Advertisment

Mahakumbh Monalisa: କେରଳରେ ପହଞ୍ଚିଥିଲେ ମୋନାଲିସା, ମାଲାୟାଲମ ଷ୍ଟାଇଲ୍‌ରେ କଲେ ନମସ୍କାର

ନିକଟରେ ମୋନାଲିସା କେରଳରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ତାଙ୍କର ଲାଟେଷ୍ଟ୍ ମେକ୍‌ଅପ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋସିଆଲ ମିଡିଆ ସେନ୍‌ସେସନ୍ ମୋନାଲିସାଙ୍କ ଭିଡିଓ ଦେଖି ଆପଣ ମଧ୍ୟ ପ୍ରଥମ ନଜରରେ ଧୋକା ଖାଇଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
mahakumbh monalisa latest makeover leaves netizens amazed

mahakumbh monalisa latest makeover leaves netizens amazed

ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାରେ ମୋନାଲିସା ମାଳା ବିକୁ ବିକୁ ହୋଇଯାଇଛନ୍ତି ସେଲିବ୍ରେଟି। ତାଙ୍କର ଫ୍ୟାନ୍-ଫଲୋର୍ସ ବଢି ବଢି ଚାଲିଛନ୍ତି। ତାଙ୍କର ବାଦାମୀ ରଙ୍ଗର ଆଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମାଳା ବିକ୍ରି କରିବା ପାଇଁ ମୋନାଲିସା କୁମ୍ଭମେଳାକୁ ଯାଇଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ସେ ଏକ ନୂଆ ସେନ୍‌ସେସନ ହୋଇଥିଲେ।

Advertisment

ନୀଳ ନୀଳ ନିଶାଳିଆ ଆଖି… ଆଖିର ଚାହାଣୀ… ଗୋଲାପ ପାଖୁଡା ପରି ଓଠ ସହିତ ଦେଶୀ ଲୁକ୍‌ରେ ହାତରେ ଭିନ୍ନ ଭିନ୍ନ ମାଳା ଧରିଥିବା ମୋନାଲିସାଙ୍କର ସରଳ ଲୁକ୍ ସୋସିଆଲ ମିଡିଆରେ ଚହଳ ଖେଳାଇ ଦେଇଥିଲା। ତାଙ୍କ ପଛରେ ଲାଗିଯାଇଛି ଶ୍ୟାମଳୀ ସୁନ୍ଦରୀ ଟ୍ୟାଗ୍

ମୋନାଲିସାଙ୍କ ଦେଶୀ ଲୁକ୍ ଦେଖିବା ପରେ ତାଙ୍କୁ ରାତାରାତି 'ଭାଇରାଲ୍ ଗାର୍ଲ' କୁହାଯିବା ଆରମ୍ଭ ହେଲା। ମହାକୁମ୍ଭର ଆନନ୍ଦ ମଧ୍ୟରେ ସେ ଲୋକପ୍ରିୟ ହୋଇଗଲେ।

Advertisment


ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

ନିଜର ଲୋକପ୍ରିୟତା ଦେଖି ପ୍ରଥମେ ପ୍ରଥମେ ସେ ବହୁତ ଖୁସି ହେଉଥିବା ବେଳେ ପରେ ଏହା ଭାରୀ ପଡିଲା। ଯେତେବେଳେ ଲୋକମାନେ ମୋନାଲିସାଙ୍କ ସହ ସେଲ୍‌ଫି ନେବା ପାଇଁ ଦିନରାତି ଲାଇନ୍ ଲଗାଇଲେ, ସେତେବେଳେ ସେ ଏବଂ ତାଙ୍କ ପରିବାର ସମସ୍ତେ ବିରକ୍ତ ହୋଇଥିଲେ ତେଣୁ ସେ ମହାକୁମ୍ଭ ଛାଡି ନିଜ ଘରକୁ ପଳେଇଲେ। କିନ୍ତୁ ବର୍ତ୍ତମାନ ସେ ଖୁବ୍ ଶୀଘ୍ର ରୁପେଲି ପରଦାରେ ନିଜର କରାମତି ଦେଖାଇବାକୁ ଯାଉଛନ୍ତି।

ଧୋକା ଦେଉଛି ଲୁକ୍:

ନିକଟରେ ମୋନାଲିସା କେରଳରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ତାଙ୍କର ଲାଟେଷ୍ଟ୍ ମେକ୍‌ଅପ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋସିଆଲ ମିଡିଆ ସେନ୍‌ସେସନ୍ ମୋନାଲିସାଙ୍କ ଭିଡିଓ ଦେଖି ଆପଣ ମଧ୍ୟ ପ୍ରଥମ ନଜରରେ ଧୋକା ଖାଇଯିବେ।

ଅଧିକ ପଢ଼ନ୍ତୁ: ଭାଇରାଲ ଗାର୍ଲ ମୋନାଲିସାଙ୍କ ଟେଣ୍ଟରେ ବଳପୂର୍ବକ ପଶିଲେ ଯୁବକ, ଆଉ ତା'ପରେ...

୧୬ ବର୍ଷରେ ଡେବ୍ୟୁ:

୧୬ ବର୍ଷ ବୟସରେ ଅଭିନୟରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ମୋନାଲିସା କେରଳର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଯେଉଁଠାରେ ତାଙ୍କୁ ନାଲି ସୁଟ୍‌, ସାଲ୍‌ୱାର୍‌ ଏବଂ ମୋତି ହାର ପିନ୍ଧିଥିବାର ଦେଖାଯାଇଥିଲା। ତା’ର କର୍ଲି ହେୟାର୍ ଏବଂ ହାଲୁକା ମେକ୍‌ଅପ୍ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ପ୍ରଥମ ଥର ବିମାନ ଯାତ୍ରା:

ପ୍ରଥମ ଥର ପାଇଁ ବିମାନ ଯାତ୍ରା କରିବା ପରେ କେରଳରେ ପହଞ୍ଚିଛନ୍ତି ମୋନାଲିସା। ସେଠାରେ ସେ ମାଲାୟାଲମ ଷ୍ଟାଇଲ୍ ନମସ୍କାର କରିଛନ୍ତି। ଖୁବ ଶୀଘ୍ର ଡେବ୍ୟୁ କରିବାକୁ ଯାଉଥିବା ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଫଲୋଅର୍ ପେଜ୍ ମଧ୍ୟ ତିଆରି କରିଛନ୍ତି ଯେଉଁଠାରେ ତାଙ୍କର ଏହି ଭିଡିଓ ଶେୟାର କରାଯାଇଛି। ସେ ଏକ ଦୋକାନର ଉଦ୍‌ଘାଟନ ପାଇଁ କେରଳ ଆସିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ୟବସାୟୀ ବବି ଚେମ୍ମନୁର ଆୟୋଜନ କରିଥିଲେ।

ମୋନାଲିସା ଆଗାମୀ ଫିଲ୍ମ ‘ଦ ଡାଏରୀ ଅଫ୍ ମଣିପୁର’ରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନୋଜ ମିଶ୍ର। ସେ ତାଙ୍କର ପୂର୍ବ ଫିଲ୍ମ ‘ଡାଏରୀ ଅଫ୍ ପଶ୍ଚିମବଙ୍ଗ’ ପାଇଁ ଜଣାଶୁଣା।

ଅଧିକ ପଢ଼ନ୍ତୁ: ବଦଳିଗଲା ମୋନାଲିସାଙ୍କ ଲୁକ୍ ! ସଟ୍ ବଡିକନ୍ ଡ୍ରେସ୍‌ରେ ଜଲୱା !

Bollywood Viral Video Maha Kumbh Mela Mahakumbh 2025 Mahakumbh Monalisa
Advertisment
Advertisment