Advertisment

Mahakumbh Monalisa: ବିବାଦରେ ସନୋଜ ମିଶ୍ର; ସେଭ୍ କରିବାକୁ ଆଗକୁ ଆସିଲେ ଭାଇରାଲ୍ ଗାର୍ଲ ମୋନାଲିସା

ଭାଇରାଲ୍ ଗାର୍ଲ ମୋନାଲିସା ଏବେ ଏକ ବିବାଦର ଅଂଶ ହୋଇଯାଇଛନ୍ତି। ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଏହି ବିବାଦକୁ ନେଇ ମୋନାଲିସା ନିଜେ ଆଗକୁ ଆସିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Viral girl monalisa rejected allegations against director sanoj mishra

Viral girl monalisa rejected allegations against director sanoj mishra

ମହାକୁମ୍ଭରେ ନିଜ ଚେହେରା ଦ୍ୱାରା ଚର୍ଚ୍ଚାକୁ ଆସିଥିବା ମୋନାଲିସା ଏବେ ଆଉ ଏକ ବିବାଦର ଅଂଶ ହୋଇଯାଇଛନ୍ତି। ତାଙ୍କର ବଲିଉଡ୍‌ରେ ଡେବ୍ୟୁ ହେବାର ଖବର ଆସିବା ଦିନଠାରୁ ଅନେକ କଥା କୁହାଯାଉଛି। ବିଶେଷକରି ଫିଲ୍ମ 'ଦ ଡାଏରୀ ଅଫ୍ ମଣିପୁର'କୁ ନେଇ ନିର୍ମାତା ଜିତେନ୍ଦ୍ର ନାରାୟଣ ସିଂହ ଓରଫ ୱାସିମ୍‌ ରିଜଭୀ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

Advertisment

ଏହି ବିବାଦକୁ ନେଇ ମୋନାଲିସା ନିଜେ ଆଗକୁ ଆସି ଏ ସମସ୍ତ ରିପୋର୍ଟକୁ ମିଥ୍ୟା ବୋଲି କହିଛନ୍ତି ଏବଂ ସନୋଜ ମିଶ୍ରଙ୍କୁ ଜଣେ ଭଲ ବ୍ୟକ୍ତି ବୋଲି କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମୋନାଲିସାଙ୍କ ରୂପ ନୁହେଁ, ତାଙ୍କ ସ୍ୱର ବି ସୁନ୍ଦର; ଶୁଣନ୍ତୁ ସେ ଗାଇଥିବା ଗୀତ

ମଙ୍ଗଳବାର ଦିନ ନିର୍ଦ୍ଦେଶକ ସନୋଜ ମିଶ୍ର ମୋନାଲିସାଙ୍କ ଭିଡିଓ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ମୋନାଲିସା କହିଛନ୍ତି, “ମୋ ନାଁ ମୋନାଲିସା ଭୋସଲେ ଏବଂ ମୁଁ ମୁମ୍ବାଇ ଯାଇ ନାହିଁ। ମୁଁ ଏବେ ବି ମଧ୍ୟପ୍ରଦେଶରେ ଅଛି ଏବଂ ଅଭିନୟ ଶିଖୁଛି। ମୋ ଭଉଣୀ ଏବଂ ବଡ ବାପା ମଧ୍ୟ ମୋ ସହିତ ଅଛନ୍ତି। ସନୋଜ ମିଶ୍ର ସାର୍ ବହୁତ ସୁନ୍ଦର ବ୍ୟକ୍ତି ଏବଂ ମୋତେ ନିଜ ଝିଅ ଭଳି ଦେଖନ୍ତି।”

ୱାସିମ୍ ରିଜଭୀଙ୍କ ନାଁ ନ ନେଇ ସେ କହିଛନ୍ତି ଯେ “ଯେଉଁ ମିଛ କଥା କୁହାଯାଉଛି, ସେଥିରେ କୌଣସି ସତ୍ୟତା ନାହିଁ। ମୁଁ ନିଜେ ଦେଖିଛି ଯେ ସନୋଜ ମିଶ୍ର ଜଣେ ବହୁତ ସମ୍ମାନନୀୟ ଏବଂ ଭଲ ବ୍ୟକ୍ତି।”


ସନୋଜ ମିଶ୍ର କେବଳ ସାହାଯ୍ୟ କରୁଛନ୍ତି:

ଏହି ସମଗ୍ର ଘଟଣାରେ ମୋନାଲିସାଙ୍କ ବଡ ବାପା ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସନୋଜ ମିଶ୍ର କେବଳ ତାଙ୍କୁ ସାହାଯ୍ୟ କରୁଛନ୍ତି। ଯେମିତି କଥା କୁହାଯାଉଛି ସେମିତି କିଛି ନାହିଁ। ସବୁକିଛି ଠିକ ଚାଲିଛି, ସନୋଜ ସାର୍ କେବଳ ମୋନାଲିସାଙ୍କୁ କିଛି ନୂଆ ଶିକ୍ଷା ଦେବାରେ ସାହାଯ୍ୟ କରୁଛନ୍ତି।”

ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ “ମୋନାଲିସା ମଧ୍ୟପ୍ରଦେଶରେ ତାଙ୍କ ପରିବାର ସହିତ ଅଛନ୍ତି, ସେ ମୁମ୍ବାଇ ଯାଇ ନାହାଁନ୍ତି।”

ଅଧିକ ପଢ଼ନ୍ତୁ: କେରଳରେ ପହଞ୍ଚିଥିଲେ ମୋନାଲିସା, ମାଲାୟାଲମ ଷ୍ଟାଇଲ୍‌ରେ କଲେ ନମସ୍କାର


କ୍ୟାରିୟର ଉପରେ ଧ୍ୟାନ:

ମୋନାଲିସାଙ୍କ ଏହି ପ୍ରତିକ୍ରିୟାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିସହ ସନୋଜ ମିଶ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଅନେକ ପ୍ରଶ୍ନ ଉଠିଛି। ତେବେ ମୋନାଲିସା ସ୍ପଷ୍ଟ କରିଛନ୍ତି ଯେ ସେ ଏହି ବିବାଦରେ ଭାଗ ନେବାକୁ ଚାହୁଁ ନାହାଁନ୍ତି ଏବଂ କେବଳ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି।

ପ୍ରକାଶଥାଉ ଯେ, ୧୬ ବର୍ଷ ବୟସ୍କା ମୋନାଲିସା ଭୋସଲେ ଖରଗୋନର ଏକ ପର୍ଯ୍ୟଟନ ସହର ମହେଶ୍ୱରର ବାସିନ୍ଦା। ସେ ରୁଦ୍ରାକ୍ଷ ଏବଂ ମୋତି ମାଳା ବିକ୍ରି କରିବାକୁ ପ୍ରୟାଗରାଜ ମହାକୁମ୍ଭ ଯାଇଥିଲେ। ତାଙ୍କର ଚମତ୍କାର ଆଖି ଯୋଗୁଁ ସେ ଭାଇରାଲ୍‌ ହୋଇଗଲେ।

ଏହାପରେ ସନୋଜ ମିଶ୍ର ତାଙ୍କ ଘରକୁ ଆସି ମୋନାଲିସାଙ୍କୁ ଫିଲ୍ମ ଅଫର କରିଥିଲେ। ଏନେଇ ସେ ଇନ୍ଦୋରରେ ରହି ଟ୍ରେନିଂ ନେଉଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅଧିକ ପଢ଼ନ୍ତୁ:  ୭ ଷ୍ଟାର୍ ହୋଟେଲରେ ଭାରତୀୟ ଲୁକ୍‌ରେ ଭାଇରାଲ୍ ଗାର୍ଲ ମୋନାଲିସା

Mahakumbh Monalisa Viral Video Bollywood
Advertisment
Advertisment