Advertisment

ଆପଣ ବି ତରଭୁଜକୁ ଫ୍ରିଜ୍‌ରେ ରଖୁଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ

ଏମିତି କିଛି ଫଳ ଅଛି ଯାହା ଫ୍ରିଜରେ ରଖିବା ଠିକ୍ ନୁହେଁ। କାରଣ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା କେବଳ ଏହାର ସ୍ୱାଦ ବଦଳି ନଥାଏ, ବରଂ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା କେଉଁ ଫଳ…

author-image
Pramod Behera
ଅଦ୍ୟତନ ହୋଇଛି
Watermelons shouldn’t be stored in fridge

Watermelons shouldn’t be stored in fridge

ଗ୍ରୀଷ୍ମ ଋତୁରେ, ଲୋକମାନେ ନିଜ ଫ୍ରିଜ୍‌ରେ ସମସ୍ତ ପ୍ରକାରର ଋତୁକାଳୀନ ଫଳ ସଂରକ୍ଷଣ କରିବା ଆରମ୍ଭ କରନ୍ତି। କାରଣ ଫଳଗୁଡିକ ଫ୍ରିଜ୍‌ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ। କିନ୍ତୁ ଏମିତି କିଛି ଫଳ ଅଛି ଯାହା ଫ୍ରିଜରେ ରଖିବା ଠିକ୍ ନୁହେଁ। କାରଣ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା କେବଳ ଏହାର ସ୍ୱାଦ ବଦଳି ନଥାଏ, ବରଂ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

Advertisment

ଗ୍ରୀଷ୍ମ ଋତୁରେ ସବୁଠାରୁ ଅଧିକ ଖିଆଯାଉଥିବା ଫଳ ମଧ୍ୟରେ ତରଭୁଜ ଅନ୍ୟତମ। ଏଥିରେ ପ୍ରଚୁର ପରିମାଣର ଜଳୀୟ ଅଂଶ ଥିବାରୁ ଏହା ଆମ ଶରୀରକୁ ଶିତଳତା ପ୍ରଦାନ କରେ।

ଏହା ସହିତ ଏହା ମଧ୍ୟ ପୁଷ୍ଟିକରରେ ଭରପୂର। ଡି.କେ ପ୍ରକାଶନ ଦାରା ପ୍ରକାଶିତ ପୁସ୍ତକ 'ହିଲିଙ୍ଗ୍‌ ଫୁଡ୍' ଅନୁଯାୟୀ ସିଟ୍ରୁଲାଇନ୍ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଆମିନୋ ଏସିଡ୍ ତରଭୁଜ ତନ୍ତୁରୁ ମିଳିଥାଏ। ଏହା ନାଇଟ୍ରିକ୍ ଅକ୍ସାଇଡ୍ ଉତ୍ପାଦନକୁ ପରିଚାଳନା କରି ରକ୍ତଚାପକୁ ନିୟନ୍ତ୍ରଣ କରେ ଏବଂ ରକ୍ତ ପ୍ରବାହକୁ ବଢେଇଇଥାଏ। କିନ୍ତୁ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଶରୀର ପ୍ରତି କ୍ଷତିକାରକ ହୋଇଥାଏ।

Advertisment

ତରଭୁଜକୁ ଫ୍ରିଜ୍‌ରେ ରଖିବା ଏକ ସାଧାରଣ କଥା ହୋଇଯାଇଛି। ଗରମ ଦିନରେ ଥଣ୍ଡା ତରଭୁଜକୁ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହା କରିବା ଦ୍ୱାରା ଏହାର ପୁଷ୍ଟିକର ପରିମାଣ କମିଯାଏ। USDA ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହା କୁହାଯାଇଛି। କୁହାଯାଇଛି ଯେ ରୁମ୍‌ ଟେମ୍ପେରେଚରରେ ଥିବା ତରଭୁଜଗୁଡ଼ିକ ଅଧିକ ପୁଷ୍ଟିକରରେ ଭରପୂର ଥିବା ବେଳେ ଫ୍ରିଜ୍‌ରେ ଥିବା ତରଭୁଜରେ ଏହି ପରିମାଣ କମିଯାଏ।

USDA ର ଦକ୍ଷିଣ କେନ୍ଦ୍ରୀୟ କୃଷି ଅନୁସନ୍ଧାନ ଗବେଷଣା କେନ୍ଦ୍ରର ଅନୁସନ୍ଧାନକାରୀମାନେ ୧୪ ଦିନ ଧରି ବିଭିନ୍ନ ପ୍ରକାରର ତରଭୁଜକୁ ପରୀକ୍ଷା କରିଥିଲେ। ସେମାନେ ଏହି ତରଭୁଜଗୁଡ଼ିକୁ ୭୦-, ୫୫- ଏବଂ ୪୧- ଡିଗ୍ରୀ ଫାରେନ୍‌ହାଇଟ୍‌ରେ ସଂରକ୍ଷଣ କରିଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ଯେଉଁଗୁଡିକ ୭୦- ଡ଼ିଗ୍ରୀ ଫାରେନ୍‌ହାଇଟ୍‌ରେ ଥିଲା ତାହା ରେଫ୍ରିଜରେଟରରେ ଥିବା ତରଭୁଜ ଠାରୁ ଅଧିକ ପୁଷ୍ଟିକର ଥିଲା।

ବିଶେଷଜ୍ଞଙ୍କ ମତରେ ତରଭୁଜକୁ ଗଛରୁ ତୋଳାଯିବା ପରେ ମଧ୍ୟ ଏହା କିଛି ପୋଷକ ତତ୍ତ୍ୱ ଉତ୍ପାଦନ କରିବା ଜାରି ରଖେ। କିନ୍ତୁ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏହି ପ୍ରକ୍ରିୟା ମନ୍ଥର ହୋଇଯାଏ ନଚେତ ବନ୍ଦ ହୋଇଯାଏ।

ତେବେ ଉପରୋକ୍ତ କାରଣଗୁଡିକୁ ବିଚାରକୁ ନେଲେ ତରଭୁଜକୁ ଫ୍ରିଜ୍‌ରେ ରଖିବା ବଦଳରେ ଘରର ତାପମାତ୍ରାରେ ରଖିବା ଉଚିତ।

Health Tips Watermelons Not Stored In Fridge
Advertisment
Advertisment