• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାଧାରଣତଃ ଖାଦ୍ୟଗୁଡ଼ିକୁ ଆମେ ଫ୍ରିଜ୍‌ରେ ରଖିଥାଆନ୍ତି । ବିଭିନ୍ନ ପ୍ରକାରର ଖାଇବା ଅନେକ ଦିନ ଧରି ଫ୍ରିଜ୍‌ରେ ରଖାଯାଏ । ହେଲେ ଜାଣିଛନ୍ତି କି, ଏମିତି କିଛି ଖାଦ୍ୟ ରହିଛି ଯାହା ଫ୍ରିଜ୍‌ରେ ରଖିବା ଆଦୌ ଠିକ୍‌ ନୁହେଁ । ସେହି ସବୁ ଖାଦ୍ୟ ଫ୍ରିଜ୍‌ରେ ରଖି ଆଇବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

ବିଶେଷକରି ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଆଦୌ ଫ୍ରିଜ୍‌ରେ ରଖି ଖାଆନ୍ତୁ ନାହିଁ । ଏସବୁ ଖାଇଲେ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆମେ ଆପଣଙ୍କୁ ବର୍ତ୍ତମାନ ୭ଟି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଫ୍ରିଜ୍‌ରେ ରଖି ଖାଇବା ଜମାବି ଠିକ୍‌ ନୁହେଁ, ଆସନ୍ତୁ ଜାଣିବା ।

ଅଧିକ ପଢ଼ନ୍ତୁ: ଆପଣ ବି ତରଭୁଜକୁ ଫ୍ରିଜ୍‌ରେ ରଖୁଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ

ପାଚିଲା କଦଳୀ

ପାଚିଲା କଦଳୀକୁ ଫ୍ରିଜ୍‌ରେ ରଖିବା ଠିକ୍‌ ନୁହେଁ । ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଖୁବ୍‌ଶୀଘ୍ର ପାଚି ନଷ୍ଟ ହୋଇଯାଏ । ପାଚିଲା କଦଳୀକୁ ସବୁବେଳେ ବାହାରେ ରଖନ୍ତୁ। କାରଣ ଏହା ଘରର ତାପମାତ୍ରାରେ ଅଧିକ ଦିନ ରହିପାରିବ ।

ଟମାଟୋ

ବିଭିନ୍ନ ତରକାରୀରେ ଟମାଟୋର ବ୍ୟବହାର ହୋଇଥାଏ । ଏମିତିକି ଟମାଟୋକୁ ବ୍ରେକ୍‌ଫାଷ୍ଟରେ ମଧ୍ୟ ଖାଇଥାଆନ୍ତି । ପାଚିଲା ଟମାଟୋକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ତା’ର ପୋଷକତ୍ୱ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଥାଏ । ତେଣୁ ଟମାଟୋକୁ ରୋଷେଇ ଘରେ ହିଁ ରଖନ୍ତୁ ।

ମହୁ

ମହୁକୁ ଅନେକ କାର୍ଯ୍ୟରେ ବ୍ୟବହାର କରାଯାଏ । ସାଧାରଣତଃ ଆମେ ମହୁକୁ ଥଣ୍ଡା ପରି କିଛି ସାଧାରଣ ରୋଗ ପାଇଁ ଔଷଧ ରୂପେ ବ୍ୟବହାର କରିଥାଉ । ମହୁକୁ ଫ୍ରିଜ୍‌ରେ ରଖନ୍ତୁନାହିଁ । ଫ୍ରିଜ୍‌ ବାହାରେ ମହୁକୁ ରଖିବା ଭଲ । ଫ୍ରିଜ୍‌ରେ ମହୁକୁ ଅଧିକ ଦିନ ରଖିବା ଦ୍ୱାରା ତାର ବାସ୍ନାରେ ପରିବର୍ତ୍ତନ ଆସିଥାଏ ।

ରୁଟି

ରୁଟିକୁ ଫ୍ରିଜ୍‌ରେ ରଖିଲେ ତାହା ଖରାପ ହୋଇଯାଏ । ରୁଟିକୁ ସାଧାରଣ ତାପମାତ୍ରାରେ ସବୁବେଳେ ରଖନ୍ତୁ । ଅଧିକ ସମୟ ଭଲ ରହିବ ।

କଫି

କଫିକୁ କେବେ ବି ଫ୍ରିଜ୍‌ରେ ରଖନ୍ତୁ ନାହିଁ । କାରଣ କଫିକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଅନ୍ୟ ସବୁ ଜିନିଷର ସ୍ୱାଦକୁ ନଷ୍ଟ କରିଦିଏ । ତେଣୁ କଫିକୁ ସବୁବେଳେ ରୋଷେଇ ଘରର ରାକ୍‌ ବା ଆଲମାରୀରେ ରଖିବା ଆବଶ୍ୟକ ।

ସେହିପରି ବେଶନ, ଗୋଲମରିଚ ଓ ହଳଦୀକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ । ଏହି ସବୁ ଜିନିଷ ଫ୍ରିଜ୍‌ରେ ରଖିବା ଦ୍ୱାରା ସେସବୁର ସ୍ୱାଦ ନଷ୍ଟ ହୋଇଥାଏ ।