• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଟକ ର ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ ଶେଷ ପରେ ଆଜିଠାରୁ ଆରମ୍ଭ ହୋଇଛି ନିଲାମ ପକ୍ରିୟା । ବାରବାଟୀ ପ୍ୟାଲେସ୍ ସମେତ ମୋଟ ୬ଟି ସ୍ଥାନରେ ନିଲାମ ଚାଲିଥିବା ବେଳେ ଅନେକ ବ୍ୟବସାୟୀ ନିଲାମରେ ସାମିଲ ହୋଇ ପ୍ଲଟ୍ ହାତେଇଛନ୍ତି । ତେବେ ପ୍ଲଟ୍ ପାଇଁ ଧାର୍ଯ୍ୟ ଥିବା ବେସ୍ ପ୍ରାଇସଠାରୁ ଅଧିକ ଦର ପ୍ରଶାସନ ନେଉଥିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ସଜେଇ ହେଉଛି କଟକର ଐତିହାସିକ ବାଲିଯାତ୍ରା ପଡିଆ । ବାଲିଯାତ୍ରା ପଡିଆର ମୁଖ୍ୟ ଗେଟ୍‌ରେ ଚାଲିଛି ରଙ୍ଗ କାମ । ଆଉ ଏପଟେ ପଡିଆରେ ବ୍ୟବସାୟୀ ଏବଂ ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ସହ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି । ହେଲେ ପ୍ଲଟ୍ ନିଲାମ ଆରମ୍ଭରୁ ଦେଖାଦେଇଛି ବିବାଦ । କିଛି ପ୍ଲଟ୍ ପାଇଁ ସିଙ୍ଗଲ ବିଡ଼ର ଥିବାବେଳେ ପ୍ରଶାସନ ମନ ଇଛା ଦର ଧାର୍ଯ୍ୟ କରି ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ ।

ଗୋଟିଏ ଗୋଟିଏ ପ୍ଲଟ୍ ପାଇଁ ରହିଛନ୍ତି ଏକାଧିକ ଆଶାୟୀ । ଆଉ ବେଶ ପ୍ରାଇସ୍ ବର୍ଗ ଫୁଟ ପିଛା ୫୦ ଟଙ୍କାରୁ ବଢି ୩୫୦ଟଙ୍କା ପହଁଚିଛି । ଏମିତିକି ପ୍ଲଟ୍ ବର୍ଗଫୁଟ ପିଛା ବେସ୍ ପ୍ରାଇସ ୫୦ଟଙ୍କା ଥିବାବେଳେ ବ୍ୟବସାୟୀଙ୍କଠାରୁ ୭୦ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି । ଏନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଶେଷରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପ୍ରଶାସନ ବଳକା ଟଙ୍କା ଫେରାଇଛି ।

 

ଅନ୍ୟପଟେ ନିଲାମ ପକ୍ରିୟା ଅନିୟମିତତା ନେଇ ବ୍ୟବସାୟୀଙ୍କ ପକ୍ଷରୁ ବିରୋଧାଭାସ ଦେଖାଦେବା ପରେ ବିବାଦର ସମାଧାନ ହୋଇଛି । କେବଳ ସିଙ୍ଗଲ ବିଡ଼ରଙ୍କଠାରୁ ନିଆଯାଇଥିବା ବର୍ଦ୍ଧିତ ଦର ଫେରସ୍ତ କରିଛି ପ୍ରଶାସନ । ଏପଟେ ବର୍ଦ୍ଧିତ ଦର ଜୋର ଜବରଦସ୍ତ ନିଆଯାଇ ନଥିଲା । ସିଙ୍ଗିଲ ବିଡ଼ର ଥିବା ଯୋଗୁଁ ବ୍ୟବସାୟୀ ନିଜ ଇଚ୍ଛାରେ ଅଧିକ ଦର ଦେଇଥିଲେ ବୋଲି କହିଛନ୍ତି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା । ତେବେ ଆଜି ପ୍ରଥମ ଦିନରେ ସବୁ ଠିକ୍‌ଠାକ ଚାଲିଛି ବୋଲି କହିଛନ୍ତି ଉପଜିଲ୍ଲାପାଳ । ନିଲାମ ପକ୍ରିୟାରେ ନୂଆ ବ୍ୟବସାୟୀଙ୍କ କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହୋଇଛି ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।

ତେବେ ଆଜିଠାରୁ ଆରମ୍ଭ ହୋଇଥିବା ନିଲାମ ପକ୍ରିୟା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଆରମ୍ଭ ହେବ ଷ୍ଟଲ କାମ । ଆଉ ଚଳଚଞ୍ଚଳ ହେବ ବାଲିଯାତ୍ରାର ତଳ ଓ ଉପର ମେଳା ପଡିଆ । ଏଥର ଐତିହାସିକ ବାଲିଯାତ୍ରାକୁ ଭବ୍ୟ ଆକାରରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।

(ରିପୋର୍ଟ- କଟକରୁ ପ୍ରଭାତ ବିଷୋୟୀ)