Advertisment

ଏହିସବୁ ରାଶି ଉପରେ ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ପଡ଼ିପାରେ...

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଖବର ଆଣିବାକୁ ଥିବାବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଚିନ୍ତା ଆଣିପାରେ। ୧୫ ଦିନ ମଧ୍ୟରେ ୨ଟି ଚନ୍ଦ୍ରଗ୍ରହଣ ପଡ଼ିବା ଅଶୁଭ ସଙ୍କେତ ଦେଇଥାଏ ବୋଲି କୁହାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chandra Grahan On Karttik Purnnima

Chandra Grahan 2022

ବର୍ଷର ଶେଷ ସୂର୍ଯ୍ୟ ପରାଗ କିଛିଦିନ ପୂର୍ବେ ପଡ଼ିଥିବା ବେଳେ ଏବେ ବର୍ଷର ଶେଷ ଓ ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଆସନ୍ତା ନଭେମ୍ବର ୮ରେ ପଡ଼ିବ। ନଭେମ୍ବର ୮ ତାରିଖ ଅର୍ଥାତ୍‌ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡ଼ୁଛି। ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବା ବେଳେ ସର୍ବମୋକ୍ଷ ହେବ ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ। ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅନୁସାରେ, ସକାଳ ୮ଟା ୨୯ରୁ ଅନ୍ନ ଭୋଜନ, ପାକ, ଦେବ ନୀତି ନିଷେଧ। କିନ୍ତୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାଶଙ୍କ ମତରେ ଅପରାହ୍ଣ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଥିବାରୁ ଏହାର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସକାଳ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରୁ ଅନ୍ନ ଭୋଜନ, ପାକ କର୍ମ ଓ ଦେବନୀତି ନିଷେଧ ସଂଶୋଧିତ ପାଞ୍ଜିରେ ଏହା ଲେଖା ଅଛି।

Advertisment

ଅଧିକ ପଢ଼ନ୍ତୁ:ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: କେତେବେଳେ ଡ଼ଙ୍ଗାଭସା, କହିଲେ ଜ୍ୟୋତିର୍ବିଦ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଖବର ଆଣିବାକୁ ଥିବାବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଚିନ୍ତା ଆଣିପାରେ। ୧୫ ଦିନ ମଧ୍ୟରେ ୨ଟି ଚନ୍ଦ୍ରଗ୍ରହଣ ପଡ଼ିବା ଅଶୁଭ ସଙ୍କେତ ଦେଇଥାଏ ବୋଲି କୁହାଯାଉଛି। ତେଣୁ ଏଥିଯୋଗୁ ଅନେକ ଲୋକଙ୍କ ଚିନ୍ତା ବଢ଼ି ଯାଏ। ଜାଣନ୍ତୁ, ବର୍ଷର ଏହି ଶେଷ ଚନ୍ଦ୍ରଗ୍ରହଣ କେଉଁସବୁ ରାଶି ଉପରେ ଖରାପ ପ୍ରଭାବ ପକାଇବ।

Advertisment

ଏହିସବୁ ରାଶି ଉପରେ ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ପଡ଼ିପାରେ...

ମେଷ ରାଶି:

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମେଷ ରାଶି ଉପରେ ବର୍ଷର ଏହି ଚନ୍ଦ୍ରଗ୍ରହଣ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଏହି ରାଶିର ବ୍ୟକ୍ତିଙ୍କ ଧନହାନୀ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ଏହାଛଡ଼ା ଆପଣ ଯଦି କିଛି ନିବେଶ କରିବାକୁ ଚାହୁଁଛନ୍ତି, ତା’ହେଲେ ଏହା ଉପଯୁକ୍ତ ସମୟ ନୁହେଁ।

ବୃଷ ରାଶି: 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୃଷ ରାଶି ଉପରେ ଚନ୍ଦ୍ରଗ୍ରହଣର ମିଶ୍ରିତ ପ୍ରଭାବ ପଡ଼ିପାରେ। ଗୋଟିଏପଟେ ଏହି ରାଶିର ବ୍ୟକ୍ତିଙ୍କ ଧନ ଲାଭର ସଙ୍କେତ ମିଳୁଥିବା ବେଳେ ଅନ୍ୟପଟେ ଏହି ରାଶିର ପିଲାଙ୍କ ଶିକ୍ଷାରେ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିପାରେ। ଏହି ରାଶିର ଛାତ୍ରଛାତ୍ରୀ ଯଦି କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ ନେଉଛନ୍ତି, ତା’ହେଲେ ସେମାନଙ୍କୁ ଅସଫଳତା ମିଳିପାରେ।

କନ୍ୟା ରାଶି: 

କନ୍ୟା ରାଶି ଉପରେ ମଧ୍ୟ ଚନ୍ଦ୍ରଗ୍ରହଣର  ମିଶ୍ରିତ ପ୍ରଭାବ ପଡ଼ିପାରେ। ଏହି ରାଶିର ବ୍ୟକ୍ତିଙ୍କୁ ଚନ୍ଦ୍ରଗ୍ରହଣ ପରେ ଚାକିରିରେ ପ୍ରମୋସନ ମିଳିପାରେ। ହେଲେ ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ। ଏହି ରାଶିର ବ୍ୟକ୍ତି ନୂଆ ଘର କିଣିପାରନ୍ତି।

ମକର ରାଶି: 

ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଚନ୍ଦ୍ରଗ୍ରହଣ ଶୁଭ ହୋଇପାରେ। ଚନ୍ଦ୍ରଗ୍ରହଣ ପ୍ରଭାବରେ ଏହି ରାଶିର ବ୍ୟକ୍ତିଙ୍କ ମାନସମ୍ମାନ ବଢ଼ିପାରେ। ଆପଣ କୌଣସି ନୂଆ ଗାଡ଼ି କିଣିପାରନ୍ତି। ଏହାଛଡ଼ା କର୍ମକ୍ଷେତ୍ରରେ ଆପଣଙ୍କୁ କୌଣସି ନୂଆ ଦାୟିତ୍ୱ ମିଳିପାରେ। 

Kartik Purnima Lunar Eclipse
Advertisment
Advertisment