• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ଚ୍ୟାନେଲ ପ୍ରାର୍ଥନାର ଆଜି ତ୍ରୟୋଦଶତମ ସ୍ୱନକ୍ଷତ୍ର ଦିବସ । ଏହି ଅବସରରେ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେଉଛି ବିଶାଳ ହନୁମାନ ଉତ୍ସବ । ସକାଳ ଦିନ ତମାମ ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପାଠ କରାଯାଇଛି । ଅପରାହ୍ଣରେ ହନୁମାନ ଜୁନିଅର ଓ ସିନିୟର୍ ବର୍ଗକୁ ନେଇ ଦୁଇଟି ବିଭାଗରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ସେହିଭଳି ଉତ୍ସବରେ ପାଇକ ଆଖଡ଼ା, ମାଲଖମ୍ବ ପ୍ରଦର୍ଶନ ଓ ପାରମ୍ପରିକ ସଂକୀର୍ତ୍ତନ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିଲା । ଆଜି ସନ୍ଧ୍ୟାରେ ପ୍ରାର୍ଥନାର ଲୋକପ୍ରିୟ ଭଜନ ଅନ୍ତାକ୍ଷରୀ ଲାଇଭ ସହ ପିଠାପଣାର ସମ୍ଭାର ବି ଜମିଛି।