Advertisment

ଘରେ ସହଜରେ ବନେଇ ପାରିବେ ‘ଟମାଟୋ ରସମ୍‌’

ଖାଦ୍ୟ ପ୍ରିୟ ଲୋକଙ୍କ ପାଇଁ ଆମେ ଆଣିଛୁ ଏକ ଚଟପଟା ରେସିପି । ଏହି ରେସିପିଟିକୁ ବନେଇବା ଯେତେ ସହଜ, ସ୍ୱାଦ ମଧ୍ୟ ସେମିତି ଦମଦାର । ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଓ ପରିବାର, ସାଙ୍ଗସାଥୀଙ୍କ ସହ ଖାଇବାର ମଜା ନିଅନ୍ତୁ।

author-image
Pallipuspa Samal
ଅଦ୍ୟତନ ହୋଇଛି
Tomato Rassam Recipe

tomato rasam

ଖାଦ୍ୟରେ ଖଟା ବା ଆଚାର ଥିଲେ ଖାଇବାର ସ୍ବାଦ ଆହୁରି ବଢିଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚଟପଟା ‘ଟମାଟୋ ରସମ୍’ । ଏହାକୁ ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ଆବଶ୍ୟକ ସାମଗ୍ରୀ:

ଟମାଟୋ, ତେନ୍ତୁଳି, ଶୁଖିଲା ଲଙ୍କା, ଧନିଆ ପତ୍ର, ହେଙ୍ଗୁ, ପଞ୍ଚଫୁଟଣ, ଭୃସଙ୍ଗ ପତ୍ର, ରସୁଣ, ଲୁଣ, ହଳଦୀ ଓ ଗୋଲମରିଚ

ଅଧିକ ପଢ଼ନ୍ତୁ: ଦେଶୀ ଷ୍ଟାଇଲରେ ବନାନ୍ତୁ ‘ପଣସ କଠା ଓ ଚିଙ୍ଗୁଡ଼ି’ ତରକାରୀ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ତେନ୍ତୁଳିକୁ ପାଣିରେ କିଛି ସମୟ ଭିଜାଇ ଦିଅନ୍ତୁ।
  • ଏହାପରେ ତେନ୍ତୁଳି ବାହାର କରି ପାଣିକୁ ଅଲଗା କରି ରଖନ୍ତୁ।
  • ଏବେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଅଳ୍ପ ସୋରିଷ, ଭୃସଙ୍ଗପତ୍ର ଓ ହେଙ୍ଗୁ ପକାନ୍ତୁ।
  • ଏହାପରେ ଛୋଟ ଛୋଟ ଖଣ୍ଡରେ କଟାଯାଇଥିବା ଟମାଟୋକୁ ଏଥିରେ ପକାଇ ନରମ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ।
  • ଟମାଟୋ ଟିକେ ନରମ ହୋଇ ଆସିଲେ ସେଥିରେ ହଳଦୀ, ରସୁଣ(ଗୋଟା ପକାଇପାରିବେ ଅବା ଛୋଟ ଛୋଟ ଖଣ୍ଡ କରି ପକାଇପାରିବେ)
  • ଏହାପରେ ଗୋଲମରିଚ ଓ ଜିରା ଗୁଣ୍ଡ ପକାଇ ଘାଣ୍ଟନ୍ତୁ। ତା’ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ତେନ୍ତୁଳି ପାଣିକୁ ଏଥିରେ ପକାନ୍ତୁ।
  • ଏହାପରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏହାକୁ କିଛି ସମୟ ଫୁଟିବାକୁ ଛାଡି ଦିଅନ୍ତୁ।
  • ଫୁଟିବାର କିଛି ସମୟ ପରେ ଏଥିରେ ଧନିଆ ପତ୍ର ପକାଇ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା ଟମାଟୋ ରସମ୍। ଏହାକୁ ଆପଣ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।

Odia Food And Recipes
Advertisment
Advertisment