Advertisment

Iskcon Disrespecting Jagganath: ହିନ୍ଦୁଙ୍କ ଧର୍ମୀୟ ଭାବନା ସହ ଖେଳୁଛି ଇସ୍କନ, ରଥଯାତ୍ରା ପରେ ଏବେ ଅଦିନିଆ ସ୍ନାନଯାତ୍ରା

ଆଗେ ଅଦିନିଆ ରଥଯାତ୍ରା କରୁଥିଲା ଏବେ ସ୍ନାନଯାତ୍ରା ବି ତିଥି ବାହାରେ ଆୟୋଜନ କଲାଣି ଇସ୍କନ। ଯାହାକୁ ନେଇ ପୁଣି କ୍ଷୁବ୍ଧ ଗଜପତି ମହାରାଜା। ଏଥିରୁ ବିରତ ରହିବାକୁ ପୁଣି ମାୟାପୁର ଇସ୍କନ କର୍ତ୍ତୃପକ୍ଷଙ୍କୁ ଗତକାଲି ଲେଖିଛନ୍ତି କଡ଼ା ଚିଠି।

author-image
Saroj Kumar Jena
ଅଦ୍ୟତନ ହୋଇଛି
Iskcon

Iskcon

ଆଗେ ଅଦିନିଆ ରଥଯାତ୍ରା କରୁଥିଲା ଏବେ ସ୍ନାନଯାତ୍ରା ବି ତିଥି ବାହାରେ ଆୟୋଜନ କଲାଣି ଇସ୍କନ। ଯାହାକୁ ନେଇ ପୁଣି କ୍ଷୁବ୍ଧ ଗଜପତି ମହାରାଜା। ଏଥିରୁ ବିରତ ରହିବାକୁ ପୁଣି ମାୟାପୁର ଇସ୍କନ କର୍ତ୍ତୃପକ୍ଷଙ୍କୁ ଗତକାଲି ଲେଖିଛନ୍ତି କଡ଼ା ଚିଠି। ତାସହ ଓଟିଭିକୁ ସ୍ବତନ୍ତ୍ର ସାକ୍ଷାତକାରରେ ଇସ୍କନର ଏଭଳି ଆଚରଣ, ଜଗନ୍ନାଥ ପରଂପରାକୁ ଅସମ୍ମାନ ବୋଲି କହିବା ସହ ଇସ୍କନର ଅଣହିନ୍ଦୁଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ ଏହା ପଛର ଏକ ବଡ଼ କାରଣ ହୋଇପାରେ ବୋଲି ମତବ୍ୟକ୍ତ କରିଛନ୍ତି। ସେପଟେ ଇସ୍କନକୁ ସାବାଡ଼ କରିବାକୁ ଏଥର ଆଇନର ଆଶ୍ରୟ ନେବାକୁ ଦାବି କଲେଣି ସେବାୟତ ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟ।

Advertisment

ଅଧିକ ପଢ଼ନ୍ତୁ: ମିଳିଲା ଦ୍ବିତୀୟ ବ୍ଲାକବକ୍ସ, ରହିଛି କକପିଟ୍ ଭଏସ୍ ରେକର୍ଡର

ହିନ୍ଦୁଙ୍କ ଧର୍ମୀୟ ଭାବନା ସହ ଖେଳୁଛି, ଆଗେ ଅଦିନରେ ରଥଯାତ୍ରା କରୁଥିଲା- ଏବେ ତିଥି ବାହାରେ ସ୍ନାନଯାତ୍ରା କଲାଣି ଯାହାକୁ ନେଇ କ୍ଷୁବ୍ଧ ଖୋଦ୍ ଗଜପତି ମହାରାଜା। ଶାସ୍ତ୍ର ଅନୁମୋଦିତ ତିଥିରେ ହିଁ ସାରା ବିଶ୍ବରେ ଏସବୁ ପାଳିବାକୁ ଗତକାଲି ମୟାପୁର ସ୍ଥିତ ଇସ୍କନ ଗଭର୍ଣ୍ଣିଂ ବଡି କମିଶନ ଅଧ୍ୟକ୍ଷଙ୍କୁ ପୁଣି ପତ୍ର ଲେଖିଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ। ଇଏ ସେଇ ଚିଠି- ଯେଉଁଥିରେ ଗଜପତି ସ୍ପଷ୍ଟ ଭାବେ ଲେଖିଛନ୍ତି, ଭାରତ ବାହାରେ ଇସ୍କନ କେନ୍ଦ୍ର ସ୍ନାନଯାତ୍ରା ଏବଂ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ତିଥି ବାହାରେ ପାଳନ କରୁଛନ୍ତି। ଏଭଳି ନକରିବାକୁ ପ୍ରଥମେ ୨୦୨୪ ଡିସେମ୍ବର ୨ରେ ପୁରୀ ଶ୍ରୀନଅରରେ ଓ ଗତ ମାର୍ଚ୍ଚ ୨୦ରେ ଭୁବନେଶ୍ବରରେ ଇସ୍କନ ପଦଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ସେତେବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକମାନେ ଦୃଢ଼ ଭାବେ ଇସ୍କନର ବିଭିନ୍ନ ଯୁକ୍ତିକୁ ଖଣ୍ଡନ କରିଥିଲେ। ତଥାପି ନିର୍ଦ୍ଧିରିତ ତିଥି ଜୁନ୍ ୧୧ରେ ସ୍ନାନଯାତ୍ରା ଓ ଜୁନ୍ ୨୭ରେ ରଥଯାତ୍ରା ତାରିଖ ବଦଳରେ ଇସ୍କନ କିଭଳି ଅଦିନରେ ସ୍ନାନ ଯାତ୍ରା ସଂପନ୍ନ କରିଥିବାବେଳେ ଆଗକୁ ରଥଯାତ୍ରା ବି ଆୟୋଜନ କରିବାକୁ ଯାଉଛି ତାର ଏକ ବିବରଣୀ ମଧ୍ୟ ଚିଠି ସହ ସଲଗ୍ନ କରିଛନ୍ତି ଗଜପତି। ଏଥିସହ ଓଟିଭିକୁ ସ୍ବତନ୍ତ୍ର ସାକ୍ଷାତକାରରେ ଗଜପତି ପ୍ରଶ୍ନ କରିଛନ୍ତି-ଯଦି ଜନ୍ମାଷ୍ଟମୀ ଓ ଶିବରାତ୍ରୀ ନିର୍ଦ୍ଦିଷ୍ଟ ତିଥିରେ ପାଳନ ହେଉଛି, ତାହାଲେ ଜଗନ୍ନାଥଙ୍କ ଜନ୍ମତିଥି ସ୍ନାନ ପୂର୍ଣ୍ଣମୀ ଅଦିନରେ କାହିଁକି ପାଳନ ହେବ।

ଆସନ୍ତୁ ନଜର ପକାଇବା- ଇସ୍କନ ପକ୍ଷରୁ କେଉଁଠି ପରଂପରା ବାଦ୍ ମହାପ୍ରଭୁଙ୍କ ସ୍ନାନ ଓ ରଥଯାତ୍ରା ପାଳନ କରି ସାରିଛି ଓ ଆଗକୁ ପାଳିବାକୁ ଯାଉଛି। କାଲଗେରି (କାନାଡା)ରେ ସ୍ନାନ ଯାତ୍ରା- ଜୁନ୍ ୧୧ ପରିବର୍ତ୍ତେ ୮ ତାରିଖରେ ପାଳିଥିବାବେଳେ ଲିସେଷ୍ଟର (ଇଂଲଣ୍ଡ)ରେ ବି ସେହି ଦିନ ଓ ୱାଟଫୋର୍ଡରେ ଜୁଲାଇ ୬ରେ ଠାକୁରଙ୍କ ସ୍ନାନ ଯାତ୍ରା କରିଛି। ସେମିତି ଜୁନ୍ ୨୭ ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିକୁ ଛାଡ଼ି ବ୍ରିଟେନର ୱାଟଫୋର୍ଡରେ ଜୁଲାଇ ୧୯ରେ ରଥଯାତ୍ରା କରିବାକୁ ସ୍ଥିର କରିଛି ଇସ୍କନ, ସେମିତି କୋପେନହେଗନରେ ଜୁଲାଇ ୫ ଓ ଟରୋଣ୍ଟୋରେ ଜୁଲାଇ ୧୨ ଏବଂ ଲଣ୍ଡନରେ ଜୁଲାଇ ୨୦ରେ ରଥଯାତ୍ରା ପାଳିବାକୁ ସ୍ଥିର କରିଛି। ତେଣୁ ଏଠି ପ୍ରଶ୍ନ କାହିଁକି ଅଦିନରେ ସ୍ନାନ ଓ ରଥଯାତ୍ରା ଆୟୋଜନ କରୁଛି ଇସ୍କନ ? କେବଳ ମନମାନୀ ନା ହିନ୍ଦୁ ଧର୍ମ ଓ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରିବା ଉଦ୍ଦେଶ୍ୟ ? ଏସବୁ ଭିତରେ ଆଉ ଏକ ବଡ଼ ସନ୍ଦେହକୁ ବି ଏଡ଼ାଇ ନାହାନ୍ତି ଗଜପତି ମହାରାଜା। କହିଛନ୍ତି- ଯେହେତୁ ଶ୍ରୀମନ୍ଦିରକୁ ଇସ୍କନ ସଂପ୍ରଦାୟ ଅଣହିନ୍ଦୁ ଭକ୍ତଙ୍କ ପ୍ରବେଶ ବାରଣ ରହିଛି, ତେଣୁ ସେଥିରେ ସେମାନେ କ୍ଷୁବ୍ଧ ଥାଇ ପାରନ୍ତି। ହେଲେ ମହାପ୍ରଭୁଙ୍କ ପରମ୍ପରାକୁ ଅସମ୍ମାନ କରୁଥିବା ଲୋକ କିଭଳି ଭକ୍ତ ବୋଲାଇବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ତାସହ ଇସ୍କନ କର୍ତ୍ତୃପକ୍ଷଙ୍କ ବିଭିନ୍ନ ଯୁକ୍ତି ଉପରେ ପଣ୍ଡିତ ମାନଙ୍କ ପକ୍ଷରୁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ଇସ୍କନ କର୍ତ୍ତୃପକ୍ଷଙ୍କୁ ଦିଆଯିବା ପରେ ଆଉ ମନମାନି ସହ୍ୟ କରାଯିବନି ବୋଲି କହିଛନ୍ତି ଗଜପତି।

Advertisment

ଏଣେ ଇସ୍କନର ଔଦ୍ଧତ୍ୟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ। ଖୋଦ୍ ଶ୍ରୀମନ୍ଦିର ସେବାୟତ ବି କହିଲେଣି- ଆଉ କଥାରେ ନୁହେଁ ଏବେ କଡ଼ା ଆଇନ ବାଟରେ ଇସ୍କନକୁ ସାବାଡ଼ କରାଯାଉ। ପୂର୍ବତନ ପରିଚାଳାନା କମିଟି ସଦସ୍ୟ ବି ଇସ୍କନକୁ ପାନେ ଦେବାକୁ ଦାବି କଲେଣି।

ଅଧିକ ପଢ଼ନ୍ତୁ: ଓଭର ସ୍ପିଡିଙ୍ଗକୁ ନେଇ ମହିଳା କଲେ ଅଭିଯୋଗ, ରାସ୍ତା ମଝିରେ ଚାପୁଡା ମାରିଲେ ରାପିଡୋ ଡ୍ରାଇଭର

Puri Gajapati Ratha Jatra ISKCON
Advertisment
Advertisment