Advertisment

MahaKumbh 2025: ଅମୃତ ଧାରା ପାଲଟିଛି ତ୍ରିବେଣୀ ସଂଗମ; ପ୍ରୟାଗରେ ଚାଲିଛି ପ୍ରଥମ ସାହି ସ୍ନାନ

ଖାଲି ସନାତନୀ ହିନ୍ଦୁ ନୁହଁନ୍ତି ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ହୋମ ଯଜ୍ଞ ଓ ଆଳତୀ ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସୀମା। ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୁଇଗୁଣା ହେବା ନେଇ ଅନୁମାନ କରିଛି ଉତ୍ତର ପ୍ରଦେଶ ପ୍ରଶାସନ।

ଅଦ୍ୟତନ ହୋଇଛି
SHAHISNAN

SHAHISNAN

Advertisment

ଗଭୀର ଆସ୍ଥା, ବିସ୍ତୃତ ଭକ୍ତି, ଆଉ ମୋକ୍ଷ ପ୍ରାପ୍ତିର ବିଶ୍ବାସ । ଉଛୁଳିଛି ତୀର୍ଥରାଜ ପ୍ରୟାଗ, ଅମୃତର ଧାରା ପାଲଟିଛି ତ୍ରିବେଣୀ ସଂଗମ । ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ପ୍ରୟାଗରାଜରେ ଚାଲିଛି ପ୍ରଥମ ସାହି ସ୍ନାନ । ଭୋର ୫ଟା ୧୫ରୁ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ ଚାଲିଛି। ପ୍ରଥମେ ମହାନିର୍ବାଣୀ ଓ ଅଟଳ ଆଖଡ଼ା ସାଧୁମାନେ ବୁଡ଼ ପକାଇଛନ୍ତି। ତାପରେ ଅନ୍ୟ ଆଖଡ଼ା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ ଅନୁମତି ମିଳିଛି।

Advertisment

ଗତକାଲି ପ୍ରଥମ ଦିନରେ ବୁଡ଼ ପକାଇଥିଲେ ଦେଢ଼ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। ଖାଲି ସନାତନୀ ହିନ୍ଦୁ ନୁହଁନ୍ତି ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ହୋମ ଯଜ୍ଞ ଓ ଆଳତୀ ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସୀମା। ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୁଇଗୁଣା ହେବା ନେଇ ଅନୁମାନ କରିଛି ଉତ୍ତର ପ୍ରଦେଶ ପ୍ରଶାସନ। ୧୪୪ ବର୍ଷର ପ୍ରତୀକ୍ଷା ପରେ ଗଙ୍ଗା-ଯମୁନା ଓ ସରସ୍ବତୀ ନଦୀଙ୍କ ମିଳନ ସ୍ଥଳୀରେ ଚାଲିଛି ମହାକୁମ୍ଭ।

ଗତକାଲି ପୌଷ ପୂର୍ଣ୍ଣମୀର ବ୍ରାହ୍ମ ମୁହୂର୍ତ୍ତ ଭୋର ୫ଟା ୩ ମିନିଟରୁ ଆରମ୍ଭ ହୋଇଥିଲା ମହାବୁଡ଼। ଏଥିସହ ମହାକୁମ୍ଭ ମେଳାର ମହା ଶୁଭାରମ୍ଭ ହୋଇଥିଲା। ପୁଣ୍ୟୋତ୍ବୟା ତ୍ରିଧାରାଙ୍କ ମିଳନ ସ୍ଥଳୀରେ ବୁଡ ପକାଇ ସମସ୍ତେ ହେଉଥିଲେ ଆନନ୍ଦିତ- କୃତ୍ୟ କୃତ୍ୟ । ଖାତିର ନଥିଲା ହାଡ଼ଭଙ୍ଗା ଶୀତ ରାତିକୁ, ଖାତିର ନଥିଲା ମାଇଲ ମାଇଲ ବାଟ ଚାଲିବାର ପାଦ ଯନ୍ତ୍ରଣାକୁ । ମହାକୁମ୍ଭର ପ୍ରଥମ ସ୍ନାନ ଯୋଗରେ ସାମିଲ ହେବାକୁ ରବିବାର ରାତିରୁ ସଂଗମ ତଟ ମୁହାଁ ହୋଇଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

Advertisment

ଅଧିକ ପଢ଼ନ୍ତୁ: ତଙ୍ଗତୋଡ଼ା ସାଧୁ କିଏ ? ଯାହାଙ୍କୁ IAS ଠାରୁ ମଧ୍ୟ କଠିନ ପରୀକ୍ଷା ଦେବାକୁ ପଡ଼େ

କେବଳ ସନାତନୀ ହିନ୍ଦୁ କି ସାଧୁ-ସନ୍ଥ ନୁହଁନ୍ତି, ଆସ୍ଥାର ମହାକୁମ୍ଭରେ ସାମିଲ ହେବାକୁ ଆମେରିକା, ଫ୍ରାନସ, ରୁଷ ଓ ବ୍ରାଜିଲ ଭଳି ବିଶ୍ବର କୋଣ ଅନୁକୋଣରୁ ବି ମୋକ୍ଷ ପ୍ରଦାୟିନୀ ସଂଗମସ୍ଥଳକୁ ଛୁଟି ଆସିଛନ୍ତି ଅନେକ ବିଦେଶୀ ଶ୍ରଦ୍ଧାଳୁ। ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଆପଲ ଫାଉଣ୍ଡର ଷ୍ଟିଭ୍ ଜବସଙ୍କ ପତ୍ନୀ ଲରେନ୍ ପାୱେଲ ଜବସ୍ । ସେ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ । ମହାକୁମ୍ଭର ପ୍ରଥମ ସ୍ନାନ ତିଥି ପୌଷ ପୂର୍ଣ୍ଣମୀରେ ଦେଢ଼ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ସୂଚନା ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Advertisment

ଅଧିକ ପଢ଼ନ୍ତୁ: ମହାକୁମ୍ଭ ମେଳାରେ ତୀର୍ଥଯାତ୍ରୀଙ୍କ ପାଇଁ AI ସ୍ମାର୍ଟ ପାର୍କିଂ ବ୍ୟବସ୍ଥା, ବିନା ଝିନଝଟରେ ରହୁଛି ଗାଡ଼ି

Kumbh Mela Prayagraj Makar Sankranti Mahakumbh 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ