/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750566474.jpg)
Diarrhea In Bargarh
ବରଗଡ଼କୁ ବ୍ୟାପିଲା ଡାଇରିଆ । ଅମ୍ବାଭୋନା ଭାଲୁତାଲା ଗାଁରେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୩ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗାଁରେ କେଉଁ କାରଣରୁ ଡ଼ାଇରିଆ ବ୍ୟାପିଛି ତାହା ଜଣାପଡିନାହିଁ । ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଞ୍ଚି ଛାନଭିନ୍ ଚଳାଇଛନ୍ତି। ଗାଁରେ ଥିବା ନଳକୂପ ପାଣିର ନମୁନା ପଠାଯାଇଛି । ନମୁନା ରିପୋର୍ଟ ଆସିଲେ କାରଣ ଜଣାପଡିବ ବୋଲି ବରଗଡ CDMO କହିଛନ୍ତି । କିଛି ଦିନ ପୂର୍ବରୁ ପଦ୍ମପୁର ଅଞ୍ଚଳରେ ୫୦ରୁ ଅଧିକ ଲୋକେ ଭୋଜି ଖାଇ ଛାଡ଼ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏବେ ସେମାନେ ସୁସ୍ଥ ଅଛନ୍ତି ବୋଲି CDMO ସୂଚନା ଦେଇଛନ୍ତି ।
ପୂର୍ବରୁ ଯାଜପୁର ଓ ଭଦ୍ରକରେ ଡାଇରିଆ ମାମଲା ଅଧିକ ରହିଥିଲା । ଧୀରେ ଧୀରେ ସ୍ଥିତିରେ ସୁଧାର ଆସିଥିଲେ ବି ଏହି ଦୁଇ ଜିଲ୍ଲାରେ ବର୍ତ୍ତମାନ ସ୍କୁଲ କଲେଜ ବନ୍ଦ ରହିଛି । କେତେକ ରୋଗୀ ଏବେବି ଚିକିତ୍ସାଧୀନ ଥିବାବେଳେ ଆଉ କେତେ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଥିବାବେଳେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)