Advertisment

'ତୁନିଶାଙ୍କୁ ବ୍ୟବହାର କରିବା ପରେ ଛାଡ଼ି ଦେଇଥିଲେ ସେଜନ୍'

ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ ତୁନିଶାଙ୍କ ମୃତ୍ୟୁ ଲଭ୍ ଜିହାଦ୍ ପାଇଁ ଅଭିଯୋଗ ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Tunisha Sharma's mother filed a complaint against Sheezan

Tunisha Sharma's mother filed a complaint against Sheezan

ସେଜନ୍‌ଙ୍କ ପାଇଁ ଯାଇଛି ତୁନିଶାଙ୍କ ଜୀବନ। ତୁନିଶାଙ୍କୁ ବ୍ୟବହାର କରିବା ପରେ ଛାଡ଼ି ଦେଇଥିଲେ ସେଜନ୍। ଆଉ ଯାହା ପାଇଁ ତୁନିଶାଙ୍କ ଜୀବନ ଗଲା। ଆଜି କିଛି ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ତୁନିଶାଙ୍କ ମାଆ ବନୀତା। ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ମାଆ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଛନ୍ତି। ଝିଅ ସହ ପ୍ରେମ ସମ୍ପର୍କରେ ଥିଲେ ସେଜନ୍। ତାଙ୍କୁ ବ୍ୟବହାର କରିବା ପରେ ଅଧା ରାସ୍ତାରେ ଛାଡ଼ି ଦେଇଥିଲେ।

Advertisment

ଏହାକୁ ନେଇ ଅତ୍ୟଧିକ ମାନସିକ ଚାପରେ ଥିଲେ। ତେଣୁ ତୁନିଶାଙ୍କ ମୃତ୍ୟୁ ପାଇଁ କେବଳ ସେଜନ୍ ଦାୟୀ। ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ତୁନିଶାଙ୍କ ମାଆ ଦାବି କରିଛନ୍ତି। ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗିରିଜ ମହାଜନଙ୍କ ଲଭ୍ ଜିହାଦ୍ ଅଭିଯୋଗ ପରେ ଏନେଇ ଆରମ୍ଭ ହୋଇଛି ତଦନ୍ତ।

ମହାରାଷ୍ଟ୍ର ମନ୍ତ୍ରୀ ଗିରିଶ ମହାଜନ ତୁନିଶାଙ୍କ ମୃତ୍ୟୁ ଲଭ୍ ଜିହାଦ୍ ପାଇଁ ଅଭିଯୋଗ ହୋଇଛି। ବିଗତ କିଛି ଦିନରେ ଏହି ଭଳି ମାମଲା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ସରକାର ଏନେଇ କଡ଼ା ଆଇନ ଆଣିବାକୁ ଯୋଜନା ରଖିଥିବା ସେ କହିଥିଲେ।

Advertisment

ଟେଲିଭିଜନ ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ତଥା ସହ ଅଭିନେତା ସେଜାନ୍ ଖାନ୍‌ଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ୍। ଏକ ଟିଭି ସିରିଏଲ୍‌ରେ ଲିଡ୍ ରୋଲ୍‌ରେ ଅଭିନୟ କରୁଥିଲେ ତୁନିଶା ଓ ସେଜାନ୍। ଉଭୟଙ୍କ ଗତ କିଛି ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ହେଲେ ବ୍ରେକଅପ୍ ଯୋଗୁଁ ଗତ କିଛି ଦିନ ଧରି ମାନସିକ ଚାପରେ ଥିଲେ ତୁନିଶା। ଏହାକୁ ନେଇ ଆତ୍ମହତ୍ୟା ହୋଇଛି, ନା ଆଉ କିଛି ସେ ନେଇ ଏବେ ଚାଲିଛି ତଦନ୍ତ।

Serial Actress
Advertisment
Advertisment