
ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରତିବର୍ଷ ଯେବେ ଆଷାଢ ଦ୍ୱିତୀୟା ତିଥି ଶୁକ୍ଳପକ୍ଷ ପଡ଼େ ସେହିଦିନ ଶ୍ରୀଜିଉଙ୍କ ହୋଇଥାଏ ଏହି ପତିତପାବନ ଲୀଳା...। କାଳିଆର ଏହି ଅପୂର୍ବ ଯାତ୍ରାକୁ ଅବଲୋକନ କରିବାକୁ ଦେଶବିଦେଶରୁ ଛୁଟି ଆସନ୍ତି ଅଗଣିତ ଭକ୍ତ। ଏହି ଅନନ୍ୟ ଯାତ୍ରାକୁ ନେଇ ରହିଛି ଅନେକ କଥା...ଅନେକ କାହାଣୀ। କୋଟି ଓଡ଼ିଆଙ୍କର ଏହା ଏକ ବିରାଟ ପର୍ବ । ଏହି ଦିନ ରତ୍ନବେଦୀ ଛାଡ଼ି ରଥରେ ମାଉସୀ ଘରକୁ ବାହାରନ୍ତି ମଉଡ଼ମଣି କାଳିଆ ସାଆନ୍ତ । ରଥ ଉପରେ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଚର୍ମଚକ୍ଷୁ ପବିତ୍ର କରନ୍ତି ଭକ୍ତ। ଏହି ରଥଯାତ୍ରାକୁ ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ମଧ୍ୟ କୁହାଯାଏ । ଅନେକଙ୍କ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି । ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ସେହି ବିଧି ଗୁଡ଼ିକ ହେଉଛି, ସ୍ନାନ ଉତ୍ସବ, ଅନବସର, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ।
ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ। ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ। କିପରି ହୁଏ ସ୍ନାନ ବିଧି। ୧୦୮ କଳସରୁ କେଉଁ ଠାକୁର କେତେ କଳସରେ ସ୍ନାନ କରନ୍ତି ଜାଣିବା ପାଇଁ ପଢନ୍ତୁ। Read More
ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ଦିଅନ୍ତି । ଋଗ୍ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ। ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ। ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଏହି ରଥଯାତ୍ରାର କାରଣ କ’ଣRead More
ରଥଯାତ୍ରା ସମୟରେ ଠାକୁରମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ସମୟରେ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳେ। ଏହି ଦୁର୍ଲଭ ଦର୍ଶନରେ ଭକ୍ତମାନଙ୍କ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।Read More
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟେ ଜନ ସମୁଦ୍ର।Read More
ଠାକୁରଙ୍କ ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ତେବେ ଏହି ନୀତି ପଛର ରହସ୍ୟ କ’ଣ ଜାଣିବା ପାଇଁ ପଢନ୍ତୁ।Read More
ନୀଳାଦ୍ରିବିଜେରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ। ପତ୍ନୀଙ୍କୁ ସାଥିରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ମହାଲଷ୍ମୀ। କାଳିଆ ସାଆନ୍ତ ବଡ଼ ଦେଉଳ ଭିତରକୁ ପ୍ରବେଶ କଲାବେଳେ ବାଟ ଓଗାଳନ୍ତି ମହାଲଷ୍ମୀ। ଏହା ପରେ କ’ଣ ହୁଏ ଜାଣିବା ପାଇଁ ପଢନ୍ତୁ।Read More
ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ ମହାପ୍ରଭୁ।
ଆଜି ପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ରତ୍ନ-ସିଂହାସନରେ ପୁନଃ ବିରାଜମାନ କରିବେ। ଶ୍ରୀମନ୍ଦିର ରୂପକ ନୀଳଶୈଳର ଗର୍ଭଗୃହ ସ୍ୱରୂପ ନୀଳକନ୍ଦରରେ ବିରାଜମାନ କରିବାର ଏହି ଅଲୌକିକ ଲୀଳା ‘ନୀଳାଦ୍ରିବିଜେ’ ନାମରେ ବିଖ୍ୟାତ।
ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ସୁନାବେଶ ପରଦିନ ରଥ ଉପରେ ଅଧରପଣା ନୀତି ସମାପନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା।
ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସୁଛନ୍ତି କାଳିଆ ସାଆନ୍ତ। ବଡଦାଣ୍ଡ ଭକ୍ତମୟ। ଚାରିଆଡେ ଆଧ୍ୟାତ୍ମିକ ପରିବେଶ। ତେବେ ଆସନ୍ତୁ ଏହି ଅସରରେ ଆଜି ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।
ଆଜି ମହାବାହୁଙ୍କ ଘର ବାହୁଡା। ସାତଦିନ ଗୁଣ୍ଡିଚାବାଡିରେ ରହିବା ପରେ ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଫେରିବେ କଳା ଠାକୁର। ଏହି ଅବସରରରେ ଆସନ୍ତୁ ଜାଣିବା ମହାବାହୁଙ୍କ ଏହି ନଅଦିନ ଯାତ୍ରା କ’ଣ ପାଇଁ।
ଭକ୍ତ ବନ୍ଧୁ ମହାନ୍ତିଙ୍କ ସହିତ ଶ୍ରୀଜଗନ୍ନାଥଙ୍କ ଅତୁଟ ବନ୍ଧୁତା ଆଜି ମଧ୍ୟ ଅଗଣିତ ଭକ୍ତ ଜନମାନସରେ ଭକ୍ତିର ଭାବଧାରା ବୃଦ୍ଧି କରିଥାଏ। ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅବସରରେ ଆସନ୍ତୁ ବନ୍ଧୁ ମହାନ୍ତିଙ୍କ ବିଷୟରେ ଜାଣିନେବା।
ରାଧା କାନ୍ଦୁଛି କହ୍ନେଇଁ ପାଇଁ । ବଡ଼ଦାଣ୍ଡରେ କାଳିଆ ପାଦରେ ପାଦ ଛନ୍ଦି ନାଚିଲା ବେଳକୁ ଆଖି ତାର ଓଦା, ମନ ଜଗା ପ୍ରେମରେ ବନ୍ଧା । ଏତେ ଭାବବିହ୍ୱଳ ହୋଇ ପଡୁଛି ଯେ, କହୁଛି ଏଥର ଯଦି କାଳିଆ ଡୋରି ଲାଗି ନ ଥାଆନ୍ତା, ଆଉ କେବେ ତା ଦୁଆର ମାଡିନଥାନ୍ତି । ତା ଆଶୀର୍ବାଦ ଅଛି ବୋଲି ଆଜି ତା ଦୁଆରେ ନାଚୁଛି ।
କାଳିଆର ଡୋରି ନ ଲାଗିଲେ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଦ ବି ପଡ଼େ ନାହିଁ । ଜଗାର ଡାକରା ଆସିଲେ, ରୋଗଶଯ୍ୟାରୁ ବି ଭକ୍ତ ଉଠି ଆସେ ।