/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713509739.jpg)
jackfruit prawn curry
ଆଜି ବନେଇବା ‘ପଣସ କଠା ଓ ଚିଙ୍ଗୁଡ଼ି’ ତରକାରୀ । ଏହାକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Advertisment
ଆବଶ୍ୟକ ସାମଗ୍ରୀ:
ଚିଙ୍ଗୁଡ଼ି, ପଣସ କଠା, ଆଳୁ, ପିଆଜ, ଅଦା, ଗରମ ମସଲା ଗୁଣ୍ଡ, ଧନିଆ, ଜିରା, ଲଙ୍କା, ଲୁଣ, ତେଜପତ୍ର, ହଳଦୀ, ତେଲ ଓ ଘିଅ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚିଙ୍ଗୁଡ଼ିର ଖୋଳପା ଛଡ଼ାଇ ପରିଷ୍କାର କରି ରଖନ୍ତୁ।
- ପିଆଜ, ଅଦା, ଜିରା, ଧନିଆଁ, ଲଙ୍କା ଓ ତେଜପତ୍ରକୁ ଭଲଭାବେ ବାଟି ଦିଅନ୍ତୁ।
- କଡ଼େଇରେ ତେଲ ପକାଇ ଗରମ ହେବା ପରେ ଚିଙ୍ଗୁଡ଼ି ଭାଜନ୍ତୁ। ଚିଙ୍ଗୁଡ଼ି ଭାଜି ହୋଇଯିବା ପରେ ତାକୁ ଏକ ପାତ୍ରରେ କାଢ଼ି ଦିଅନ୍ତୁ।
Advertisment
ଅଧିକ ପଢ଼ନ୍ତୁ: ରାନ୍ଧଣାରେ ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ‘ଚିଙ୍ଗୁଡ଼ି ଦୋପିଆଜା’
- ସେଇ କଡ଼େଇରେ ଆଉ ଟିକିଏ ତେଲ ପକାଇ ସେଥିରେ ପଣସକଠା କଟା ଏବଂ ଆଳୁ କଟା ପକାନ୍ତୁ।
- ତା’ପରେ ସେଥିରେ ହଳଦୀ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଭାଜନ୍ତୁ।
- ଏହା ଭାଜି ହୋଇଯିବା ପରେ ପିଆଜ, ଅଦା, ଜିରା ଇତ୍ୟାଦି ବଟାକୁ ସେଥିରେ ପକାନ୍ତୁ।
- ମସଲା କଷି ହୋଇଯିବା ପରେ ସେଥିରେ ପାଣି ଦିଅନ୍ତୁ।
- ଆଳୁ ଓ ପଣସ କଠା ସିଝିଗଲେ ସେଥିରେ ଚିଙ୍ଗୁଡ଼ି ଭଜା ପକାନ୍ତୁ। ଏହାପରେ ସେଥିରେ ଗରମ ମସଲା ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ।
- ତରକାରିରେ ଝୋଳ ରଖିବେ ନାହିଁ । ଶେଷରେ ଅଳ୍ପ ଘିଅ ଦେଇ ଓହ୍ଲାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ପଣସ କଠା ଚିଙ୍ଗୁଡ଼ି। ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ । ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)