ୍ୟରେ ଦେଖାଦେଇଥାଏ। ବାୟୁ ପ୍ରଦୂଷଣ କାରଣରୁ ଏପରି ହୋଇଥାଏ । ୧୫ ବର୍ଷ ବୟସ ତଳକୁ ଏବଂ ୫୦ ବର୍ଷ ବୟସର ଅଧିକ ବ୍ୟକ୍ତିଙ୍କଠାରେ ବିଶେଷ କରି ଏଭଳି ଲକ୍ଷଣ ରହୁଛି।

Advertisment

ଏଭଳି ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଆଜିଥ୍ରୋମାଇସିନ୍ ଭଳି ଆଣ୍ଟିବାୟୋଟିକ୍ ମନଇଚ୍ଛା ଲୋକେ ଖାଉଛନ୍ତି। ଜ୍ୱର ଛାଡ଼ିଗଲା କ୍ଷଣି ଡୋଜ୍‌ ଠିକ୍ ଭାବେ ନଖାଇ ଛାଡି ଦେଉଛନ୍ତି। କିନ୍ତୁ ଅନ୍ୟ ରୋଗ ସମୟରେ ରୋଗୀଙ୍କ ଦେହରେ ଆଉ ଆଣ୍ଟିବାୟୋଟିକ୍ କାମ କରୁନି। ରେଜିଷ୍ଟାନସ ପାଇଁ ଏଭଳି ହେଉଛି । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିବାୟୋଟିକ୍‌ ଖାଇବାକୁ ଆଇଏମ୍‌ଏ ସତର୍କ କରାଇଛି। ଭାଇରାଲ୍‌ ଫିଭର ୧ ସପ୍ତାହରୁ ଅଧିକ ଦିନ ଶରୀରରେ ରହିବ ନାହିଁ। ତେଣୁ ଏଭଳି ସ୍ଥିତି ଆଣ୍ଟିବାୟୋଟିକ ମେଡିସିନ୍‌ ସେବନରୁ ନିଜକୁ ଦୂରେଇ ରଖିପାରିବେ। 

Advertisment
Advertisment