Advertisment

Sital Sasthi: ଆଜି ଶୀତଳ ଷଷ୍ଠୀ, ମହାଦେବଙ୍କ ହାତ ଧରିବେ ମା' ପାର୍ବତୀ

ଆଜି ପଡ଼ିବ ଦେବ ଦେବ ମହାଦେବ ଓ ମା' ପାର୍ବତୀଙ୍କ ହାତଗଣ୍ଠି । ବର ବେଶ ହୋଇ ବାଜା-ବାଣ-ରୋଷଣୀରେ ବରଯାତ୍ରୀଙ୍କୁ ନେଇ କନ୍ୟା ଘର ଯିବେ ମହାଦେବ । ଶୀତଳ ଷଷ୍ଠୀ ପାଇଁ ସମସ୍ତ ଶିବାଳୟ ଚଳଚଞ୍ଚଳ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Lord Shiva-Parbati Marriage

Lord Shiva-Parbati Marriage

ଆଜି ଦେବ ଦେବ ମହାଦେବଙ୍କ ବିବାହ । ବିଳମ୍ବିତ ରାତିରେ ଭୋଲା ବାବା ବର ବେଶରେ ସଜ୍ଜିତ ହୋଇ ବାଜା-ବାଣ- ରୋଷଣୀ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ଶିବାଳୟରୁ ବାହାରିବେ ।  କନ୍ୟା ଘର ଅଭିମୁଖେ ଯାତ୍ରା କରିବେ ଦେବ ଦେବ ମହାଦେବ । ଦେବ ବିବାହରେ ବାହାଘର ଦିନ ବିଭିନ୍ନ ରୀତି ନିତି ସମ୍ପନ୍ନ ହୋଇଥାଏ।। ସେଥିରୁ ଗଇଁଠାଳ ଫିଟା ଅନ୍ୟତମ । ପୂର୍ବ ବର୍ଷର କନ୍ୟା ମାତାପିତା ଶିବ ମନ୍ଦିରରୁ ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତିକୁ ଘରକୁ ନେଇ ପୂଜାର୍ଚ୍ଚନା କରିବା ପରେ ଗଣ୍ଠି ଖୋଲି ପୁଣି ମନ୍ଦିରକୁ ଆଣିବାର ବିଧି ରହିଛି । ଚଳିତ ବର୍ଷର ନୂଆ କନ୍ୟା ମାତା ପିତା ମନ୍ଦିରରୁ ଦେବୀ ପାର୍ବତୀଙ୍କ ମୂର୍ତ୍ତିକୁ କନ୍ୟା ରୂପେ ନିଜ ଘରକୁ ନେଇକି ଯିବେ । ଆଜି ମାଆ ପାର୍ବତୀଙ୍କୁ କନ୍ୟାପିତାଙ୍କ ଘରେ ହଳଦୀ ମଖାଯିବା ପରମ୍ପରା ମଧ୍ୟ ରହିଛି। ସେହିପରି ଭୋଲାବାବାଙ୍କୁ ମନ୍ଦିରରେ ହଳଦୀ ମଖାଯିବ । 

Advertisment

ଶୀତଳ ଷଷ୍ଠୀ ପାଇଁ ସମସ୍ତ ଶିବାଳୟ ଗୁଡ଼ିକ ଚଳଚଞ୍ଚଳ ରହିଛି । ସମ୍ବଲପୁରରେ ଶୀତଳ ଷଷ୍ଠୀ ବେଶ ଧୁମଧାମରେ ପାଳନ କରାଯାଉଥାଏ । ତେଣୁ ଦେବ ବିବାହ ପାଇଁ ପୂରା ଜିଲ୍ଲା ଚଳଚଞ୍ଚଳ ରହିଛି । ଆଜି ମହାଦେବଙ୍କ ହାତ ଧରିବେ ମାଆ ପାର୍ବତୀ ।  ସେଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଅଧିକ ପଢନ୍ତୁ : ଶିବ-ପାର୍ବତୀଙ୍କ ମିଳନକୁ କାହିଁକି କୁହାଯାଏ ଶୀତଳ ଷଷ୍ଠୀ ?

Marriage Sital Sasthi
Advertisment
Related Articles
Advertisment