Advertisment

Another Arrest Shakes SI Scam Probe: ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ , ଦୀଘା ମଡ଼୍ୟୁଲକୁ ଅପରେଟ କରୁଥିଲା

ପୋଲିସ ଏସଆଇ ନିଯୁକ୍ତି ସ୍କାମ ମାମଲାରେ ଆଉ ଜଣେ ଗିରଫ । ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ । ଶଙ୍କର ପୃଷ୍ଟିର କେୟାରଟେକର୍ ସାଗର ଗୌଡ଼କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

author-image
Manas Ranjan Mohanty
Another Arrest Shakes SI Scam Probe

Another Arrest Shakes SI Scam Probe Photograph: (OTV)

ପୋଲିସ ଏସଆଇ ନିଯୁକ୍ତି ସ୍କାମ ମାମଲାରେ ଆଉ ଜଣେ ଗିରଫ । ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ । ଶଙ୍କର ପୃଷ୍ଟିର କେୟାରଟେକର୍ ସାଗର ଗୌଡ଼କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର । ଦୀଘା ମଡ଼୍ୟୁଲକୁ ଅପରେଟ କରୁଥିଲା ସାଗର । ଗତକାଲି ମାମଲାର ସିବିଆଇ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗରେ ରହିଛି ସିବିଆଇ । 

Advertisment

ପୋଲିସ SI ନିଯୁକ୍ତି ପରୀକ୍ଷା ମହାଘୋଟାଲାରେ ଘାଣ୍ଟିବ ସିବିଆଇ। ଖୋଲିବ ସଂଗଠିତ ଅନ୍ତଃରାଜ୍ୟ କ୍ରାଇମ୍ ସିଣ୍ଡିକେଟର ମହାଗୁମର। ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଆଇ ତଦନ୍ତ ନେଇ ଜାରି ହୋଇଛି ବିଧିବଦ୍ଧ ବିଜ୍ଞପ୍ତି। ମାମଲାରେ ଆନ୍ତଃରାଜ୍ୟ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏହାର ଗୁରୁତ୍ବ ଅନୁଭବ କରି ସିବିଆଇ ତଦନ୍ତ ଲାଗି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ପ୍ରାୟ ହଜାରେ କୋଟି ଟଙ୍କାର ଦୁର୍ନୀତି କୁହାଯାଉଥିବା ଏ ମାମଲାରେ ତଦନ୍ତ ଦାୟିତ୍ବ ନେବା ପରେ ଏବେ ବିଶାଳ ସ୍କାମର ଚେର ଖୋଲିବ ସିବିଆଇ। 

CBI ତଦନ୍ତ ବିଜ୍ଞପ୍ତି ପରେ ଏବେ ଅଭିଯୁକ୍ତଙ୍କ ଛାତି ଧଡ଼ଧଡ଼ ହୋଇଛି। SI ଚାକିରି ଦୁର୍ନୀତିରେ ୧୧୪ ଜଣ ଜାମିନ ପାଇଛନ୍ତି। ଏ ଘଟଣାକୁ ପ୍ରଥମେ ଗଞ୍ଜାମ ପୋଲିସ ପର୍ଦ୍ଦାଫାସ କରିବା ପରେ, ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ୍ ଏହାର ତଦନ୍ତ ଦାୟିତ୍ବ ନେଇଥିଲା। ଏବେ ସିବିଆଇକୁ ମାମଲା ଯିବା ପରେ ତଦନ୍ତ ପ୍ରକ୍ରିୟା ଆହୁରି ଯୋରଦାର ହେବା, ସହ ଏହା ପଛରେ କେଉଁ ବଡ଼ ଅଧିକାରୀଙ୍କ ସଂପୃକ୍ତି ଅଛି, ଓପିଆରବିର ଭୂମିକା କଣ, ସେସବୁ କଥା ସାମ୍ନାକୁ ଆସିବା ଅନୁମାନ କରାଯାଉଛି।

Advertisment

ଏସଆଇ ନିଯୁକ୍ତି ସ୍କାମ: ଆଉ ଜଣେ ଗିରଫ
ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ଗିରଫ
ଶଙ୍କର ପୃଷ୍ଟିର କେୟାରଟେକର୍ ସାଗର ଗୌଡ଼କୁ ଗିରଫ
ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର
ଦୀଘା ମଡ଼୍ୟୁଲକୁ ଅପରେଟ କରୁଥିଲା ସାଗର

Advertisment
Related Articles
Advertisment