/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751518578.jpg)
Dakshina Moda Rituals
ଜନ୍ମବେଦୀରେ ସରିଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆଉ ଦିନକ ପରେ ବାହୁଡା ଯାତ୍ରା । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଜି ଦକ୍ଷିଣ ମୋଡ଼ ନେଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଗତକାଲି ତାଳଧ୍ବଜ ଓ ଦର୍ପଦଳନ ରଥର ଦକ୍ଷିଣ ମୋଡ଼ ହୋଇଥିଲା । ଆଜି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି । ଆଜ୍ଞାମାଳ ବିଜେ ପରେ ରଥର ଦକ୍ଷିଣମୋଡ଼ କରାଯାଇଛି । ଏହାପରେ ନନ୍ଦିଘୋଷ ରଥକୁ ଟାଣି ଟାଣି ନେଇଥିଲେ ସୁରକ୍ଷାକର୍ମୀ ।
Advertisment
ବର୍ତ୍ତମାନ ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଜନ୍ମବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ତିନି ଠାକୁରଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି । ସେପଟେ ବାହୁଡ଼ା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ଜିଲ୍ଲା ପ୍ରଶାସନ । ଆଗକୁ ବାହୁଡ଼ା ଓ ସୁନାବେଶ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶରଧାବାଲିରେ ଘଟିଥିବା ଅଘଟଣ ପରଠାରୁ ଅଧିକ ସଜାଗ ରହିଛି ପ୍ରଶାସନ ।
ଅଧିକ ପଢନ୍ତୁ: ତୁ ଋଷିଛୁ କିରେ ନଟିଆ...ମାଡ଼ି ଆସୁଛି କି କିଛି ବିପଦ ନା କରିଛୁ ଅଭିମାନ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)