ପ୍ରୟାଗରାଜର ମହାକୁମ୍ଭ ମେଳାରେ କୋଟି କୋଟି ଭକ୍ତ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଉଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପବିତ୍ର ବୁଡ ପକାଇଛନ୍ତି। ବର୍ତ୍ତମାନ ତାଙ୍କର ବୁଡ ପକାଇବା ଓ ପୂଜାପାଠ କରିବାର ଚମତ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Published By: Pramod Behera
Last updated: 05 February 2025, 05:04 PM IST
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକୁମ୍ଭ ମେଳାରେ ତ୍ରିବେଣୀ ଘାଟରେ ପବିତ୍ର ସ୍ନାନ କରି ମାତା ଗଙ୍ଗାଙ୍କୁ ପୂଜା କରିଛନ୍ତି।
ଏହି ଫଟୋରେ ଆପଣ ମୋଦୀଙ୍କୁ ଜେଟି ଉପରେ ଠିଆ ହୋଇ ମାତା ଗଙ୍ଗାଙ୍କୁ ପ୍ରଣାମ କରୁଥିବା ଦେଖିପାରିବେ।
ସଙ୍ଗମରେ ବୁଡ଼ ପକାଇବା ପରେ ମୋଦୀ ରୁଦ୍ରାକ୍ଷ ମାଳା ପିନ୍ଧି ମନ୍ତ୍ରୋଚାରଣ ସହ ମା ଗଙ୍ଗାଙ୍କୁ ଆରାଧନା କରିଛନ୍ତି।
ଏହି ସମୟରେ ପାଖରେ ଯୋଗୀ ଆଦିତ୍ୟନାଥ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏକେଲା ଗଙ୍ଗାରେ ବୁଡ ପକାଇଥିଲେ। ଏହି ସମୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅରେଲ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଆଲର୍ଟ ଜାରି କରାଯାଇଛି।
ଫଟୋ ଗୁଡ଼ିକରେ ଆପଣ ଦେଖିପାରୁଥିବେ ଯେ ଥଣ୍ଡା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀ ରୁଦ୍ରାକ୍ଷମାଳ ସହିତ ଘାଟରେ ଠିଆ ହୋଇଛନ୍ତି ଏବଂ ମନ୍ତ୍ର ଜପ କରୁଛନ୍ତି।
ଗଙ୍ଗାରେ ସ୍ନାନ କରିବା ପରେ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ପ୍ରୟାଗରରେ ଚାଲିଥିବା ମହାକୁମ୍ଭ ମେଳାରେ ପବିତ୍ର ସଙ୍ଗମରେ ସ୍ନାନ ପରେ ପୂଜା କରିବାର ସୌଭାଗ୍ୟ ପାଇଲି।