Advertisment

Devotee Calling: ତୁ ଋଷିଛୁ କିରେ ନଟିଆ...ମାଡ଼ି ଆସୁଛି କି କିଛି ବିପଦ ନା କରିଛୁ ଅଭିମାନ...

ତୋର ଆଖି ଆଗରେ ତୋ ଭକ୍ତର ଜୀବନ ଚାଲିଗଲା....। ତୁ ପରା ସେହି ଠାକୁର ...। ତୋ ଭକ୍ତ ତୋ ପାଖରେ ନ ପହଞ୍ଚିଲା ଯାଏ ତୋ ରଥ ଚକା ଗଡ଼େ ନାହିଁ। ଭକ୍ତ ଦାସିଆ ଡାକରେ ତୁ ନଡ଼ିଆ ଖାଇଥିଲୁ। ତା’ହେଲେ ଭକ୍ତର ଡାକ ତୋତେ ଶୁଭିଲାନି କାହିଁକିରେ ....? ତୁ ପରା ଭକ୍ତର ଠାକୁର... ଭକ୍ତ ପରା ତୋର.....।

author-image
Tapaswini Nayak
ଅଦ୍ୟତନ ହୋଇଛି
ଭକ୍ତର ଅଭିମାନ

ଭକ୍ତର ଅଭିମାନ

ହେ ଜଗା... ହେ ନଟିଆ ତୁ ଋଷିଛୁ କିରେ.......? ଅଭିମାନ କରିଛୁ କିରେ... କ’ଣ ହେଇଛି କି ତୋର.....? କାହିଁକି ଏଥର ତୋ ରଥଯାତ୍ରାରେ ହାବଭାବ ଠିକ୍‌ ଲାଗୁନାହିଁ। କିଛି ତ୍ରୁଟି ରହିଗଲା କି ? କାହିଁକି ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛିରେ ନଟିଆ। ତୋତେ ଟିକେ ଚର୍ମ ଚକ୍ଷୁରେ ଦେଖିବାକୁ ଆସିଥିବା କିଛି ଭକ୍ତଙ୍କର ତୋରି ଆଖି ଆଗରେ ଜୀବନ ଚାଲିଗଲା ? ଭକ୍ତଟି ଦଳା ଚକଟାରେ ତଳେ ପଡ଼ିଯାଇ ଜଗା...ଜଗା... ଜଗା... ଡାକୁଥିଲା ବେଳେ ତୁ ଚୁପ୍ ବସିଲୁ...। ଏମିତି କିଛି ଅଭିମାନ ଭରା କଥା ଏବେ ଭକ୍ତଙ୍କ ମୁହଁରୁ ଶୁଭୁଚି । 

Advertisment

ତୋର ଆଖି ଆଗରେ ତୋ ଭକ୍ତର ଜୀବନ ଚାଲିଗଲା....। ତୁ ପରା ସେହି ଠାକୁର ...। ତୋ ଭକ୍ତ ତୋ ପାଖରେ ନ ପହଞ୍ଚିଲା ଯାଏ ତୋ ରଥ ଚକା ଗଡ଼େ ନାହିଁ। ଭକ୍ତ ଦାସିଆ ଡାକରେ ତୁ ନଡ଼ିଆ ଖାଇଥିଲୁ। ତା’ହେଲେ ଭକ୍ତର ଡାକ ତୋତେ ଶୁଭିଲାନି କାହିଁକିରେ ....? ତୁ ପରା ଭକ୍ତର ଠାକୁର,,,, ଭକ୍ତ ପରା ତୋର.....। କ’ଣ ହୋଇଛି କିରେ ତୋର......। କାହିଁକି ତୋର ଏତେ ଅଭିମାନ ?

ପ୍ରଶାସନ ତା’ କର୍ତ୍ତବ୍ୟରେ ଅବହେଳା କରି ନାହିଁ ତ ? ତାହାହେଲେ କ’ଣ ହୋଇଛି କିରେ ତୋର ? ତୁ ଏଥର କ’ଣ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀକୁ ଚାହୁଁ ନାହିଁକିରେ .....? ନା ମାଉସୀ ମା’ ପୋଡ଼ ପିଠା ମନେ ପଡ଼ୁ ନାହିଁ ? ନା ମା’ ଲକ୍ଷ୍ମୀ ସାଆନ୍ତାଣି ତୋ ଉପରେ ରୁଷିଛନ୍ତି.....।  କ’ଣ ହୋଇଛି କି ତୋର କହୁନୁ।

Advertisment

ତୋ ଦେହ ଜ୍ୱରରେ ଖଇ ଫୁଟିଲା ବେଳେ ରାଜବୈଦ ଘରୁ ତୋ ପାଇଁ ଆସିଥିବା କିଛି ଦଶମୂଳ ମୋଦକ କିଏ ନେଇଗଲା ବୋଲି ଅଭିଯୋଗ ଆସିଲା, ଯାହାକୁ ଖାଇ ତୁ ସୁସ୍ଥ ହୋଇଥାନ୍ତୁ। ଯାହାହେଉ ଅବଶିଷ୍ଟ ମୋଦକ ଖାଇ ଭଲ ହେଲୁ।

ପରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲୁ। ରଥ ଯାତ୍ରା ଦିନ ତୋ ରଥ ଶ୍ରୀମନ୍ଦିର ଠାରୁ ଅଳ୍ପଦୂର ଗଡ଼ିଲା,,,, ଆଉ ଗଡ଼ିଲା ନାହିଁ। ଯେପରି ଲାଗୁଥିଲା ତୁ ଅଝଟ କରୁଛୁ, ନହେଲେ ତୁ ରାଗିଛୁ। ତୁ ପରା ମନୁଆ ଠାକୁର ବୋଲି ସମସ୍ତେ ଜାଣନ୍ତି ,ହେଲେ ଜଗା ଏଥର କ’ଣ ହୋଇଛି ତୋର ? କାହାର ଅହଂକାର ଭାଙ୍ଗିବାକୁ ତୁ ଏମିତୁ କରୁଛୁ କି ? ନା ଆଗକୁ କିଛି ବିପଦ ଆସୁଛି କି ରେ.....।

Ratha Jatra Devotees Puri Ratha Yatra
Advertisment
Advertisment