• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଫେରା ଦୁନିଆରେ ଟେଲି ଅଭିନେତ୍ରୀ ତୁନିଶା ଶର୍ମା । ସହ-ଅଭିନେତା ତଥା ବୟଫ୍ରେଣ୍ଡ ସହ ବ୍ରେକ୍‌ଅପ୍‌ ହେବାପରେ ମାତ୍ର ୨୦ ବର୍ଷ ବୟସରେ ସେ ଆତ୍ମହତ୍ୟା ପରି ରାସ୍ତାକୁ ବାଛି ନେଇଛନ୍ତି । ଅଭିନେତ୍ରୀଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସେଜାନ୍ ଖାନ୍‌ଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ୍ । ତେବେ ଝିଅର ମୃତ୍ୟୁ ପରେ ଭାଙ୍ଗିପଡ଼ିଛନ୍ତି ଅଭିନେତ୍ରୀଙ୍କ ମା’ ବନୀତା ଶର୍ମା । ନିଜର ଏକମାତ୍ର ଅଲିଅଳି ଝିଅକୁ ହରାଇବା ପରେ ତାଙ୍କୁ ଦଶଦିଗ ଅନ୍ଧାର ଦେଖାଯାଉଛି । ସେ ନିଜକୁ ଆଦୌ ସମ୍ଭାଳି ପାରୁନାହାନ୍ତି । ଏବେ ତୁନିଶାଙ୍କ ମା’ଙ୍କ ଏକ ଭାବପ୍ରବଣ ଭିଡିଓ ସାମ୍ନାକୁ ଆସିଛି । ଭିଡିଓ ଦେଖି ସମସ୍ତଙ୍କ ଆଖି ଓଦା ହୋଇଯାଉଛି ।

ସୋମବାର ରାତିରେ ଝିଅର ମୃତଦେହ ଦେଖିବା ପାଇଁ ତୁନିଶାଙ୍କ ମା’ ପରିବାର ସହିତ ହସ୍ପିଟାଲ ପହଞ୍ଚିଥିଲେ । ହେଲେ ତୁନିଶାଙ୍କ ମୃତଦେହ ଦେଖିବା ପରେ ଘଡ଼ିକୁ ଘଡ଼ି ଚେତାଶୂନ୍ୟ ହୋଇଯାଇଥିଲେ । ଯେଉଁ ହାତରେ ଝିଅକୁ ବଡ଼ କରିଥିଲେ, ଚିନ୍ତା କରିନଥିଲେ ସେ ଏପରି ଦିନେ ତାଙ୍କରି ସାମ୍ନାରେ ଚାଲିଯିବ । ଆଖିକୁ ବିଶ୍ୱାସ କରିପାରୁନଥିଲେ, ସବୁବେଳେ ହସି ହସାଉଥିବା ଝିଅ ଆଉ ପାଖରେ ନାହିଁ । ଅଭିନେତ୍ରୀଙ୍କ ମା’ ଡାକ୍ତରଖାନାରୁ ଫେରୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ସେ ନିଜେ ଚାଲି ପାରୁନଥିବା ଦେଖିବାକୁ ମିଳୁଛି । ଦୁଇ ଜଣ ତାଙ୍କୁ ଧରି ଧରି ଆଣି ଗାଡ଼ିରେ ବସାଉଛନ୍ତି । ଡାକ୍ତରଖାନା ଯିବାପୂର୍ବରୁ ମନରେ ଦମ୍ଭ ନେଇ ସେ ଭିତରକୁ ଯାଇଥିଲେ । ହେଲେ ସେଠାରେ ଝିଅର ମୃତଦେହ ଦେଖିବା ପରେ ତାଙ୍କର ସବୁ ମନୋବଳ ଯେପରି ଭାଙ୍ଗିପଡ଼ିଛି ।

ଅଧିକ ପଢ଼ନ୍ତୁ: 'ତୁନିଶାଙ୍କୁ ବ୍ୟବହାର କରିବା ପରେ ଛାଡ଼ି ଦେଇଥିଲେ ସେଜନ୍'

ଭାଇରାଲ ଭିଡିଓ ରେ ସ୍ପଷ୍ଟ ଦେଖିବାକୁ ମିଳୁଛି ତୁନିଶାଙ୍କ ମା’ଙ୍କ ସ୍ଥିତି କିପରି ଅଛି । ସେ ନା କାନ୍ଦୁଛନ୍ତି, ନା କିଛି କହିପାରୁଛନ୍ତି । ଝିଅର ମୃତ୍ୟୁକୁ ସେ ସହଜରେ ସହ୍ୟ କରିପାରୁନାହାନ୍ତି । ଅଚେତ୍‌ ଅବସ୍ଥାରେ ହିଁ ତାଙ୍କୁ କାର୍‌ରେ ଘରକୁ ନିଆଯାଇଛି ।

ସୂଚନାଯୋଗ୍ୟ ଟେଭି ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ୨୪ ତାରିଖ ରାତିରେ ସୁଟିଂ ସେଟରେ ହିଁ ସେ ନିଜ ଜୀବନ ହାରିଦେଇଛନ୍ତି । ସୋନି ସବରେ ପ୍ରସାରିତ ହେଉଥିବା ଶୋ ଆଲିବାବା- ''ଦସ୍ତାନ୍ ଏ କବୁଲ''ରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଥିଲେ । ଆଲିବାବା ସୋ’ରେ ତୁନିଶା ଶର୍ମା ଏବଂ ପୂର୍ବତନ ବୟଫ୍ରେଣ୍ଡ୍‌ ତଥା ସହ ଅଭିନେତା ସେଜାନ ମହମ୍ମଦ ଖାନ ଏକାଠି କାମ କରୁଥିଲେ । ସୋ’ରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରୁଥିଲେ । ଉଭୟେ ପ୍ରେମସମ୍ପର୍କରେ ଥିବାବେଳେ କିଛି ଦିନ ପୂର୍ବରୁ ସେଜାନ୍ ବ୍ରେକ୍‌ଅପ୍‌ କରିଥିଲେ । ଆଉ ସେଥିପାଇଁ ଆତ୍ମହତ୍ୟା ପରି ରାସ୍ତାକୁ ତୁନିଶା ବାଛିନେଲେ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ: ବନ୍ଧା ହେଲେ ତୁନିଶା ଶର୍ମାଙ୍କ କୋ-ଷ୍ଟାର : ଅଭିନେତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ