Advertisment

Magha Saptami: ଆଜି ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ସାଧୁ ସନ୍ଥଙ୍କ ପୂଜାପାଠରେ କଂପିବ ପାହାଡ଼ ପାଦଦେଶ। ହୋମଯଜ୍ଞରେ ପ୍ରକଂପିତ ହେବ ପରିବେଶ। ଯଜ୍ଞ ପାଇଁ ସାଧୁ ସନ୍ଥମାନେ ନିଜ ନିଜର ଆସ୍ଥାନ ଜମାଇ ସାରିଥିବା ବେଳେ ଆଜିଠୁ ଖଣ୍ଡଗିରିକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ।

ଅଦ୍ୟତନ ହୋଇଛି
Chandrabhaga

Chandrabhaga

Advertisment

ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବଡି ଭୋରରୁ ବୁଡ ପକାଇବା ଲାଗି ଚନ୍ଦ୍ରଭାଗା ନିକଟ ପ୍ରାଚୀ ତଟ ଜନସମୁଦ୍ର ପାଲଟିଛି। ବିଶ୍ବାସ ରହିଛି ମାଘ ସପ୍ତମୀରେ ବୁଡ଼ ପକାଇଲେ କୋଟି ପୁଣ୍ୟ ମିଳିଥାଏ। ଶୃଙ୍ଖଳିତ ବୁଡ଼ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି। କୋଣାର୍କ ଓ ଚନ୍ଦ୍ରଭାଗାରେ ୬ ଜଣ ଆଡିସିନାଲ ଏସପିଙ୍କ ସମେତ ୩୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।ପରମ୍ପରା ଅନୁଯାୟୀ ମାଧିପୁରର ତ୍ରିବେଣିଶ୍ୱର ମହାପ୍ରଭୁ, କୁରୁଜଙ୍ଗରେ ଦକ୍ଷିଣେଶ୍ୱର ଓ ସନ୍ତପୁରରେ ଐଶାଣେଶ୍ୱର ମହାପ୍ରଭୁଙ୍କ ମହାସ୍ନାନ ପରେ ବୁଡ଼ ପକାଇ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ।

Advertisment

ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା। ସାଧୁ ସନ୍ଥଙ୍କ ପୂଜାପାଠରେ କଂପିବ ପାହାଡ଼ ପାଦଦେଶ। ହୋମଯଜ୍ଞରେ ପ୍ରକଂପିତ ହେବ ପରିବେଶ। ଯଜ୍ଞ ପାଇଁ ସାଧୁ ସନ୍ଥମାନେ ନିଜ ନିଜର ଆସ୍ଥାନ ଜମାଇ ସାରିଥିବା ବେଳେ ଆଜିଠୁ ଖଣ୍ଡଗିରିକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି ସାଧୁ।  ମେଳା ପାଇଁ ଏବେଠୁ ଖୋଲିଲାଣି ଭଳିକି ଭଳି ଦୋକାନ ବଜାର ।

ନାମୀଦାମୀ ଯାତ୍ରା ପାର୍ଟି ମଧ୍ୟ ମଞ୍ଚ ସାଜସଜ୍ଜାରେ ଦିନରାତି ଏକ କରିଦେଇଛନ୍ତି । ମହାକୁମ୍ଭରେ ବୁଡ ପକାଇ ଖଣ୍ଡଗିରି ଆସିଲେଣି ସାଧୁସନ୍ଥ । ମନ୍ତ୍ର ଉଚ୍ଚାରଣରେ ଏବେଠୁ ଗୁମ୍ଫା ଗୁଞ୍ଜରିତ ହେଲାଣି । ଯଜ୍ଞକୁଣ୍ଡ ଓ ସାଧନା ସ୍ଥଳ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଆଗାମୀ ଦିନରେ ଖଣ୍ଡଗିରି ମେଳାକୁ ଆହୁରି ସାଧୁସନ୍ଥ ଆସିବାକୁ ଥିବାରୁ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି । ସାଧୁସନ୍ଥଙ୍କ ଲାଗି ସ୍ବତନ୍ତ୍ର ଟେଣ୍ଟ ବ୍ୟବସ୍ଥା ହୋଇଥିବା ବେଳେ, ପାନୀୟ ଜଳ, ଶୌଚାଳୟ ଏବଂ ଆଲୋକୀକରଣ ବ୍ୟବସ୍ଥା ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: କ୍ୟାସନର ସହ ଲଢ଼ିବା ପାଇଁ ଓଟିଭିର ଭିନ୍ନ ପ୍ରୟାସ; ସଂକଳ୍ପର ଗଣଦୌଡରେ ସାମିଲ୍ ହେଲା ଓଡ଼ିଶା

ଚଳିତ ବର୍ଷ ଦେବକୁଣ୍ଡ ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସାଧୁସନ୍ଥ । ମାଘ ସପ୍ତମୀରୁ ମାଆ ବାରଭୂଜା ଏବଂ ଅନନ୍ତ କେଶରୀଙ୍କ ପୂଜା ଆରମ୍ଭ ହେବ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପୂଜା । ସପ୍ତମୀ ଓ ଅଷ୍ଟମୀ ଦୁଇ ଦିନ ଧରି ଯାଗମରା ବଡ ପୋଖରୀକୁ ବାହାରିବ କଳସ ଯାତ୍ରା । ସପ୍ତମୀ ଦିନ ଖଣ୍ଡଗିରୀ ପାହାଡରେ ଥିବା ୪ଟି ଗଙ୍ଗା କୁଣ୍ଡରୁ ଜଳ ଆଣି କୁମ୍ଭ ବସାଇବାର ବିଧି ରହିଛି ।

Advertisment

ଖଣ୍ଡଗିରି ମେଳା ପୂର୍ବରୁ ଜମିଲାଣି ଘରକରଣା ସାମଗ୍ରୀର ପସରା । ଅନ୍ୟପଟେ ଯାତ୍ରା ପେଣ୍ଡାଲ ବି ପ୍ରସ୍ତୁତ ହେଲାଣି । ଯାତ୍ରା ଡାଇଲଗରେ ୬ ତାରିଖରୁ ଖଣ୍ଡଗିରି ପଡିଆ କମ୍ପିବ । ୧୭ ତାରିଖ ଯାଏ ପ୍ରାୟ ୧୫ ଗୋଟି ନାମୀଦାମୀ ଯାତ୍ରା ପାର୍ଟି ନାଟକ ମଞ୍ଚସ୍ଥ କରିବେ । ଏଥିପାଇଁ କମିଶନରେଟ ପୋଲିସ ଓ ବିଏମସି ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି ।

ଅଧିକ ପଢ଼ନ୍ତୁ: ସରିଲା ଅପେକ୍ଷା, ୮ରେ ପୁଣି ବଣ୍ଟାଯିବ ସୁଭଦ୍ରା ଟଙ୍କା

Chandrabhaga Magha Mela Magha Saptami Khandagiri Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ