Advertisment

ଥଣ୍ଡାରେ ବୁଡ ପକେଇବାକୁ ଡରୁଛନ୍ତି କି; '୧୦ ଟଙ୍କା ଦିଅନ୍ତୁ… ମୁଁ କାମ ସାରିଦେବି'

ବୁଡ, ଭାରତୀୟ ସଂସ୍କୃତିର ଏକ ପବିତ୍ର ପରମ୍ପରା। ଶହ ଶହ ବର୍ଷ ପୂର୍ବରୁ ଶୀତଦିନେ ଏହି ପରମ୍ପରା ପାଳନ ହୋଇଆସୁଛି। କିନ୍ତୁ, କଥା ହେଉଛି ଏହି ପାଗରେ ଥଣ୍ଡା ପାଣିରେ ପଶିବା ଅନେକଙ୍କ ପକ୍ଷେ କଷ୍ଟକର। ସେମାନଙ୍କ ପାଇଁ ଜଣେ ବ୍ୟକ୍ତି ଏମିତି ଏକ ଅଜବ ସୁଯୋଗ ନେଇ ଆସିଛନ୍ତି। ଦେଖନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Man offers to take dubki in river for rs 10

Man offers to take dubki in river for rs 10

ଭାରତୀୟ ସଂସ୍କୃତିର ଏକ ବହୁ ପୁରୁଣା ପରମ୍ପରା ହେଉଛି ପବିତ୍ର ପାଣିରେ ବୁଡ଼ ପକାଇବା। କୁହାଯାଏ ଯେ ପବିତ୍ର ପାଣିରେ ବୁଡ଼ ପକାଇବା ଦ୍ୱାରା ସମସ୍ତ ପାପ ଧୋଇଯାଏ। ଅନେକ ଏହାକୁ ସ୍ୱଚ୍ଛ ଓ ପବିତ୍ର ମନରେ କରୁଥିବା ବେଳେ କେତେକ ଶୀତଦିନେ ଥଣ୍ଡା ପାଣିକୁ ଭୟ କରନ୍ତି। ସେମାନଙ୍କ ପକ୍ଷେ ଏହା କଷ୍ଟକର ହୋଇପଡେ।

Advertisment

ବର୍ତ୍ତମାନ ଜଣେ ଭାଇରାଲ୍ ବ୍ୟକ୍ତି ଏହି କାମକୁ ସହଜ କରିଦେଇଛନ୍ତି। ଅନ୍ୟମାନଙ୍କ ପାଇଁ ଥଣ୍ଡା ପାଣିରେ ବୁଡ଼ ପକଉଛନ୍ତି। ଏନେଇ ସେ ଲୋକଙ୍କୁ ଏକ ଡିଜିଟାଲ୍ ସମାଧାନ ପାଇଁ ପରାମର୍ଶ ଦେଉଛନ୍ତି।

ଏହି ବ୍ୟକ୍ତିଙ୍କ ଭାଇରାଲ୍ ଭିଡିଓ କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଅୱନିଶ ଶରନ ଡିସେମ୍ବର ୨୪ରେ ଟ୍ୱିଟର ରେ ଶେୟାର କରିଛନ୍ତି। ଏହି କ୍ଲିପ୍‌ରେ ଜଣେ ବ୍ୟକ୍ତି ଏକ ପବିତ୍ର ନଦୀ ଭିତରେ ଥାଇ କୂଳରେ ଭିଡ କରିଥିବା ଲୋକଙ୍କୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳେ।

Advertisment

ବ୍ୟକ୍ତି ଜଣକ ଲୋକମାନଙ୍କୁ ବୁଝେଇ କହୁଛନ୍ତି ଯେ ଯଦି ସେମାନେ ତାଙ୍କୁ ୧୦ ଟଙ୍କା ଦେବେ ସେ ଅନ୍ୟମାନଙ୍କ ପାଇଁ ଥଣ୍ଡା ପାଣିରେ ବୁଡ଼ ପକାଇବାକୁ ପ୍ରସ୍ତୁତ। ବ୍ୟକ୍ତି ଜଣଙ୍କ ସେମାନଙ୍କୁ ପରାମର୍ଶ ଦେଉଛନ୍ତି ଯେ ଏହା ହେଉଛି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଯେଉଁମାନେ ଶୀତଦିନେ ଥଣ୍ଡା ପାଣିରେ ଗାଧୋଇବାକୁ ବା ବୁଡ ପକେଇବା ଚାହାଁନ୍ତି ନାହିଁ।

ଏହା ବଦଳରେ ବ୍ୟକ୍ତି ଜଣକ କହୁଛନ୍ତି ଯେ ତାଙ୍କ ରସିଦ କାଉଣ୍ଟରରେ ୧୦ ଟଙ୍କା ଦେବାକୁ। ଦାବି କରୁଛନ୍ତି ଯେ ଏହି ବୁଡ ପକେଇବାର ପୁଣ୍ୟ ସେଇମାନଙ୍କ ପାଖକୁ ଯିବ ଯେଉଁମାନଙ୍କ ନାଁ ରସିଦରେ ଥିବ ଆଉ ଜମା ହୋଇଥିବା ଟଙ୍କା ତାଙ୍କ ପାଖକୁ ଆସିବ ।

ଏହି ଅଜବ ଦୃଶ୍ୟକୁ ରେକର୍ଡିଂ କରୁଥିବା ବ୍ୟକ୍ତି ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ହସୁଥିବା ଶୁଣିବାକୁ ମିଳେ। ଏପରିକି ଆଇଏଏସ୍ ଅଧିକାରୀ ଏହି କ୍ଲିପ୍‌କୁ ଶେୟାର କରି ମଜ୍ଜାଲିଆ ଢଙ୍ଗରେ କହିଛନ୍ତି ଯେ “ଏହି ପାଗ ପାଇଁ ବଢିଆ ଷ୍ଟାର୍ଟଅପ୍”। କ୍ଲିକ୍ କରି ଦେଖନ୍ତୁ ଏହି ଭିଡିଓଟିକୁ।

ଖବର ଲେଖା ହେବା ବେଳକୁ ଏହି ଭାଇରାଲ୍ କ୍ଲିପ୍‌କୁ ୨ଲକ୍ଷ ୨୪ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ଏହା ଆଠ ହଜାରରୁ ଅଧିକ ଲାଇକ୍ ମଧ୍ୟ ପାଇସାରିଥିଲା। ଏହି ଭିଡିଓକୁ ଦେଖି ଅନେକ ଟ୍ୱିଟର ବ୍ୟବହାରକାରୀ ସେମାନଙ୍କର ମଜ୍ଜାଳିଆ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ପରାମର୍ଶ ଦେଇଛନ୍ତି, "ଏମିତି ପାଗରେ ଆରାମ୍‌ରେ ପ୍ରତି ବୁଡକୁ ୧୦୦ଟଙ୍କା ଚାର୍ଜ କରିପାରିବ।"

Twitter Viral Video Ajab Gajab Ajab Gajab News
Advertisment
Advertisment