Advertisment

Khazana Opened After 54 Years: ୫୪ ‍‍ବର୍ଷ ପରେ ଖୋଲିଲା କବାଟ, ବାହାରିଲା....

ଏହି କୋଠରୀ ବିଷୟରେ ଅନେକ ଦାବି କରାଯାଉଥିଲା। କେତେକ ଦାବି କରିଥିଲେ ଯେ ଭିତରେ ମୂଲ୍ୟବାନ ରତ୍ନ ଅଛି, ଅନ୍ୟ କିଛି ଲୋକ ଦାବି କରିଥିଲେ ଯେ ସେଠାରେ ପ୍ରାଚୀନ ମୂର୍ତ୍ତି ରଖାଯାଇଥିଲା।

author-image
Manas Ranjan Mohanty
banke bihari temple

banke bihari temple Photograph: (OTV)

ଧନତେରସରେ ବୃନ୍ଦାବନର ଐତିହାସିକ ବାଙ୍କେ ବିହାରୀ ମନ୍ଦିରର ଏକ କୋଠରୀର ତାଲା ଖୋଲାଗଲା । ଯାହା ଗତ 54 ବର୍ଷ ଧରି ରହସ୍ୟରେ ଭିତରେ ରହିଥିଲା । ସବୁଠୁ ବଡ଼ ପ୍ରଶ୍ନ ଥିଲା ଏହା ଭିତରେ କଣ ଅଛି । ଏହି କୋଠରୀ ବିଷୟରେ ଅନେକ ଦାବି କରାଯାଉଥିଲା। କେତେକ ଦାବି କରିଥିଲେ ଯେ ଭିତରେ ମୂଲ୍ୟବାନ ରତ୍ନ ଅଛି, ଅନ୍ୟ କିଛି ଲୋକ ଦାବି କରିଥିଲେ ଯେ ସେଠାରେ ପ୍ରାଚୀନ ମୂର୍ତ୍ତି ରଖାଯାଇଥିଲା। ଶେଷରେ ଅର୍ଦ୍ଧ ଶତାବ୍ଦୀ ପରେ, ଯେତେବେଳେ କୋଠରୀର ତାଲା ଖୋଲାଗଲା, ସେତେବେଳେ ଯେଉଁ ଦୃଶ୍ୟ ଦେଖାଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା।

Advertisment

ଏକ ରିପୋର୍ଟ ଅନୁଯାୟୀ ଏହି କୋଠରୀ ଖୋଲିବା ନିଷ୍ପତ୍ତି ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ଏକ ଉଚ୍ଚ-କ୍ଷମତା ସମ୍ପନ୍ନ କମିଟି ଦ୍ୱାରା ନିଆଯାଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଭିତରର ଦୃଶ୍ୟ ଏକ ପୁରୁଣା ଧ୍ୱଂସାବଶେଷ ପରି ଥିଲା । ଧୂଳି, ଅନ୍ଧାର, କାନ୍ଥରୁ ଆସୁଥିଲା  ଓଦା ଗନ୍ଧ ଏବଂ କୋଠରୀର କୋଣରେ ପାଣି ଜମା ହୋଇ ରହିଥିଲା। କିନ୍ତୁ ଏଠାରେ କୌଣସି ଧନ ନଥିଲା ଯେପରି ଲୋକମାନେ ସର୍ବଦା ବିଶ୍ୱାସ କରିଆସୁଥିଲା । ମିଳିଲା  କିଛି ରୂପା ପାତ୍ର ଏବଂ ବାସନକୁସନ ।

ଯେତେବେଳେ ଟିମ କୋଠରୀକୁ ସଫା କରିବାକୁ ଭିତରକୁ ପ୍ରବେଶ କଲେ, ହଠାତ୍ କିଛି ଶବ୍ଦ ଶୁଣାଗଲା । ଦେଖିବାକୁ ମିଳିଲା ଯେ ଦୁଇଟି ଛୋଟ ସାପ ଏଣେତେଣେ ଘୁରି ବୁଲୁଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗକୁ ତୁରନ୍ତ ଡକାଯାଇଥିଲା ଏବଂ ବହୁତ ଚେଷ୍ଟା ପରେ ସେମାନେ ସାପଗୁଡ଼ିକୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ତିନି ଘଣ୍ଟା ଧରି ଜାରି ରହିଥିଲା। 

Advertisment

ମନ୍ଦିର ପ୍ରଶାସନ ଏବଂ ଗୋସ୍ୱାମୀ ସମ୍ପ୍ରଦାୟର କିଛି ସଦସ୍ୟ ଏହି ପ୍ରକ୍ରିୟାକୁ ବିରୋଧ କରିଥିଲେ। ସେମାନେ କହିଥିଲେ ଯେ ମନ୍ଦିରର ପରମ୍ପରାରେ ଏପରି ସରକାରୀ ହସ୍ତକ୍ଷେପ ଉପଯୁକ୍ତ ନୁହେଁ। ମନ୍ଦିର ସେବାୟତ ଘନଶ୍ୟାମ ଗୋସ୍ୱାମୀ କହିଛନ୍ତି ଯେ କେବଳ କିଛି ଧାତୁ ପାତ୍ର ମିଳିଛି। ସେ ଯୁକ୍ତି ଦେଇଥିଲେ ଯେ କେବଳ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସହିତ ଜଡିତ ବ୍ୟକ୍ତିମାନଙ୍କୁ ଭିତରକୁ ଅନୁମତି ଦିଆଯାଇଥିଲା, ପାରମ୍ପାରିକ ଭାବରେ, ମନ୍ଦିରର ଚାରି ଜଣ ନିଯୁକ୍ତ ଗୋସ୍ୱାମୀ ପ୍ରବେଶ କରିବାର ଅଧିକାର ପାଇଥିଲେ।

ସର୍କଲ ଅଫିସର (C0) ସଦର ସନ୍ଦୀପ କୁମାର କହିଛନ୍ତି ଯେ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ନିର୍ଦ୍ଦେଶରେ ଟ୍ରେଜେରୀ ରୁମ୍ ଖୋଲାଯାଇଥିଲା ଏବଂ ଯାଞ୍ଚ ସମୟରେ କେବଳ କିଛି ରୂପା ପାତ୍ର ଏବଂ ବାସନକୁସନ ମିଳିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ପରବର୍ତ୍ତୀ ନିର୍ଦ୍ଦେଶ ପରେ କୋଠରୀଟି ପୁଣି ଖୋଲାଯିବ। ବର୍ତ୍ତମାନ ପାଇଁ କୋଠରୀଟିକୁ ସିଲ୍ କରାଯାଇଛି।

Advertisment
Related Articles
Advertisment