Advertisment

ଆଜି ଘରେ ବନାନ୍ତୁ ସୁଆଦିଆ ଦେଶୀ ରେସିପି ‘ବାଇଗଣ କୋର୍ମା’

ଘରେ ନିରାମିଷରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବାଇଗଣରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ବାଇଗଣ କୋର୍ମା’ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Baingan Korma Recipe

'brinjal korma'

ଆଜି ଆମେ ବାଇଗଣରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ବାଇଗଣ କୋର୍ମା’। ଆପଣ ସୁଆଦିଆ ବାଇଗଣ କୋର୍ମାର ପ୍ରସ୍ତୁତି ପ୍ରଣାଳୀ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି, ତେବେ ଆଜି ହିଁ ଶିଖନ୍ତୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

Advertisment

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘ତାୱା ପନିର’

    ଆବଶ୍ୟକ ସାମଗ୍ରୀ:

    ଛୋଟ ବାଇଗଣ, ଟମାଟୋ, ପିଆଜ, ଅଦା ଓ ରସୁଣ ବଟା, ଗ୍ରୀନ ମଟର, କାଜୁ, ଚାରୁମଗଜ,ଦହି, କରି ପାଉଡ଼ର, ହଳଦି, କଞ୍ଚାଲଙ୍କା,ତେଲ, କ୍ରିମ୍, କଟା ଧନିଆ ପତ୍ର ଏବଂ ସ୍ୱାଦ ଅନୁଯାୟୀ ଲୁଣ।

    ପ୍ରସ୍ତୁତି ପ୍ରଣାଳୀ:

    • ପ୍ରଥମେ କଡ଼େଇ ବସାଇ ତେଲ ଗରମ କରନ୍ତୁ।
    • ଏହାପରେ ଛୋଟ ବାଇଗଣକୁ ଗୋଟା ଭାଜନ୍ତୁ ।
    • କାଜୁ, ଚାରୁମଗଜ, ଦହି ଓ ଟମାଟୋକୁ ଭଲ ଭାବରେ ବାଟି ଦିଅନ୍ତୁ।
    • ଏହା ସହ ଆବଶ୍ୟକ ଅନୁସାରେ, ପିଆଜ, ଅଦା ଓ ରସୁଣ ବାଟି ରଖନ୍ତୁ।
    • ଏବେ କଡ଼େଇ ବସାଇ ତେଲ ଗରମ କରନ୍ତୁ।
    • ପ୍ରଥମେ ଏଥିରେ ବଟା ଅଦା, ପିଆଜ ଓ ରସୁଣ ବଟା ମସଲାକୁ ପକାଇ ଭଲ ଭାବରେ କଷନ୍ତୁ।
    Advertisment

    ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘ଆଳୁ ମୁଗଲାଇ’

      • ମସଲା ଟିକେ ଲାଲ୍ ପଡ଼ିଗଲେ, ସେଥିରେ ଟମାଟୋ ପେଷ୍ଟ୍‌, ହଳଦୀ ଗୁଣ୍ଡ, କରି ପାଉଡର୍‌ ଓ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଆହୁରି କଷନ୍ତୁ।
      • କିଛି ସମୟ ପରେ ଗ୍ରୀନ୍‍ ମଟର୍ ଓ କଞ୍ଚା ଲଙ୍କା ପକାଇ ଭାଜନ୍ତୁ।
      • ମସଲା ସମ୍ପୂର୍ଣ୍ଣ କଷି ହୋଇଗଲେ, ସେଥିରେ ଗୋଟା ଭଜା ବାଇଗଣକୁ ପକାଇ ଦିଅନ୍ତୁ।

      ଏସବୁ ଆଉ କିଛି ସମୟ କଷିବା ପରେ ଗ୍ୟାସ୍‌ ବନ୍ଦ କରି ସେଥିରେ ଧନିଆ ପତ୍ର ଓ କ୍ରିମ୍‌ ଦେଇ ରୁଟି କିମ୍ବା ଭାତ ସହ ଗରମା ଗରମ ବାଇଗଣ କୋର୍ମାକୁ ପରଷନ୍ତୁ।

      Odia Food And Recipes
      Advertisment
      Advertisment