Jagara
ଆସନ୍ତାକାଲି ଜାଗରଯାତ୍ରା । ରାଜ୍ୟର ପ୍ରମୁଖ ଶୈବପୀଠ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାବା ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ଥିର ହୋଇଥିବା ବେଳେ, ବିଏମସି ଓ ପୋଲିସ ପ୍ରଶାସନ ପ୍ରସ୍ତୁତି ସାରିଛନ୍ତି । ପୁରୀ ରେ ଶ୍ରୀ ଲୋକନାଥଙ୍କ ପୀଠରେ ମଧ୍ୟ ଜାଗର ଯାତ୍ରା ପାଇଁ ସଜବାଜ ଚାଲିଛି ।
ଅଧିକ ପଢ଼ନ୍ତୁ: ମହାଶିବରାତ୍ରୀରେ କରନ୍ତୁ ଏହି କାମ; ସନ୍ତୁଷ୍ଟ ହେବେ ଶିବ ଓ ଶନି
ସେପଟେ କଟକ ଆଠଗଡ ଧବଳେଶ୍ୱର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଝୁଲାପୋଲ କିମ୍ବା ଡଙ୍ଗା ଉପରେ ଭକ୍ତମାନଙ୍କ ଯିବା ଆସିବା ବାରଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମହାନଦୀ ଭିତରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି ।
ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଯେପରି କୌଣସି ବିଶୃଙ୍ଖଳା ନଘଟେ ସେଥିପାଇଁ ପୋଲିସ ମୁତୟନ ହେବେ । ଏହା ବ୍ୟତୀତ ବାବା ଲିଙ୍ଗରାଜଙ୍କ ମହାଦୀପ ଉଠିବା ନେଇ ସମୟ ନିର୍ଦ୍ଧାରିତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Jagara_1676607700.jpg)