Advertisment

କମ୍ ମସଲାରେ ଘରେ ବନାନ୍ତୁ ‘ଚିକେନ ପିଆଜ କଷା’

ହୋଟେଲ୍‌ରେ ହେଉ ଅବା ଘରେ ଆପଣ ଚିକେନର ବିଭିନ୍ନ ରେସିପି ଖାଇଥିବେ । ତେବେ କେବେ ଆପଣ ଘରେ ଚିକେନର ଏହି ରେସିପି ଖାଇଛନ୍ତି କି ? ଏହି ରେସିପିର ନାଁ ହେଉଛି ‘ଚିକେନ୍ ପିଆଜ କଷା’ । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ଆସନ୍ତୁ ବନେଇବା ଚିକେନ୍ ପିଆଜ କଷା’ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Chicken Kasa Odia Recipe

chiken recipe

ଚିକେନ୍‌ର ସବୁ ଆଇଟମ୍ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ତେବେ ଆଜିକାଲି ସମସ୍ତେ ସୁସ୍ଥ ରହିବା ପାଇଁ କମ୍ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ସେଥିପାଇ ଆଜି ଆମେ କମ୍ ମସଲା ଦେଇ ବନେଇବୁ ‘ଚିକେନ୍ ପିଆଜ କଷା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Advertisment

ଆବଶ୍ୟକ ସାମଗ୍ରୀ:

ଚିକେନ୍‌, ପିଆଜ, ଟମାଟୋ, ତେଲ, ଲୁଣ, ହଳଦୀ, ଗରମ ମସଲା, କଞ୍ଚା ଲଙ୍କା, ଶୁଖିଲା ଲଙ୍କା ଗୁଣ୍ଡ ଓ ଧନିଆପତ୍ର

ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ 'ଚିକେନ୍‌ ପୋସ୍ତ'

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ।
  • ତେଲ ଗରମ ହୋଇଯିବା ପରେ ସେଥିରେ କଟା ଯାଇଥିବା ପିଆଜ ପକାନ୍ତୁ।
  • ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ କଞ୍ଚାଲଙ୍କା ପକାନ୍ତୁ।
  • ତା’ପରେ ସେଥିରେ ଚିକେନ୍‌ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • ଏହାପରେ ସେଥିରେ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, କଟା ଟମାଟୋ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାନ୍ତୁ।
  • ଏହାପରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଭଲ ଭାବେ କଷନ୍ତୁ।
  • ଚିକେନ୍‌ କଷି ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡ଼ଣି ଘୋଡେଇ ଦିଅନ୍ତୁ।
  • ଚିକେନ୍‌ ସିଝିଯିବା ପରେ ସେଥିରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
Advertisment

ଏବେ ପ୍ରସ୍ତୁତ ହୋଇଗଲା 'ଚିକେନ୍‌ ପିଆଜ କଷା'। ଏହି ରେସିପିଟିକୁ ଗରମ ଗରମ ଚୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ । 

ଅଧିକ ପଢ଼ନ୍ତୁ: ଦେଶୀ ଷ୍ଟାଇଲ୍‌ରେ ବନାନ୍ତୁ ‘ଚିକେନ୍ ପତ୍ର ପୋଡ଼ା’

Chicken Recipe Odia Food And Recipes
Advertisment
Advertisment