/odishatv-khabar/media/media_files/2025/10/19/cricket-2025-10-19-14-13-49.jpg)
CRICKET Photograph: (OTV)
କମ୍ ବ୍ୟାକରେ ଫେଲ୍ ହେଲେ `ରୋକୋ' । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ବିଫଳ ହୋଇଛନ୍ତି ‘ରୋକୋ’ ଭାବେ ପରିଚିତ ରୋହିତ ଓ କୋହଲି । ୭ ମାସ ପରେ କ୍ରିକେଟକୁ ଫେରିଥିଲେ ବି କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛନ୍ତି । କୋହଲି କୌଣସି ରନ୍ କରିପାରିନଥିବାବେଳେ ମାତ୍ର ୮ ରନ କରି ପାଭିଲିୟନ ଫେରିଛନ୍ତି ରୋହିତ। ରୋହିତ ୧୪ଟି ବଲ୍ ଖେଳି ୮ ରନ କରିବାକୁ ସକ୍ଷମ ହୋଇଥିଲେ । କୋହଲି ୮ଟି ବଲ୍ ଖେଳି ବିନା କୌଣସି ରନରେ ଆଉଟ୍ ହୋଇଛନ୍ତି ।
ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ କୋହଲି ଏକଦିବସୀୟ ମ୍ୟାଚରେ ଶୂନରେ ଆଉଟ ହୋଇଛନ୍ତି। କୋହଲି ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ୩୦ଟି ଦିନିକିଆ ଇନିଂସ ଖେଳିସାରିଛନ୍ତି। ଉଭୟଙ୍କ କମବ୍ୟାକକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା । ଏହି ଶୃଙ୍ଖଳା ମଧ୍ୟ ସେମାନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଭବିଷ୍ୟତକୁ ନିର୍ଦ୍ଧାରଣ କରିବାକୁ ଯାଉଛି। ଉଭୟ ଅଷ୍ଟ୍ରେଲିଆରେ ଭାରତ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି। ସେଥିପାଇଁ ପ୍ରଶଂସକ ସେମାନଙ୍କଠାରୁ ବଡ଼ ପାଳି ଆଶାରେ ରହିଥିଲେ।
କିନ୍ତୁ ସମସ୍ତଙ୍କୁ ନିରାଶ କରିଛନ୍ତି କୋହଲି ଓ ରୋହିତ । ସେପଟେ ଦିନିକିଆ କ୍ୟାପଟେନ୍ ଭାବେ ନୂତନ କରି ଦାୟିତ୍ବ ନେଇଥିବା ଶୁଭମନ୍ ଗିଲ୍ ମଧ୍ୟ ବିଫଳ ହୋଇଛନ୍ତି । ମାତ୍ର ୧୦ କରିବାକୁ ସକ୍ଷମ ହୋଇଛନ୍ତି ଗିଲ୍ । ପର୍ଥରେ ଚାଲିଥିବା ପ୍ରଥମ ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁ ମ୍ୟାଚ୍ ବାରମ୍ବାର ବାଧାପ୍ରାପ୍ତ ହୋଇଛି । ଫଳରେ ମ୍ୟାଚକୁ ୩୫ ଓଭର ବିଶିଷ୍ଟ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)