Advertisment

Ratha Jatra 2023: ଜଗନ୍ନାଥ ମନ୍ଦିରକୁ ସୁବର୍ଣ୍ଣ ମନ୍ଦିର ଠାରୁ ବି ଅଧିକ ସୁନା ଦାନ କରିଥିଲେ ଏହି ରାଜା; ଜାଣନ୍ତୁ କିଏ....

କଳିଯୁଗରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ରୂପୀ କୃଷ୍ଣଙ୍କ ଚାଲିଛି ଲୀଳାଖେଳା। ଶେଷ ହୋଇଛି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଆଜି ସୁନାବେଶ। ପୁରୀ ଏବେ ଜନ ସମୁଦ୍ର। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
Suna Besa 2023

Five unknown facts of Lord jagannath and puri temple

ବିଶ୍ୱାସ କରାଯାଏ ଯେ ବୈକୁଣ୍ଠପତି ଭଗବାନ ବିଷ୍ଣୁ ପୃଥିବୀରେ ଥିବା ଚାରି ଧାମକୁ ତୀର୍ଥଯାତ୍ରା କରନ୍ତି। ଏହାରି ଭିତରେ ସେ ହିମାଳୟର ଉଚ୍ଚ ଶିଖରରେ ନିର୍ମିତ ତାଙ୍କ ବାସସ୍ଥାନ ବଦ୍ରିନାଥରେ ସ୍ନାନ କରନ୍ତି। ପଶ୍ଚିମରେ, ଗୁଜୁରାଟର ଦ୍ୱାରକାରେ ବସ୍ତ୍ର ପିନ୍ଧନ୍ତି। ପୂର୍ବତଟ ପୁରୀରେ ଭୋଜନ କରନ୍ତି ଏବଂ ଦକ୍ଷିଣରେ ରାମେଶ୍ୱରରେ ବିଶ୍ରାମ କରନ୍ତି। ଦ୍ୱାପର ଯୁଗ ପରେ ଭଗବାନ କୃଷ୍ଣ ପୁରୀରେ ରହିବାକୁ ଲାଗିଲେ ଏବଂ ଜଗତର ନାଥ ଜଗନ୍ନାଥ ହୋଇଗଲେ।

Advertisment

ଅଧିକ ପଢ଼ନ୍ତୁ: ଶ୍ରୀଜଗନ୍ନାଥଙ୍କ ସୁନାବେଶ: ରୀତିନୀତି ଓ ବେଶଭୁଷାରେ ରାଜକୀୟ ଠାଣି

କଳିଯୁଗରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ରୂପୀ କୃଷ୍ଣଙ୍କ ଚାଲିଛି ଲୀଳାଖେଳା। ଜଗନ୍ନାଥଙ୍କର ବାହୁଡା ଯାତ୍ରା ଶେଷ ହୋଇଛି। ପୁରୀ ଏବେ ଜନ ସମୁଦ୍ରରେ ପରିପୂର୍ଣ୍ଣ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।

  • ମହାନ ଶିଖ ସମ୍ରାଟ ମହାରାଜା ରଣଜିତ ସିଂହ ପୁରୀ ମନ୍ଦିରକୁ ପ୍ରଚୁର ସୁନା ଦାନ କରିଥିଲେ। ଏହା ସେ ଅମୃତସରର ସୁବର୍ଣ୍ଣ ମନ୍ଦିରକୁ ଦେଇଥିବା ସୁନାଠାରୁ ମଧ୍ୟ ବହୁତ ଅଧିକ ଥିଲା।
  • ପଞ୍ଚୁ ପାଣ୍ଡବ ଯେତେବେଳେ ଅଜ୍ଞାତବାସରେ ଥିଲେ ସେତେବେଳେ ସେମାନେ ପ୍ରଭୁ ଜଗନ୍ନାଥଙ୍କୁ ଦେଖା କରିବାକୁ ଆସିଥିଲେ ବୋଲି ପୁରାଣ କୁହେ। ଶ୍ରୀମନ୍ଦିର ଭିତରେ ଏବେ ବି ପାଣ୍ଡବଙ୍କ ସ୍ଥାନ ରହିଛି। ଯେତେବେଳେ ଭଗବାନ ଜଗନ୍ନାଥ ଚନ୍ଦନ ଯାତ୍ରା କରନ୍ତି, ସେତେବେଳେ ପଞ୍ଚୁ ପାଣ୍ଡବ ମଧ୍ୟ ତାଙ୍କ ସହ ନରେନ୍ଦ୍ର ପୋଖରୀକୁ ଯାଇଥା’ନ୍ତି।
  • କୁହାଯାଏ ଯେ ଯେତେବେଳେ ଯୀଶୁ ଖ୍ରୀଷ୍ଟ କାଶ୍ମୀରକୁ ଆସି ସେ ପୁନର୍ବାର ବେଥଲେହମକୁ ଗଲେ ସେତେବେଳେ ସେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।
  • ୯ମ ଶତାବ୍ଦୀରେ ଆଦିଶଙ୍କରାଚାର୍ଯ୍ୟ ଏଠାକୁ ଯାତ୍ରା କରିଥିଲେ ଏବଂ ଚାରୋଟି ମଠ ମଧ୍ୟରୁ ଏଠାରେ ସେ ଏକ ମଠ କରିଥିଲେ, ଯାହାକୁ ଗୋବର୍ଦ୍ଧନ ମଠ କୁହାଯାଏ।
  • ଏହି ମନ୍ଦିରକୁ ଅଣ-ଭାରତୀୟ ଧର୍ମର ଲୋକଙ୍କ ପ୍ରବେଶ ନିଷେଧ। ଅନେକ ବିଦେଶୀଙ୍କ ଦ୍ୱାରା ମନ୍ଦିର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ ତଥା ଆକ୍ରମଣ ହେତୁ ଏହି ପ୍ରତିବନ୍ଧକ ଲଗାଯାଇଥିବା କୁହାଯାଏ। ଅତୀତରେ ମନ୍ଦିରକୁ ନଷ୍ଟ କରିବାକୁ ଅନେକ ଥର ମଧ୍ୟ ଚେଷ୍ଟା କରାଯାଇଛି।
Advertisment

ଅଧିକ ପଢ଼ନ୍ତୁ: ଆଜି ସୁନାବେଶ: ମହାପ୍ରଭୁଙ୍କ ରାଜାବେଶ ଦେଖି ଧନ୍ୟ ହେବେ ଭକ୍ତ

Puri Puri Jaggannth Temple Suna Besha Ratha Jatra Ratha Yatra
Advertisment
Advertisment