/odishatv-khabar/media/post_attachments/uploadimage/library/16_9/16_9_0/s_1686900514.jpg)
Viral Video Shows How Salted Green Matar Is Made
ସୁଆଦିଆ ଖାଇବା କାହାକୁ ବା ଭଲ ନଲାଗେ। ବଜାରରେ ମିଳୁଥିବା ଅଧିକାଂଶ ଖାଇବା ପାଟିକୁ ସୁଆଦିଆ ଲାଗିଲେ ମଧ୍ୟ ଏହା ଶରୀର ପାଇଁ କ୍ଷତିକାରକ। କାରଣ ଏଥିରେ ରଙ୍ଗ ମିଶିବା ସହ ତେଲ, ମସଲା ଅଧିକ ଥାଏ। ଏହା ଦେଖିବାକୁ ଭଲ ଦିଶୁ ଥିବାବେଳେ ପାଟିକୁ ସୁଆଦିଆ ଲାଗୁ ଥିବାରୁ ଲୋକମାନେ ଏହାକୁ ଖାଇଥାନ୍ତି। ହେଲେ ଆମେମାନେ ଭୁଲି ଯାଉଛେ ଏସବୁ ଖାଦ୍ୟ ପସ୍ତୁତ ବେଳେ କ’ଣ ସବୁ ଜିନିଷ ବ୍ୟବହାର ହେଉଛି ଓ କେମିତି ପ୍ରସ୍ତୁତ ହେଉଛି ଇତ୍ୟାଦି। ଆମେ ଆପଣଙ୍କୁ ଏମିତି ଏକ ଖାଦ୍ୟ ପ୍ରସ୍ତୁତର ଭିଡିଓ ଦେଖାଇବୁ, ହୁଏତ ଏହାକୁ ଦେଖିଲା ପରେ ଆପଣଙ୍କ ହାର୍ଟ ବ୍ରେକ୍ ହୋଇପାରେ।
ଗ୍ରୀନ୍ ମଟର କିପରି ପ୍ରସ୍ତୁତ ହୁଏ ? ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ୍ ହେଉଛି। ଆପଣ ଜାଣନ୍ତି କି ଅଧିକାଂଶ ପ୍ୟାକେଟ୍ ଫୁଡ୍ ସ୍ନାକ୍ସ ଆଇଟମ୍ରେ ରଙ୍ଗ ମିଶା ଯାଇ ପ୍ରସ୍ତୁତ କରାଯାଇଥାଏ। ଯାହାକି ଶରୀର ପାଇଁ କ୍ଷତିକାରକ। ଖାଲି ରଙ୍ଗ ନୁହେଁ ଯେଉଁସବୁ ସ୍ଥାନରେ ଏହା ପ୍ରସ୍ତୁତ ହୋଇଥାଏ ସେ ପରିବେଶ ମଧ୍ୟ ସଫାସୁତୁରା ନଥାଏ। ଏହାକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତି ହାତରେ ନା କୌଣସି ଗ୍ଲୋଭସ୍ ପିନ୍ଧି ଥାନ୍ତି ନା ବ୍ୟବହୃତ ଜିନିଷ ସଫାସୁତୁରା ଥାଏ। ଜଣେ ଫୁଡ୍ ବ୍ଲଗର୍ ଇନ୍ଷ୍ଟାଗ୍ରାମ ରେ ଏକ ଭିଡିଓ ଶେୟାର କରିବା ପରେ ଏମିତି କିଛି ଦୃଶ୍ୟ ଏବେ ସାମ୍ନାକୁ ଆସିଛି।
ଅଧିକ ପଢ଼ନ୍ତୁ: ଖାଉଛନ୍ତି କି ଡାର୍କ ଚକୋଲେଟ୍ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ...
ଭିଡିଓର କ୍ୟାପ୍ସନ୍ରେ ଲେଖାଯାଇଛି- ‘"120 kg salted green matar making." । ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ମଟର ଉପରେ କିଛି ରଙ୍ଗ ମିଶାଇ ଏହାକୁ ଘାଣ୍ଟୁଛନ୍ତି, ତା’ବି ପୁଣି ଖାଲି ହାତରେ। ଏହାପରେ ଏହାକୁ ଏକ ପାତ୍ରରେ ଭର୍ତ୍ତି କରି ନେଇ ଅନ୍ୟ ଏକ ସ୍ଥାନରେ ଏହାକୁ ଢାଳି ଖରାରେ ଶୁଖାଉଛନ୍ତି ଓ ପରେ ତେଲ କଢ଼େଇରେ ଏହାକୁ ଢାଳୁଛନ୍ତି। କିଛି ସମୟ ପରେ ଏହାକୁ କଢ଼େଇରୁ କାଢ଼ି ଅନ୍ୟ ଏକ ସ୍ଥାନରେ ରଖି ଏଥିରେ ଲୁଣ ମିଶାଉଛନ୍ତି। ଏହାକୁ ପ୍ରସ୍ତୁତ କରିବା ବେଳେ ଏତେ ମାତ୍ରାରେ ରଙ୍ଗ ବ୍ୟବହାର ହୋଇଛି ଯେ, ଆପଣ ଏହି ଭିଡିଓ ଦେଖିଲେ ସହଜରେ ଅନୁମାନ କରିପାରିବେ।
ଆସାମରେ ଏଭଳି ଗ୍ରୀନ୍ ମଟର ପ୍ରସ୍ତୁତର ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ୍ ପରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଏହାକୁ ଦେଖିଲା ପରେ କିଛି ଲୋକ ଏହାକୁ ଖାଇବେ ନାହିଁ ବୋଲି କମେଣ୍ଟରେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)