Advertisment

ସୁନା ଚାନ୍ଦି ମେଢ଼ରେ ଝଟକିବେ ଜଗଜ୍ଜନନୀ ମାଆ ଦୁର୍ଗା

ପୂଜା ଯେତିକି ଯେତିକି ପାଖେଇ ଆସୁଛି ସେହି ଅନୁସାରେ ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି।

author-image
Chandan Shishu
ଅଦ୍ୟତନ ହୋଇଛି
Durga Puja 2022

Durga Puja

ସୁନା ଚାନ୍ଦି ମେଢ଼େରେ ଝଟକିବେ ଜଗଜ୍ଜନନୀ ମାଆ ଦୁର୍ଗା। ପୁଣି ପୂର୍ବ ପରି ଜମିବ କଟକର ଦୁର୍ଗାପୂଜା। ପୂଜା ପାଖେଇ ଆସୁଥିବା ବେଳେ ଏବେଠୁ ମେଢ଼ ସଫେଇ କାମରେ ଲାଗି ଗଲେଣି କାରିଗର। ଚାନ୍ଦି ମେଢ଼କୁ ପଲିସ୍ କରିବା ସହ ତାକୁ ନୂଆ ରୂପରେ ସଜ୍ଜିତ କରୁଛନ୍ତି। ଚଳିତ ବର୍ଷ କିଛି ସ୍ଥାନରେ ନୂଆ କରି ଚାନ୍ଦି ମେଢ଼ ମଧ୍ୟ ହେଉଛି। ଏଥିଲାଗି କାରିଗରଙ୍କ ହାତକୁ ଫୁରସତ ନାହିଁ।

Advertisment

କଲେଜ ଛକରେ ଚଳିତ ବର୍ଷ ପ୍ରଥମ କରି ନୂଆ ଚାନ୍ଦି ମେଢ଼ ହେଉଛି। ପ୍ରାୟ ୩ କ୍ୱିଣ୍ଟାଲରୁ ଅଧିକ ଓଜନର ଚାନ୍ଦିରେ ସୁସଜ୍ଜିତ ହେବେ ଦେବୀ ଦଶଭୂଜା। ଶେଖ ବଜାରର ଚାନ୍ଦି କାରିଗରମାନେ ଏହି ମେଢ଼ ନିର୍ମାଣ କରୁଛନ୍ତି। ମେଢ଼ ନିର୍ମାଣରେ ଲାଗିଛନ୍ତି ୧୫ରୁ ଅଧିକ କାରିଗର। ଏଥିଲାଗି ଖର୍ଚ୍ଚ ହୋଇଛି ଅଢେଇ କୋଟିରୁ ଅଧିକ ଟଙ୍କା।

ପୂଜା ଯେତିକି ଯେତିକି ପାଖେଇ ଆସୁଛି ସେହି ଅନୁସାରେ ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି। କରୋନା କଟକଣା ଯୋଗୁଁ ଗତ ୨ ବର୍ଷ ହେବ ମାଆଙ୍କ ମୂର୍ତ୍ତିରେ ଲାଗିପାରି ନଥିଲା ସୁନା ଚାନ୍ଦି ମେଢ। ଏଥର କଟକଣା କୋହଳ ହୋଇଥିବାରୁ ବେଶ୍ ଜାକଜମକର ସହ ପୂଜା ଆୟୋଜନ ପାଇଁ ପୂଜା ମଣ୍ଡପ କର୍ମକର୍ତ୍ତା ଆଗଭର ଅଛନ୍ତି। ଖାନନଗର, ହରିପୁର, ଦୋଳମୁଣ୍ଡାଇ, ଚାଉଳିଆଗଞ୍ଜ ଭଳି ପ୍ରମୁଖ ପୂଜା ମଣ୍ଡପରେ ଚାଲିଛି ଚାନ୍ଦି ମେଢ। ଫଳରେ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କାରିଗରଙ୍କୁ ଏଥର କାମ ମିଳିଛି। 

Advertisment

ପୂଜା ପାଇଁ ମୂର୍ତ୍ତି ନିର୍ମାଣ ଠାରୁ ଆରମ୍ଭ କରି ତୋରଣ ଏବଂ ଆନୁଷଙ୍ଗିକ କାମ ମଧ୍ୟ ଆଗେଇ ଚାଲିଛି। ପୂର୍ବରୁ ୨୬ଟି ମଣ୍ଡପରେ ଚାନ୍ଦି ମେଢ ଥିବାବେଳେ ଏଥର ଚାନ୍ଦିମେଢ ସଂଖ୍ୟା ୨୭ରେ ପହଞ୍ଚିବ। ୨ ବର୍ଷ ପରେ ଦଶହରା ପାଇଁ କଟକ ସହର ରେ ବେଶ ଭିଡ ଜମିବ ବୋଲି ଆଶା କରାଯାଉଛି। 

କଟକରୁ ବିଶ୍ୱଜିତ ଆଚାର୍ଯ୍ୟଙ୍କ ରିପୋର୍ଟ

Durga Puja 2022
Advertisment
Advertisment