• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଆମ ଓଡ଼ିଆ ଘରର ରେସିପି ସବୁଠୁ ନିଆରା । ଦେଶୀ ଖାଦ୍ୟର ସୁଆଦ ଅତି ନିଆରା । ଆଜି ଆମେ ମଟନର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନାଁ ହେଉଛି ‘ନଡ଼ିଆକୋରା ମାଂସ ତରକାରି’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

ଆବଶ୍ୟକ ସାମଗ୍ରୀ:

ଖାସି ମାଂସ, ଅଦା ବଟା, ରସୁଣ ବଟା, ଜିରା, ଧନିଆ ଓ ତେଜ ପତ୍ର ବଟା, ଲୁଣ, ନଡ଼ିଆକୋରା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କାଜୁ ପେଷ୍ଟ୍‌, ତେଲ, ପିଆଜ କଟା, କଞ୍ଚା ଲଙ୍କା ଓ ଧନିଆ ପତ୍ର।

ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ 'ଚିକେନ୍‌ ପୋସ୍ତ'

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।
  • ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜ ପକାନ୍ତୁ।
  • ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ ଜିରା, ଧନିଆ ଓ ତେଜପତ୍ର ବଟା ପକାଇ ଗୋଳାଇ ଦିଅନ୍ତୁ।
  • ଏବେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ବଟା, ରସୁଣ ବଟା ପକାଇ ଅଳ୍ପ କଷନ୍ତୁ।
  • ତା’ପରେ ନଡ଼ିଆ କୋରା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ସେଥିରେ ମାଂସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳେଇ ଦିଅନ୍ତୁ।

ଅଧିକ ପଢ଼ନ୍ତୁ: କମ୍ ମସଲାରେ ଘରେ ବନାନ୍ତୁ ‘ଚିକେନ ପିଆଜ କଷା’

  • ଅଳ୍ପ ସମୟ କଷିବା ପରେ ସେଥିରେ ପାଣି ଦେଇ ଏକ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ ଓ ମାଂସକୁ ସିଝିବାକୁ ଛାଡ଼ି ଦିଅନ୍ତୁ।
  • ମାଂସ ସିଝିବା ପରେ ସେଥିରେ କାଜୁ ପେଷ୍ଟ୍‌ ପକାନ୍ତୁ। ଏଥିରେ ଅଧିକ ଝୋଳ ରଖିବେ ନାହିଁ। ତରକାରି ବହଳିଆ ବହଳିଆ ହେବ। ତେଣୁ ପାଣି ଦେଲା ବେଳେ ଏକା ଥରକେ ଅଧିକ ପକାଇବେ ନାହିଁ।
  • ମାଂସ ସିଝି ଯିବା ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
  • ଏବେ ତା’ ଉପରେ ଲମ୍ବା ଲମ୍ବା କରି କଟା ଯାଇଥିବା କଞ୍ଚାଲଙ୍କା ଓ ଧନିଆ ପତ୍ରକୁ ରଖି ସଜାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ‘ନଡ଼ିଆକୋରା ମାଂସ’। ଏହି ରେସିପିଟିକୁ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । 

OTV is now on Whatsapp

Join and get latest news update delivered to you via whatsapp

Join Now