Advertisment

Women attacked in Bengaluru: ଓଭର ସ୍ପିଡିଙ୍ଗକୁ ନେଇ ମହିଳା କଲେ ଅଭିଯୋଗ, ରାସ୍ତା ମଝିରେ ଚାପୁଡା ମାରିଲେ ରାପିଡୋ ଡ୍ରାଇଭର

ଉତକ୍ଷିପ୍ତ ରାପିଡୋ ରାଇଡର ଜଣଙ୍କ ଯୁବତୀଙ୍କ ସହ ଯୁକ୍ତି ତର୍କ କରିଥିଲେ। ପରେ ଯୁବତୀଙ୍କୁ ସେ ଏକ ଶକ୍ତ ଚାପୁଡା ମାରିଥିଲେ। ଯୁବତୀ ଜଣଙ୍କ ତଳେ ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ।

author-image
Saroj Kumar Jena
ଅଦ୍ୟତନ ହୋଇଛି
rapido

rapido

ମହିଳାଙ୍କ ପାଇଁ ପାଳିତ ହେଉଛି ଗଣପର୍ବ ରଜ। ତେବେ ଏହା ମଧ୍ୟରେ ବେଙ୍ଗାଲୁରୁରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଓଭର ସ୍ପିଡିଙ୍ଗକୁ ନେଇ ଜଣେ ମହିଳାଙ୍କୁ ଚାପୁଡା ମାରିଛନ୍ତି ଜଣେ ରାପିଡୋ ଡ୍ରାଇଭର। ବେଙ୍ଗାଲୁରୁରେ ଜୁନ ୧୪ ତାରିଖରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜୟନଗର ଥାନା ଅଞ୍ଚଳରେ ଜଣେ ଯୁବତୀ ଓଭର ସ୍ପିଡିଙ୍ଗକୁ ନେଇ ଅଭିଯୋଗ କରିବାରୁ ତାଙ୍କୁ ଚାପୁଡା ମାରିଥିଲେ ରାପିଡୋ ଡ୍ରାଇଭର।

Advertisment

ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା। ପରେ ସିସିଟିଭି ଭିଜୁଆଲ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ୧୪ ତାରିଖ ଦିନ ଯୁବତୀ ଜଣଙ୍କ ଏକ ରାଇଡ ବୁକ କରିଥିଲେ। ତେବେ ଡ୍ରାଇଭର ଜଣଙ୍କ ଅତ୍ୟନ୍ତ ବେପରୁଆ ଓ ବିପଜ୍ଜନକ ଭାବେ ବାଇକ ଚାଳନା କରିଥିଲେ। ଟ୍ରାଫିକ ସିଗନାଲରେ ନିୟମ ନ ମାନି ଗାଡି ଚଳାଇଥିଲେ।

ଅଧିକ ପଢ଼ନ୍ତୁ:  ଗେ।ଟିଏ ଭୁଲ ଯେ।ଗୁ ସବୁ ହରାଇଲେ, ବୁଡ଼ିଗଲା ୧୫ ହଜାର କୋଟିର ସାମ୍ରାଜ୍ୟ

Advertisment

ଯୁବତୀ ଜଣଙ୍କ ଏହାର ବିରୋଧ କରିବା ସହିତ ଗାଡି ରଖିବାକୁ କହିଥିଲେ। ଏଥିରେ ଉତକ୍ଷିପ୍ତ ରାପିଡୋ ରାଇଡର ଜଣଙ୍କ ଯୁବତୀଙ୍କ ସହ ଯୁକ୍ତି ତର୍କ କରିଥିଲେ। ପରେ ଯୁବତୀଙ୍କୁ ସେ ଏକ ଶକ୍ତ ଚାପୁଡା ମାରିଥିଲେ। ଯୁବତୀ ଜଣଙ୍କ ତଳେ ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ।

ପ୍ରଥମେ ଯୁବତୀ ଜଣଙ୍କ ପୋଲିସରେ ଅଭିଯୋଗ କରିବା ପାଇଁ ଅମଙ୍ଗ ହୋଇଥିଲେ ମଧ୍ୟ ପରେ ଅଭିଯୋଗ କରିଥିଲେ। ଏପରି ଘଟଣା ବେଙ୍ଗାଲୁରୁରେ ପ୍ରଥମ ଥର ଘଟି ନାହିଁ । ପୂର୍ବରୁ ଜଣେ ମହିଳା ଓଲା ଡ୍ରାଇଭର ନାମରେ ଏହିଭଳି ଅଭିଯୋଗ କରିଥିଲେ। ରାତି ୧୧ଟାରେ ମହିଳା ଜଣଙ୍କ ଏୟାରପୋର୍ଟରୁ ରାଇଡ ବୁକ କରିଥିଲେ। ସେ କନ୍ନଡ ଜାଣିଛନ୍ତି କି ନାହିଁ ବୋଲି ଡ୍ରାଇଭର ଜଣଙ୍କ ପଚାରିବା ସହିତ ଜୋରରେ ଗୀତ ବଜାଇଥିଲେ। ଡ୍ରାଇଭରଙ୍କ ଏଭଳି ବ୍ୟବହାରରେ ସେ ଅସହଜ ମନେ କରିଥିବା ନେଇ ମହିଳା ଜଣଙ୍କ ପ୍ରକାଶ କରିଥିଲେ।

ଅଧିକ ପଢ଼ନ୍ତୁ: କେତେ ଟଙ୍କାର ବ୍ୟାଙ୍କ ଲୋନ ଶୁଝିଛନ୍ତି ବିଜୟ ମାଲ୍ୟା, ଜାଣନ୍ତୁ କଣ ରହିଛି ବାସ୍ତବ ସତ୍ୟ

Bengaluru Slapped
Advertisment
Advertisment