Advertisment

Traditional Puri Sahi Jata : ୮୦୦ ବର୍ଷର ପୁରୁଣା ପରମ୍ପରା ପୁରୀର ପ୍ରସିଦ୍ଧ ସାହିଯାତ

ଭାରତ ବର୍ଷର ସର୍ବବୃହତ ପଥପ୍ରାନ୍ତ ଉତ୍ସବ ସାହିଯାତ। ପବିତ୍ର ରାମନବମୀ ସହ ଆଜିଠୁ ଆରମ୍ଭ ହେଉଛି ପୁରୀ ପ୍ରସିଦ୍ଧ ସାହିଯାତ୍ରା ଉତ୍ସବ । ଏଥିରେ ଅନନ୍ୟ ପରମ୍ପରାରେ ଶ୍ରୀମନ୍ଦିର ସଂଲଗ୍ନ ଆଠଟି ସାହିର ବିଭିନ୍ନ ମେଳ ତଥା ଜାଗା ଆଖଡ଼ା ଘର ସାମିଲ ହୁଅନ୍ତି ।

author-image
Deviprasad Jena
ଅଦ୍ୟତନ ହୋଇଛି
Traditional Sahijata Of Puri

Traditional Sahijata

ଆଜିଠୁ ପୁରୀର ଅନନ୍ୟ ପରମ୍ପରା ସାହିଯାତ । ଏହି ଯାତ୍ରା ୯ ଦିନ ଧରି ଶ୍ରୀରାମଙ୍କ ଜନ୍ମଠୁ ନେଇ ରାମ ବନବାସ ଓ ଲଙ୍କାପୋଡ଼ି ଭଳି କଥାବସ୍ତୁକୁ ବୟାନ କରିବ । ଭଳିକି ଭଳି ମେଢ ସାଙ୍ଗକୁ ନିଆରା ସଂସ୍କୃତିରେ ତଲ୍ଲୀନ ହେବେ କଳାକାର । ସାହିଯାତକୁ ନେଇ ପୂରା ପୁରୀ ଉତ୍ସବମୁଖର ହୋଇପଡ଼ିଛି । ଏଥର ରାଜ୍ୟ ସଂସ୍କୃତି ବିଭାଗ ଯୋଗାଇଦେଇଛନ୍ତି ୧୬ ଲକ୍ଷ ଟଙ୍କାର ସହାୟତା ।

Advertisment

୮୦୦ ବର୍ଷ ପୁରୁଣା, ଗଙ୍ଗବଂଶ ସମୟର ପରମ୍ପରା । ପୁରୀର ଆଉ ଏକ ପରିଚୟ, ଆମ ସଂସ୍କୃତିର ଅସ୍ମିତା । ଭାରତ ବର୍ଷର ସର୍ବବୃହତ ପଥପ୍ରାନ୍ତ ଉତ୍ସବ ସାହିଯାତ। ପବିତ୍ର ରାମନବମୀ ସହ ଆଜିଠୁ ଆରମ୍ଭ ହେଉଛି ପୁରୀ ପ୍ରସିଦ୍ଧ ସାହିଯାତ୍ରା ଉତ୍ସବ । ଏଥିରେ ଅନନ୍ୟ ପରମ୍ପରାରେ ଶ୍ରୀମନ୍ଦିର ସଂଲଗ୍ନ ଆଠଟି ସାହିର ବିଭିନ୍ନ ମେଳ ତଥା ଜାଗା ଆଖଡ଼ା ଘର ସାମିଲ ହୁଅନ୍ତି ।

କାଳିକା ଦେବୀ ସାହିପକ୍ଷରୁ ରାମଜନ୍ମ ନୀତି କରାଯିବାପରେ ହରଚଣ୍ଡି ସାହି ପକ୍ଷରୁ ନାକକାନ ଯଜ୍ଞ ରକ୍ଷା ନୀତି, ପର୍ଶୁରାମ କଳାହରଣ ନୀତି ସହ ମାର୍କଣ୍ଡେଶ୍ବର ସାହି ପକ୍ଷରୁ ବନବାସ, କୁଣ୍ଢାଇବେଣ୍ଟ ସାହିପକ୍ଷରୁ ସୀତା ଚୋରୀ,ମାୟାରାବଣ, ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡି ନୀତି ଏବଂ ଶେଷରେ ବାଲିସାହି ପକ୍ଷରୁ ସେତୁ ବନ୍ଧ ପ୍ରସ୍ତାବ, ରାବଣବଦ୍ଧ ନୀତି ସମ୍ପନ୍ନ ହେବ । ଏହି ଯାତ୍ରାର ସ୍ବତନ୍ତ୍ରତା ହେଉଛି ଏଠାରେ ରାମଙ୍କୁ ଯେତିକି ଗୁରୁତ୍ବ ଦିଆଯାଏ,ରାବଣଙ୍କୁ ବି ସେତିକି ଗୁରୁତ୍ବ ଦିଆଯାଏ ।

Advertisment

ଅଧିକ ପଢ଼ନ୍ତୁ: ଆଜି ପବିତ୍ର ରାମ ନବମୀ, ଉତ୍ସବମୁଖର ରାମ ନଗରୀ ଅଯୋଧ୍ୟା

କିମ୍ବଦନ୍ତୀ କହେ, ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଆରମ୍ଭ ହୋଇଥିଲା ସାହିଯାତ । ଯୁବକମାନଙ୍କୁ ବଳିଷ୍ଠ କରିବା ପାଇଁ ଖଣ୍ଡା ଖେଳ, ବାଡି ଖେଳ, ମେଢ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ସେମାନଙ୍କୁ ଯୋଦ୍ଧା ଭାବେ ପରିଗଣିତ କରିବା ପାଇଁ ଏହି ଯାତର ଆୟୋଜନ କରାଯାଏ । ଐତିହ୍ୟ ବିଶାରଦଙ୍କ ମତରେ, କାହିଁ କେଉଁ ଅନାଦିକାଳରୁ ସାହିଯାତ ପରମ୍ପରା ।

ଯାତ୍ରାକୁ ଆହୁରି ବ୍ୟାପକ କରିବାକୁ ଜିଲ୍ଲାପ୍ରଶାସନ ଉଦ୍ୟମ କରୁଥିବା ବେଳେ, ରାଜ୍ୟ ସରକାର ଏଥର ସାହିଯାତରେ ସଞ୍ଜୀବନୀ ଭରିଛନ୍ତି । ସଂସ୍କୃତି ବିଭାଗ ପକ୍ଷରୁ ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସାହିଯାତ ସନ୍ଧ୍ୟାରୁ ଆରମ୍ଭ ହୋଇ ପରଦିନ ରାତି ପାହିବା ପର୍ଯ୍ୟନ୍ତ ପରିବେଷଣ ହୋଇଥାଏ । ସାହି ଭାଇଚାରାର ବୃହତ୍ ପର୍ବରେ ସାମିଲ ହେବାକୁ ପୂରା ପୁରୀ ସହର ଉତ୍ସବମୁଖର ହୋଇଛି ।

ଅଧିକ ପଢ଼ନ୍ତୁ: ଶ୍ରୀରାମ କାହିଁକି ହୋଇଗଲେ ମର୍ଯ୍ୟାଦା ପୁରୁଷୋତ୍ତମ; ଆସନ୍ତୁ ତାଙ୍କର କେତେକ ଗୁଣ ବିଷୟରେ ଜାଣିନେବା

Odisha Puri Sriram Navami Ram Navami
Advertisment
Advertisment