/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725517289.jpg)
Rasabali sweet
ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ପର୍ବପର୍ବାଣୀ ଆସିଲେ ଘରେ ବିଭିନ୍ନ ମିଠା ପ୍ରସ୍ତୁତ କରାଯାଏ । ଗଣେଶ ପୂଜା ଅବସରରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଓଡ଼ିଆ ଘରର ଏକ ସୁଆଦିଆ ମିଠା ‘ରସାବଳୀ’ । ଏହି ମିଠାର ରେସିପିକୁ ଆମେ ଘରେ ସହଜ ଓ ସରଳ ଉପାୟରେ ପ୍ରସ୍ତୁତ କରିପାରିବା ।
Advertisment
ଆବଶ୍ୟକ ସାମଗ୍ରୀ:
ଛେନା, ସୁଜି, ଚିନି, ବେକିଂ ସୋଡ଼ା, ଡାଲଚିନି ଗୁଣ୍ଡ, ଗୁଜୁରାତି, କ୍ଷୀର, ବାଦାମ, କାଜୁ, କେଶର, ଘିଅ ବା ତେଲ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଏକ ବାଉଲରେ ଛେନା, ବେକିଂ ସୋଡ଼ା, ଚିନି, ସୁଜି ଓ ଡାଲଚିନି ଗୁଣ୍ଡକୁ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ।
- ଏବେ ଏହାକୁ ଛୋଟ ଛୋଟ ଗୁଳା କରି ହାତରେ ଟିକେ ଚାପି ଚେପଟା କରି ଦିଅନ୍ତୁ।
- ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀରକୁ ଫୁଟାନ୍ତୁ। କିଛି ସମୟ ପରେ ଏଥିରେ କେଶର ଓ ଗୁଜୁରାତି ପକାଇ ଭଲ ଭାବେ ଫୁଟାନ୍ତୁ।
- ଏହା ଭଲଭାବେ ଫୁଟିଗଲା ପରେ ବର୍ତ୍ତମାନ ଏଥିରେ ଚିନି ପକାଇ ୮ ରୁ ୧୦ ମିନିଟ ଯାଏଁ କମ୍ ଆଞ୍ଚରେ ବସାନ୍ତୁ।
- ବର୍ତ୍ତମାନ ଏକ କଡ଼େଇରେ ତେଲ ବା ଘିଅ ଗରମ କରି ସେଥିରେ ଛେନା ଗୁଳାକୁ ପକାଇ ଲାଲ୍ ହେବା ଯାଏଁ ଭାଜନ୍ତୁ।
- ପରେ ଏହି ଛେନା ଭଜା ଗୁଡ଼ିକୁ ପ୍ରସ୍ତୁତ ହୋଇଥିବା କ୍ଷୀରରେ ପକାଇ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ।
- ଥଣ୍ଡା ହୋଇଗଲେ ଏଥିରେ କାଜୁ ଓ ପେସ୍ତା ପକାଇ ସଜାନ୍ତୁ।
Advertisment
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ରସାବଳୀ’ । ଗଣେଶ ପୂଜାରେ ଏହି ମିଠାର ରେସିପି ତିଆରି କରି ଭଗବାନଙ୍କୁ ଭୋଗ ଲଗାନ୍ତୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)